ସୁଶାନ୍ତଙ୍କ ପରେ ଏବେ ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କଲା ସିବିଆଇ


ଅଭିନେତା ସୁଶାନ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାଲିଥିବା ତଦନ୍ତ ନେଇ ଗୁରୁବାର ଆସିଛି ବଡ ଟ୍ବିଷ୍ଟ। ତାହା ହେଲା ସୁଶାନ୍ତଙ୍କ ମ୍ୟାନେଜର ଥିବା ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ ,ବେ ସିବିଆଇ ଆରମ୍ଭ କରିଦେଇଛି। ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ବିଲ୍ଡିଂରୁ ଡେଇଁ ଦୀଶା ଆତ୍ମହତ୍ୟା କରିଥିଲେ।

ସୁଶାନ୍ତ ଓ ଦୀଶାଙ୍କ ମୃତ୍ୟୁ ଭିତରେ ମାତ୍ର ଅଳ୍ପ କିଛି ଦିନର ବ୍ୟବଧାନ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ଏବଂ ଦିଶା ସାଲିଆନ ମୃତ୍ୟୁ ଭିତରେ କିଛି ସମ୍ପର୍କ ରହିଛି କି ନାହିଁ ତାହାର ତଦନ୍ତ କରିବ ସିବିଆଇ। ସିବିଆଇ ସବୁଠାରୁ ପ୍ରଥମେ  Cornerstones Company ର ମାଲିକ ବଣ୍ଟି ସଚଦେବଙ୍କୁ ପଚରାଉଚରା ପାଇଁ ଡିଆରଡିଓ ଗେଷ୍ଟ ହାଉସ ଡକାଇଛି। ବଣ୍ଟି ସଚଦେବ ହେଉଛନ୍ତି ଅଭିନେତା ସୋହେଲ ଖାନଙ୍କ ପତ୍ନୀଙ୍କର ଭାଇ।

ଉଲ୍ଲେଖନୀୟ ଯେ,  Cornerstones Company ଏକ ସେଲିବ୍ରିଟି ମ୍ୟାନେଜମେଣ୍ଟ କମ୍ପାନୀ, ଯାହାକି ବିରାଟ​‌ କୋହଲିଙ୍କ ସହିତ ଅନେକ କ୍ରିକେଟରଙ୍କଠାରୁ ନେଇ ବଲିଉଡ ସେଲିବ୍ରିଟିଙ୍କ ପିଆର କାମ ଦେଖିଥାଏ। ଦିଶା ସାଲିଆନ୍ ଏହି କମ୍ପାନୀରେ କାମ କରୁଥିଲେ। ମୃତ୍ୟୁ ପୂର୍ବରୁ ସେ ସୁଶାନ୍ତଙ୍କ ଏକ ଫିଲ୍ମର ପିଆର ସମ୍ଭାଳୁଥିଲେ। ଏବେ ସିବିଆଇ ଦିଶାଙ୍କର ୮ ଜୁନରେ ହୋଇଥିବା ମୃତ୍ୟୁ ମାମଲାକୁ ସୁଶାନ୍ତଙ୍କ ମୃତ୍ୟୁ ସହ ଯୋଡି ତଦନ୍ତ ଆରମ୍ଭ କରୁଛି।


Share It

Comments are closed.