ରିୟାଙ୍କ ଭାଇଙ୍କୁ ସିବିଆଇର ପଚରାଉଚରା ଜାରି , ବାପାଙ୍କୁ ଇଡିର ଡାକରା


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଚାଲିଛି। ମୁମ୍ବାଇରେ ଅଭିନେତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ଟିମ୍ ସନ୍ଦିଗ୍ଧ ଏବଂ ସାକ୍ଷୀଙ୍କୁ ପଚରାଉଚରା କରୁଛି। ଏଥି ସହ ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି।

ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ରିୟା ଚକ୍ରବର୍ତ୍ତୀ ଏହି ଡ୍ରଗ୍ସ ମାମଲାରେ ଅସ୍ୱୀକାର କରି କହିଛନ୍ତି ଯେ ସୁଶାନ୍ତ ପ୍ଲେନରେ ଯିବାବେଳେ ଭୟ କରୁଥିଲେ ତେଣୁ ସେ ଔଷଧ ନେଉଥିଲେ। ଏଠାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍ ଡ୍ରଗ୍ସ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ଯାଇଛନ୍ତି। ଏଥିସହ ରିୟାଙ୍କ ପିତା ଇନ୍ଦରଜିତ୍ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ଇଡି ଡକାଇଛି। ଅନ୍ୟପକ୍ଷରେ, ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇର ପଚରାଉଚରା DRDO ଗେଷ୍ଟ ହାଉସରେ ଜାରି ରହିଛି। ସୁଶାନ୍ତ ସିଂ ରାଜପୁତ ମାମଲାରେ ପଚରାଉଚରା ପାଇଁ ସିଦ୍ଧାର୍ଥ ପିଠାନି ଆଜି ପୁଣିଥରେ DRDO ଗେଷ୍ଟ ହାଉସରେ ପହଞ୍ଚିଛନ୍ତି।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ରିୟା ଚକ୍ରବର୍ତ୍ତୀ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ୟୁରୋପ ଟ୍ରିପ ସମୟରେ ସୁଶାନ୍ତ କହିଥିଲେ ଯେ ସେ ବିମାନରେ ବସିବା ସମୟରେ ଡରୁନ୍ତି ଏବଂ ତା ପାଇଁ ଔଷଧ ଖାଉଛନ୍ତି। ରିୟାଙ୍କ ଅନୁଯାୟୀ ସୁଶାନ୍ତ ତାଙ୍କୁ କହିଥିଲେ ଯେ ଏହି ଔଷଧର ନାମ ମୋଡାଫିନିଲ, ସେ ବିମାନକୁ ଯିବା ପୂର୍ବରୁ ସେ ଔଷଧ ନେଇଥିଲେ। କାରଣ ସେହି ଔଷଧ ସବୁବେଳେ ସୁଶାନ୍ତଙ୍କ ସହିତ ରହିଆସୁଥିଲା | ଏପରି ପରିସ୍ଥିତିରେ ସେହି ଔଷଧ ପାଇଁ କୌଣସି ପରାମର୍ଶର ଆବଶ୍ୟକତା ନଥିଲା।

ରିୟା ଏବଂ ଗ୍ୟାଙ୍ଗଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ସେମାନେ ମୋ ଭାଇକୁ ଡ୍ରଗ୍ସ ଦେଇଥିଲେ ଏବଂ ତାଙ୍କୁ ନିୟନ୍ତ୍ରଣ କରିଥିଲେ। ତାଙ୍କୁ ଆର୍ଥିକ ଦୃଷ୍ଟିରୁ ଲୁଟ ମଧ୍ୟ କରାଯାଇଛି।


Share It

Comments are closed.