ସିଏଟ୍ ପକ୍ଷରୁ ଟାଟା ଆଇପିଏଲ୍ ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ବୋର୍ଡ ସହ ନୂତନ ବ୍ରାଣ୍ଡ ଅଭିଯାନ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟାୟାର ନିର୍ମାତା ସିଏଟ୍ ପକ୍ଷରୁ ଯୋଗାଯୋଗ ପରିଚୟ ଓ ରଣନୀତିରେ ନୂଆ ଧାରା ଶୁଭାରମ୍ଭ କରାଯାଇଛି । ସମସାମୟିକ ଗ୍ରାହକଙ୍କ ଜୀବନଶୈଳୀ ଓ ପସନ୍ଦ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ନୂଆ ରଣନୀତିରେ ସିଏଟ୍‌କୁ ଅନୁସନ୍ଧାନର ଏକ ବନ୍ଧୁ ଭାବେ ଉପସ୍ଥାପନ କରାଯାଇଛି । ଭ୍ରମଣ ଓ ଅନୁସନ୍ଧାନ ଲାଗି ଲୋକମାନଙ୍କ ମନ ଭିତରେ ସୃଷ୍ଟି ହୋଇଥିବା ଉତ୍ସାହକୁ ଦୃଷ୍ଟିରେ ରଖି ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି । ସିଏଟ୍ ପାଖରେ ସବୁ ପ୍ରକାର ସ୍ପିଡ୍ ପାଇଁ ଟାୟାର ଥିବା ବେଳେ ସବୁ ପ୍ରକାର ରାସ୍ତାରେ ଚାଲୁଥିବା ଟାୟାର ମଧ୍ୟ ରହିଛି । ଏହା ଗ୍ରାହକମାନଙ୍କୁ ପ୍ରତିଟି ଯାତ୍ରା ଉପରେ ନିୟନ୍ତ୍ରଣ ଓ ସୁଯୋଗ ପ୍ରଦାନ କରୁଛି ।
ନୂତନ ଭାବେ ଆରମ୍ଭ ହୋଇଥିବା ଅଭିଯାନର ଏକ ଅଂଶ ଭାବେ ସିଏଟ ଏହାର ବ୍ରାଣ୍ଡ ବାର୍ତ୍ତା ପ୍ରଦାନ କରିବା ପାଇଁ ଟାଟା ଆଇପିଏଲ୍ ଷ୍ଟ୍ରାଟେଜିକ୍ ଟାଇମଆଉଟ୍ ସହିତ ସହଯୋଗିତାର ଲାଭକୁ ବ୍ୟବହାର କରିଛି । ସିଏଟ ଷ୍ଟ୍ରାଟେଜିକ୍ ଟାଇମଆଉଟ୍ ବୋର୍ଡକୁ ନୂତନ ସ୍ଥିତି ଅନୁଯାୟୀ ରୂପାନ୍ତରିତ କରାଯାଇଛି ଏବଂ ଚଳିତ ଟାଟା ଆଇପିଏଲ୍ ଋତୁରେ ଏହା ଜାରି ରହିବ । ବୋର୍ଡ ରଙ୍ଗ ପାରମ୍ପରିକ ନୀଳରୁ ପରିବର୍ତ୍ତନ କରି ଏକ ଇଣ୍ଟରଆକ୍ଟିଭ୍ କ୍ୟୁଆର କୋଡ୍ ସହିତ ଅଭିଯାନ ରଙ୍ଗକୁ ସମନ୍ୱିତ କରାଯାଇଛି ଯାହା ଗ୍ରାହକମାନଙ୍କୁ କୋଡ୍ ସ୍କାନ୍ କରିବାକୁ ଆମନ୍ତ୍ରଣ କରାଯାଉଛି ।
ସିଏଟ ଲିମିଟେଡର ଏମଡି ଏବଂ ସିଇଓ ଅର୍ଣ୍ଣବ ବାନାର୍ଜୀ କହିଛନ୍ତି ଯେ, “ସିଏଟର ପରିବର୍ତ୍ତନ ଆମ ଗ୍ରାହକଙ୍କ ଆକାଂକ୍ଷା ସହିତ ତାଳମେଳ ରକ୍ଷା କରିବା ପାଇଁ ଆମର ସମର୍ପଣକୁ ଦର୍ଶାଉଛି । ଆମର ନୂତନ ବ୍ରାଣ୍ଡ ଯୋଗାଯୋଗ ସେମାନଙ୍କ ଯାତ୍ରା ସମୟରେ ଆବିଷ୍କାର କରିବାର ଅନୁସନ୍ଧାନକାରୀ ମାନସିକତା ପାଇଁ ଆମର ସମର୍ଥନ ଉପରେ ଗୁରୁତ୍ୱାରୋପ କରୁଛି । ଏହି ପଦକ୍ଷେପ ଉପଭୋକ୍ତାଙ୍କ ଆଶାକୁ ଅତିକ୍ରମ କରିବା ଏବଂ ଉଚ୍ଚ ମାନର ଉତ୍ପାଦ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ଯାହା ସଡ଼କରେ ହେଉ କିମ୍ବା ରାସ୍ତା ବାହାରେ ପ୍ରତ୍ୟେକ ଯାତ୍ରାରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛି ।”
ସିଏଟ ଲିମିଟେଡର ସିଏମଓ ଶ୍ରୀ ଲକ୍ଷ୍ମୀ ନାରାୟଣନ ବି କହିଛନ୍ତି ଯେ, “ଆମର ନୂତନ ଆଭିମୁଖ୍ୟରେ ବିଭିନ୍ନ ଅଜ୍ଞାତ ତଥା ସୁଲଭ ସ୍ଥାନରେ ଆମ ଟାୟାରର ବହୁମୁଖୀ ଏବଂ ସ୍ଥାୟୀତ୍ୱ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ଟ୍ରାଭେଲ ସଂସ୍ଥା ସହିତ ସହଯୋଗିତା ଅନ୍ତର୍ଭୁକ୍ତ । ଦୁଇ ଭାଗ ବିଶିଷ୍ଟ ଅଭିଯାନର ଏହି ଶୃଙ୍ଖଳା କେବଳ ଆଖି ପାଇଁ ଆରାମଦାୟକ ହୋଇଥବାବେଳେ ବିଜ୍ଞାପନରେ ଥିବା ଅଭିନବ ଇଣ୍ଟରଆକ୍ଟିଭ୍ କ୍ୟୁଆର୍ ଉପାଦାନ ମାଧ୍ୟମରେ ଆମ ଗ୍ରାହକଙ୍କ ମଧ୍ୟରେ କୌତୁହଳ ଏବଂ ଉତ୍ସୁକତା ଜାଗ୍ରତ କରିବ । ଦୁଃସାହସିକତା ଏବଂ ଆବିଷ୍କାର ପାଇଁ ସେମାନଙ୍କର ଉତ୍ସାହକୁ ସକ୍ଷମ କରିବା ପାଇଁ ଆମ ଉଚ୍ଚ ପ୍ରଦର୍ଶନକାରୀ ଉତ୍ପାଦ ପ୍ରସ୍ତୁତ କରାଯାଇଛି ।”


Share It

Comments are closed.