ସେଂଟାଉର୍ ଫାର୍ମାସ୍ୟୁଟିକାଲସ୍ ପକ୍ଷରୁ ଡାଇବେଟିସ୍ ଫୁଟ୍ ଅଲସର୍‌ର ଚିକିତ୍ସା ପାଇଁ ଓକ୍ସହିଲ୍‌ର ଉନ୍ମୋଚନ


ଭୁବନେଶ୍ୱର: ସେଂଟାଉର୍ ଫାର୍ମାସ୍ୟୁଟିକାଲସ୍ ପକ୍ଷରୁ ବିଶ୍ୱରେ ପ୍ରଥମ ଥର ପାଇଁ ଡାଇବେଟିସ୍ ଫୁଟ୍ ଅଲସର୍‌ର ଚିକିତ୍ସା ନିମନ୍ତେ “ୱକ୍ସହିଲ୍‌’କୁ ଉନ୍ମୋଚନ କରାଯାଇଛି । ଏହା ବିଶ୍ୱ ନିୟୁତାଧିକ ଲୋକଙ୍କ ପାଇଁ ବରଦାନ ସଦୃଶ ଯେଉଁମାନଙ୍କର ଅଲସର୍ ପାଇଁ ପାଦ କାଟିବାକୁ ପଡ଼ୁଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଅନୁସାରେ ଆସନ୍ତା ୧୦ ବର୍ଷରେ ୧୦ କୋଟି ଭାରତୀୟ ଡାଇରେବଟିସ୍ ଦ୍ୱାରା ଆକ୍ରାନ୍ତ ହେବେ । ଭାରତରେ ଦେଖାଦେଉଥିବା ଏକ ସାଧାରଣ ସମସ୍ୟା ହେଉଛି ଡାଇବେଟିସ୍ ଫୁଟ୍ ଅଲସର୍ । ଏହି ସମସ୍ୟାର କୌଣସି ଉପଷମ ନାହିଁ । ଏହା ରୋଗୀଙ୍କ ଜୀବନର ଗୁଣାତ୍ମକ ମାନକୁ ପ୍ରଭାବିତ କରିବା ସହ ଅନେକ ଅଲଗା ପ୍ରକାର ସମସ୍ୟା ସୃଷ୍ଟି କରୁଛି । ଡାଇବେଟିସ୍ ଥିବା ୨୫% ଲୋକଙ୍କ ଠାରେ ତାଙ୍କ ଜୀବନକାଳ ଭିତରେ ଫୁଟ୍ ଅଲସର୍ ଦେଖାଦେବାର ଆଶଙ୍କା ରହିଛି । ଫୁଟ୍ ଅଲସର୍ ଦେଖାଦେଇଥିବା ପ୍ରତି ୫ ଜଣରୁ ଜଣଙ୍କର ପାଦ କାଟିବାକୁ ପଡ଼ିଥାଏ ।
ଏହି ଅବସରରେ ଶ୍ରୀଯୁକ୍ତ ଏସ୍ ଡି ସାୱନ୍ତ, ଅଧ୍ୟକ୍ଷ ଓ ଏମ୍‌ଡି, ସେଂଟାଉର୍ ଫାର୍ମାସ୍ୟୁଟିକାଲସ୍ କହିଛନ୍ତି ଯେ, “ଭାରତରେ ଯେଉଁ ହାରରେ ଫୁଟ୍ ଆମ୍ପ୍ୟୁଟେସନ (କଟା) ହେବା ସଂଖ୍ୟା ବଢ଼ୁଛି ତାହାକୁ ନେଇ ଆମେ ସେଂଟାଉର୍ ଫାର୍ମାସ୍ୟୁଟିକାଲସ୍‌ରେ ଅତ୍ୟନ୍ତ ଚିନ୍ତିତ ଏବଂ ଏହି ସମସ୍ୟାର ସମାଧାନ ଲାଗି ଆମେ ଏକ ଔଷଧ ବିକଶିତ କରିବାକୁ ଚାହୁଥିଲୁ । ପନ୍ଦର ବର୍ଷ ପୂର୍ବେ ଆମେ ଜର୍ମାନିର ସାଇଟୋଟୁଲସ୍ ସହିତ ସହଯୋଗିତା ସ୍ଥାପନ କରିଥିଲୁ ଯିଏ ଡାଇବେଟିସ୍ ଫୁଟ୍ ଅଲସର୍‌ର ଚିକିତ୍ସା ପାଇଁ କଣିକା ବିକଶିତ କରିଥିଲେ । ଭାରତରେ ଡାଇବେଟିସ୍ ଫୁଟ୍ ଅଲସର୍‌ରେ ପୀଡ଼ିତ ଥିବା ଲୋକମାନଙ୍କ ପାଇଁ ଏହା ଜରିଆରେ ଆମେ ଆଶାର କିରଣ ପ୍ରଦାନ କରୁଛୁ ।’’
ୱକ୍ସହିଲ୍‌ରେ ରହିଛି ଏନ୍‌ସିଇଲ ଡିପେରୋକ୍ସୋକ୍ଲୋରିକ୍ ଏସିଡ୍ ଯାହା ଗ୍ରାମ୍ ପଜିଟିଭ୍ ଏବଂ ଗ୍ରାମ୍ ନେଗେଟିଭ୍‌କୁ ନାଶ କରିଥାଏ ଏବଂ ଫାଇବ୍ରୋବ୍ଲାଷ୍ଟ୍ ସେଲ୍‌ର ଅଭିବୃଦ୍ଧିର ପ୍ରସାର କରିଥାଏ ଫଳରେ କ୍ଷତ ସମ୍ପୂର୍ଣ୍ଣ ଭଲ ହୁଏ । ଭାରତରେ ୧୫ଟି କ୍ଲିନିକାଲ୍ ଟ୍ରାଏଲ୍ ସେଂଟର୍‌ରେ ଏହାର ପରୀକ୍ଷଣ କରାଯାଇଥିଲା । ଫୁଟ ଅଲସର୍‌ରେ ପୀଡ଼ିତ ଥିବା ୯୦ ପ୍ରତିଶତ ରୋଗୀଙ୍କ ଅଲସର ଆକାର ହ୍ରାସ ପାଇଥିଲା । ୬-୮ ସପ୍ତାହ ଭିତରେ ୭୫ ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ୱକ୍ସହିଲ୍‌ର ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ବୋଲି ସାଇଟୋଟୁଲସ୍ ଏଜି ଜର୍ମାନିର ସିଇଓ ଡକ୍ଟର ମାର୍କ ଆଣ୍ଡ୍ରେ ଫ୍ରେବର୍ଗ ଓ ଡକ୍ଟର ଡିର୍କ କାଇଜର୍ କହିଛନ୍ତି ।


Share It

Comments are closed.