ମୁଗ୍ଧା କାଲ୍ରାଙ୍କ ପୁସ୍ତକ ‘ଆଇ ସି ୟୁ, ଆଇ ଗେଟ ୟୁ: ଦି ସେଲ୍ଫ କେୟାର ଗାଇଡ ଫର ସ୍ପେସାଲ ନିଡ୍ସ ପ୍ୟାରେଂଟ୍ସ’ ଅଟିଜିମ ସଚେତନତାରେ ଆବଶ୍ୟକ ସମ୍ବଳ

Share It

ଭୁବନେଶ୍ୱର: ଏପ୍ରିଲ ମାସକୁ ଅଟିଜିମ ସଚେତନତା ଓ ଗ୍ରହଣୀୟ ମାସ ଭାବେ ପାଳନ କରାଯାଉଛି। ଏଥିପାଇଁ ଅର୍ନ୍ତଭୁକ୍ତୀକରଣ ନୀତି, ଆଗୁଆ ହସ୍ତକ୍ଷେପ ଓ ଯତ୍ନ ନେଉଥିବା ଲୋକଙ୍କ କଲ୍ୟାଣ ଉପରେ ଅଧିକ ଦୃଷ୍ଟି ଦେବାର ସମୟ ଆସିଛି। ଅଟିଜିମ ସୋସାଇଟି ଅଫ ଆମେରିକା ପକ୍ଷରୁ ୧୯୭୦ରୁ ଏପ୍ରିଲ ୨କୁ ବିଶ୍ୱ ଅଟିଜିମ ସଚେତନତା ଦିବସ ଭାବେପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଭିନ୍ନତାର ଉତ୍ସବ ପାଳନ’। ନ୍ୟୁରୋ ବିବିଧତାକୁ ଗ୍ରହଣ କରିବା ଏବଂ ଘର, ସ୍କୁଲ କାର୍ଯ୍ୟକ୍ଷେତ୍ର ଓ ଗୋଷ୍ଠୀରେ ଏକ ଅନ୍ତର୍ଭୁକ୍ତୀକରଣ ବ୍ୟବସ୍ଥା ବିକାଶ କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ମୁଗ୍ଧା କାଲରାଙ୍କ ପୁସ୍ତକ ‘ଆଇ ସି ୟୁ, ଆଇ ଗେଟ ୟୁ: ଦି ସେଲଫ କେୟାର ଗାଇଡ ଫର ସ୍ପେସିଆଲ ନିଡସ ପ୍ୟାରେଂଟସ’ ବେଶ ଗୁରୁତ୍ୱ ବହନ କରୁଛି। ଏହା ଏକ ଅତ୍ୟାବ୍ୟକ ସମ୍ବଳ ଭାବେ ଉଭା ହୋଇଛି। ବେଙ୍ଗାଲୁରୁରେ ଅନୁଷ୍ଠିତ ଇନକ୍ଲୁଜନ ସମିଟ ଓ ଇଣ୍ଡିଆନ ନ୍ୟୁରୋଡାଇଭରସିଟି ସମିଟରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି। ଏହା ପରିବାର, ଶିକ୍ଷକ ଓ କର୍ମଚାରୀମାନଙ୍କ ଲାଗି ଏକ ସମୟୋପଯୋଗୀ ସାଥୀରେ ପରିଣତ ହୋଇଛି।

