ସିଏଟର ନୂତନ ଅଭିଯାନର ଶୁଭାରମ୍ଭ


ଭାରତର ଅଗ୍ରଣୀ ଟାୟାର ନିର୍ମାଣକର୍ତ୍ତା ଏହାର ନୂତନ ଟାୟାର ମାଇଲେଜ୍ ଏକ୍ସ୩ ପାଇଁ ଏକ ନୂତନ ଅଭିଯାନର ଶୁଭାରମ୍ଭ କରିଛି । ଏହି ବିଜ୍ଞାପନ ମାଇଲେଜ୍ ଏକ୍ସ୩ର ଦୀର୍ଘତାର ଉପାଦେୟତାଗୁଡ଼ିକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି, ଯାହା ସେମାନଙ୍କ କାର ଗୁଡିକୁ ଆହୁରି ଉନ୍ନତ କରିବା ନିମନ୍ତେ ସାହାଯ୍ୟ କରିବ । ମାଇଲେଜ୍ ଏକ୍ସ୩ ଟାୟାରକୁ ଅଧିକ ଇନ୍ଧନକ୍ଷମ କରିବା ଭଳି ଡିଜାଇନ୍ ପ୍ରଦାନ କରାଯାଇଛି ଓ ଏହା ୧ ଲକ୍ଷ କିମି ଦୂରତା ଅତିକ୍ରମ କରିବାର କ୍ଷମତା ରଖୁଥିବା ଷ୍ଟାଣ୍ଡାର୍ଡ ଟେଷ୍ଟ କଣ୍ଡିସନ୍ ପରୀକ୍ଷଣରୁ ଜଣାପଡ଼ିଛି ।
ନିର୍ଦ୍ଦିଷ୍ଟ ଭାବରେ, ଏହି ଅଭିଯାନ କେତେକ ବାସ୍ତବିକ ଜୀବନର ପରିସ୍ଥିତିକୁ ଚିତ୍ରଣ କରୁଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ପସନ୍ଦ ଅନୁଯାୟୀ କାର ଗୁଡ଼ିକୁ ଉନ୍ନତ କରି ସେମାନଙ୍କ ଇଚ୍ଛାକୁ ପୂରଣ କରିପାରିବେ । ଏହା ସେମାନଙ୍କ କାରର ରୂପ ପରିବର୍ତ୍ତନ କରିପାରିବ, ଯେଉଁଥିରେ ଅଛି ଷ୍ଟିକର୍ସ, ଫ୍ଲାଗ୍ସ, କାର୍ ପେଣ୍ଟ୍ସ, ଗାଡ଼ିର ହେଡଲ୍ୟାମ୍ପର ଉନ୍ନତିକରଣ, ସିଟ୍ କଭର୍ସ, ଏପରିକି ମିନି ଫ୍ରିଜ୍ ଇତ୍ୟାଦି । ଟାୟାର୍ ସୁରକ୍ଷିତ ଓ ଆରାମଦିୟକ ଗାଡ଼ିଚାଳନା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା, ଯାହା ସପିଂ ଲିଷ୍ଟ୍ ଶେଷରେ ରହିଥାଏ । ଯାହାହେଉ, ମାଇଲେଜ୍ ଏକ୍ସ୩ ସହିତ କାର୍ ମାଲିକମାନେ ବର୍ତ୍ତମାନ ସେମାନଙ୍କୁ ଦୀର୍ଘ ଦିନ ଧରି ପରିବର୍ତ୍ତନ ନ କରିବାଠାରୁ ରକ୍ଷା ପାଇବେ ।
ସିଏଟ୍ ଲିମିଟେଡର ବାଣୀଜ୍ୟକ ଉପସଭାପତି, ଶ୍ରୀଯୁକ୍ତ ନିତିଶ ବାଜାଜ୍ କହିଛନ୍ତି ଯେ, “ଆମର ମାଇଲେଜ୍ ଏକ୍ସ୩ ବ୍ରାଣ୍ଡ ଅଭିଯାନ ଗ୍ରାହକମାନଙ୍କଠାରେ ସଚେତନତା ସୃଷ୍ଟି କରିଛି ଏବଂ ୧,୦,୦୦୦କିମି ଓ ତା’ଠାରୁ ଅଧିକ ଦୂରତା ଅତିକ୍ରମ କରିବାରେ ସକ୍ଷମ ରଖୁଥିବା ଟାୟାରର ଉପାଦେୟତାକୁ ଲୋକଲୋଚନକୁ ଆଣିଛି । ଏହି ଅଭିଯାନ ଗ୍ରାହକଙ୍କ ସାଧାରଣ ଅନ୍ତର୍ଦୃଷ୍ଟିଗୁଡ଼ିକୁ ଏପରି ଚିତ୍ରଣ କରିଛି ଯେ, ଗ୍ରାହକମାନେ ସେମାନଙ୍କ ଗାଡ଼ିକୁ ଉନ୍ନତ କରିବା ପାଇଁ ଚାହୁଁଛନ୍ତି ।”
ଶ୍ରୀଯୁକ୍ତ କିରନ୍ ଆନ୍ଥୋନି, ଓଜିଲ୍ଭି ଓ ମ୍ୟାଥର୍ ପ୍ରକାଶ କରିଛନ୍ତି ଯେ, “ଯେତେବେଳେ ଏକ ବ୍ରାଣ୍ଡ ଆପଣଙ୍କୁ କ୍ୟାଟାଗୋରୀ କୋର୍ଡ ଭଙ୍ଗ କରିବାକୁ କହିବ, ଏହା ଏକ ଆନନ୍ଦର ବିଷୟ ଏବଂ ଏପରି କରିବା ପାଇଁ ମୁଁ ଆମ ସହଯୋଗୀ ସିଏଟକୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଥମ ଥର ପାଇଁ ଟେଲିଭିଜନ୍ ବିଜ୍ଞାପନରେ ସିଏଟ୍ ଆକ୍ସନରେ ଟାୟାର ପ୍ରଦର୍ଶନ କରୁନାହିଁ । ୧,୦୦,୦୦୦କିମି ଅତିକ୍ରମ କରିବାକୁ ଭରସା ଦେଉଥିବା ଏକ ଉତ୍ପାଦ ବିରଳ ଅଟେ ଓ ଏହା ଅସାଧାରଣ । ବାସ୍ତବରେ, ପ୍ରାସଙ୍ଗିକ ଓ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ହେବା ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ । ଆମେ ଏକ ଉତ୍ତମ ଅନ୍ତର୍ଦୃଷ୍ଟି ପାଇ ଖୁବ୍ ଆନନ୍ଦିତ ।”


Share It

Comments are closed.