ସିଡିଏସଏଲ ଆଇପିଏଫ ପକ୍ଷରୁ ପୁରୀ ଓ ଭଦ୍ରକରେ ନିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Share It

– ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ନିବେଶକ ହେବାକୁ ସଚେତନ କରାଯାଇଛି

ଭୁବନେଶ୍ୱର/ପୁରୀ/ଭଦ୍ରକ : ସିଡିଏସଏଲ ନିବେଶକ ସୁରକ୍ଷା ପାଣ୍ଠି (ସିଡିଏସ୍‌ଏଲ୍ ଆଇପିଏଫ୍‌) ପକ୍ଷରୁ ପୁରୀ ଓ ଭଦ୍ରକର ବାରିକପୁର ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୁବାଶାସନସ୍ଥିତ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟର ସେମିନାର ହଲରେ ଏବଂ ଅନ୍ୟ କାର୍ଯ୍ୟକ୍ରମଟି ବାରିକପୁରସ୍ଥିତ ଭଦ୍ରକ ପଞ୍ଚାୟତ କଲେଜର ସେମିନାର ହଲରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଆର୍ôଥକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ନିବେଶକମାନଙ୍କୁ ପୁଂଜି ବଜାରରେ ସେମାନଙ୍କ ନିବେଶ ସମ୍ପର୍କରେ ସଚେତନ ନିଷ୍ପତି ନେବାକୁ ସଶକ୍ତ କରିବା ସହିତ ନିବେଶର ମୂଳ ନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ୟାପକ ଉପସ୍ଥିତି ଧାର୍ଯ୍ୟ କରିବା ପାଇଁ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବକ୍ତାମାନେ ନିବେଶ ଏବଂ ଜମାକାରୀ ସେବା ଉପରେ ନିବେଶକ ସଚେତନତା ଭଳି ବିଷୟକୁ ଅନ୍ତର୍ଭୁକ୍ତ କରି ଛାତ୍ରଛାତ୍ରୀଙ୍କ ପାଇଁ ନିବେଶ ଧାରଣାକୁ ସରଳ କରିଥିଲେ ।
ପୁଂଜି ବଜାରରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ହାସଲ କରିବାରେ ନିବେଶକ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ, ସିଡିଏସଏଲ ଆଇପିଏଫ ନିବେଶକମାନଙ୍କୁ ପୁଂଜି ବଜାରର ଜଟିଳତାକୁ ଆତ୍ମବିଶ୍ୱାସର ସହ ଅତିକ୍ରମ କରିବା ଏବଂ ଏକ ଆତ୍ମନିର୍ଭର ନିବେଶକ ହେବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।
ଆର୍ôଥକ ସାକ୍ଷରତା ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ସିଡିଏସଏଲ ଆଇପିଏଫ ଚଳିତ ବର୍ଷ ଦେଶବ୍ୟାପୀ ଅଧିକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବ।


Share It

Comments are closed.