ଭାରତରେ ନ୍ୟୁରୋଡାଇଭରସିଟିର ଶିକାର ହୋଇଥିବା ପିଲାମାନଙ୍କ ଅଭିଭାବକମାନେ କିଭଳି ଆବେଗିକ, ଆର୍ôଥକ ଓ ସାମାଜିକ ଆହ୍ୱାନକୁ ସାମ୍ନା କରିଥାନ୍ତି, ସେବିଷୟରେ ପୁସ୍ତକରେ ସିଧାସଳଖ ଆଲୋଚନା କରାଯାଇଛି। ବିବିସି ୧୦୦ ଓମେନ ୨୦୨୧ ସମ୍ମାନ ପାଇଥିବା ସାମ୍ବାଦିକା ହେଉଛନ୍ତି ମୁଗ୍ଧା କାଲରା। ସେ ନଟ ଦାଟ ଡିଫରେଂଟର ସହ ପ୍ରତିଷ୍ଠାତା ମଧ୍ୟ। ଜଣେ ଯତ୍ନ ପ୍ରଦାନକାରୀ ଭାବେ ନିଜ ଅଭିଜ୍ଞତା ଓ ଅନ୍ତର୍ଭୁକ୍ତୀକରଣର ପ୍ରଚାରକ ଭାବେ ପ୍ରେରଣା ହାସଲ କରିଛନ୍ତି।

ପ୍ରତ୍ୟକ୍ଷ ରଣନୀତି ଓ ପ୍ରତିଫଳିତ ସୂଚନାର ମିଶ୍ରଣ ଆଧାରରେ ନିଜ କଲ୍ୟାଣର ଯତ୍ନ ନେବା ଲାଗି ଏହି ପୁସ୍ତକ କେୟାରଗିଭର (ଯତ୍ନ ପ୍ରଦାନକାରୀ)ଙ୍କୁ ଉତ୍ସାହିତ କରୁଛି। କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପିଲାର ଭଲ ଯତ୍ନ ନେବା ଲାଗି ସେମାନଙ୍କୁ ଏହା କରିବାକୁ ପଡ଼ିବ। କେୟାରଗିଭରମାନଙ୍କୁ କର୍ପୋରେଟ ନୀତିରେ ସାମିଲ କରିବା ଲାଗି ଆହ୍ୱାନ ଦିଆଯାଇଛି ଯାହା ସେମାନଙ୍କୁ ଆହୁରି ସଶକ୍ତ କରିପାରିବ।

ଏହି ଅବସରରେ ମୁଗ୍ଧା କହିଛନ୍ତି ଯେ, ‘ଯେତେବେଳେ କର୍ପୋରେଟମାନେ କେୟାରଗିଭରଙ୍କୁ ନିଯୁକ୍ତି ଦିଅନ୍ତି, ସେମାନେ ସମ୍ପୂର୍ଣ୍ଣ ପରିବାରକୁ ଅଧିକ ସ୍ଥିର ଓ ସନ୍ତୋଷଜନକ ଜୀବନ ବିତାଇବା ଲାଗି ସଶକ୍ତ କରିବ ଏବଂ ଏହି ଧରଣର ସହଯୋଗ ଦିବ୍ୟାଙ୍ଗ ଗୋଷ୍ଠୀରେ ଚିନ୍ତା ଦୂର କରିବା, ବିଶ୍ୱାସ ବଢ଼ାଇବ ଓ ସ୍ୱଧୀନତା ପ୍ରଦାନ କରିବ।’’
ନିଜ ପୁଅ ଅଟିଜିମର ଶିକାର ହେବା ପରେ ୨୦୧୪ରେ ମୁଗ୍ଧା କାଲରା ଏହାକୁ ନେଇ ସଚେତନତା ଯାତ୍ରା ଆରମ୍ଭ କରିବା ସହ ଭାରତର ପ୍ରଥମ ଶିଶୁ ନେତୃତ୍ୱାଧୀନ ନ୍ୟୁରୋଡାଇଭରସିଟି ଆନ୍ଦୋଳନ ‘ନଟ ଦାଟ ଡିଫରେଂଟ’ ନାମରେ ପ୍ଲାଟଫର୍ମ ସ୍ଥାପନ କରିଥିଲେ। ସେ ଜଣେ ପୁରସ୍କାରପ୍ରାପ୍ତ ଚିତ୍ରପଟ ଲେଖିବା ଓ କର୍ପୋରେଟ ଟ୍ରେନର ମଧ୍ୟ।


Share It

Comments are closed.