ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ


ଆଜି ପ୍ରକାଶ ପାଇବି ସିବିଏସ୍‌ଇର ଦଶମ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ର ଦଶମ ପରୀକ୍ଷା ଫଳ ଦିନ ୧୨ଟା ବୋର୍ଡ ୱେବ୍‌ସାଇଟ୍‌ www. cbse.nic.inରେ ଉପଲବ୍ଧ ହେବ । ଏଥି ସହିତ ଡିଜିଲକ୍, ଏସ୍‌ଏସ୍‌ ଓ ଉମଙ୍ଗ ଆପ୍ ମାଧ୍ୟମରେ ପଞ୍ଜୀକୃତ ପ୍ରାର୍ଥୀଙ୍କ ଦଶମ ଫଳ ଜଣାପାରିବେ। ଏନେଇ ସିବିଏସ୍‌ଇ କତ୍ତୃପକ୍ଷ ସୂଚନା ଦେଇଛିନ୍ତି। କୋଭିଡ୍‌ ସଂକ୍ରମଣ ଯୋଗଁ ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା ।
ଦେଶରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ରଦ୍ଦ କରାଯାଇଥିଲା। ଏନେଇ ବୋର୍ଡ ପକ୍ଷରୁ ଏପ୍ରିଲ ୪ ତାରିଖରେ ଘୋଷଣା କରାଯାଇଥିଲା। ତା ସହିତ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଚାରକୁ ନେଇ ପିଲାମାନଙ୍କର ପରୀକ୍ଷା ମୂଲ୍ୟାୟାନ କରାଯିବ ବୋଲି ଘୋଷଣା କରିଥିଲା ସିବିଏସ୍‌ଇ।


Share It

Comments are closed.