ସିଡିଏସ୍‌ଏଲ୍ ଆଇପିଏଫ୍ ପକ୍ଷରୁ ଅନୁଗୁଳର ପରତରାରେ ନିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର/ ଅନୁଗୁଳ: ସିଡିଏସ୍‌ଏଲ୍ ନିବେଶ ସୁରକ୍ଷା ପାଣ୍ଠି (ଆଇପିଏଫ୍‌) ପକ୍ଷରୁ ଓଡ଼ିଶାର ଅନୁଗୁଳ ଜିଲ୍ଲାର ପରତରାଠାରେ ଛାତ୍ରଛାତ୍ରୀ ଓ ଫାକଲ୍‌ଟି ସଦସ୍ୟମାନଙ୍କ ପାଇଁ ଏକ ନିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପରତରାର କରାଡ଼ଗାଡ଼ିଆସ୍ଥିତ ସରକାରୀ ପଲିଟେକ୍‌ନିକ୍ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତାର ପ୍ରସାର କରିବା ଏବଂ ପୁଞ୍ଜି ବଜାରରେ ନିବେଶ କରିବା ବେଳେ ସୂଚନା ଆଧାରରେ ନିଷ୍ପତି ନେବାରେ ନିବେଶକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ନିବେଶର ମୂଳ ନୀତି ଉପରେ ଆଲୋଚନା ହୋଇଥିଲା।
ଓଡ଼ିଆ ଭାଷାରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ଯେଉଁଥିରେ ବକ୍ତାମାନେ ଛାତ୍ରଛାତ୍ରୀ ଓ ଫାକଲ୍‌ଟି ସଦସ୍ୟମାନଙ୍କୁ ସରଳ ନିବେଶ ବିଷୟ ବୁଝାଇଥିଲେ। ନିବେଶର ମୌଳିକ ବିଷୟ ଏବଂ ଡିପୋଜିଟୋରି କିଭଳି କାର୍ଯ୍ୟ କରିଥାଏ ତାହା ସେମାନଙ୍କୁ କୁହାଯାଇଥିଲା।
ପୁଞ୍ଜି ବଜାରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହାସଲ କରିବାରେ ନିବେଶକ ସଚେତନତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ସିଡିଏସ୍‌ଏଲ ପକ୍ଷରୁ ନିବେଶକମାନଙ୍କୁ ବିଶ୍ୱାସର ସହ ପୁଞ୍ଜି ବଜାରର ଜଟିଳତାକୁ ଅତିକ୍ରମ କରିବା ଏବଂ ଆତ୍ମନିର୍ଭର ନିବେଶକ ହେବା ପାଇଁ ଜ୍ଞାନ ଓ ଦକ୍ଷତା ପ୍ରଦାନ କରୁଛି।
ଆର୍ଥିକ ସଚେତନତାର ପ୍ରସାର ପାଇଁ ପ୍ରତିବଦ୍ଧ ଥିବା ସିଡିଏସ୍‌ଏଲ୍ ଆଇପିଏଫ୍ ପକ୍ଷୁ ଚଳିତ ବର୍ଷ ଦେଶବ୍ୟାପୀ ଅଧିକରୁ ଅଧିକ ନିବେଶକ ସଚେତନତା କାଯ୍ୟକ୍ରମ ଆୟୋଜନ କରାଯିବ।


Share It

Comments are closed.