ଫୁଲକୋବି ଓ ବ୍ରୋକୋଲି ? କେଉଁଟି ଅଧିକ ଲାଭଦାୟକ, ଜାଣନ୍ତୁ


ଶୀତ ଦିନରେ ବଜାରରେ ଅନେକ ପ୍ରକାର ପନିପରିବା ଉପଲବ୍ଧ। କୋଡ଼ି ଶୀତ ଦିନର ଏକ ମୁଖ୍ୟ ପରିବା। ନୂଆ ନୂଆ ବଜାରକୁ ଫୁଲ କୋବି ଆସିଲେ ଲୋକେ ଭାରି ଆଗ୍ରହର ସହ କିଣି ନିଅନ୍ତି। ଫୁଲ କୋବି ଖାଇବାକୁ ବି ଲୋକେ ଭାରି ପସନ୍ଦ କରନ୍ତି। ଫୁଲ କୋବି ଭଳି ଆଉ ଏକ ପରିବା ଯାହା ଲୋକଙ୍କୁ ବହୁତ ପସନ୍ଦ, ତାହା ହେଲା ବ୍ରୋକୋଲି। ଦେଖିବାକୁ ବି ଇଏ ଫୁଲକୋବି ଭଳି। କିନ୍ତୁ ଏହାର ରଙ୍ଗ ସବୁଜ। ଫୁଲକୋବି ଭାରତୀୟ ପରିବା ହୋଇଥିବାବେଳେ ବ୍ରୋକୋଲି ବିଦେଶୀ ପରିବା। କିନ୍ତୁ ବର୍ତ୍ତମାନ ଭାରତରେ ମଧ୍ୟ ବହୁ ମାତ୍ରାରେ ବ୍ରୋକୋଲି ଚାଷ ହେଉଛି। ପୋଷଣ ମାମଲାରେ ମଧ୍ୟ ଏହି ଦୁଇ ପରିବା ଏକାଭଳି। କିନ୍ତୁ ଦୁଇ ପରିବା ମଧ୍ୟରେ ପୋଷାକ ମାତ୍ରା ଭିନ୍ନ ଭିନ୍ନ।

ଆଜିକାଲି ଲୋକେ ବ୍ରୋକୋଲି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ବ୍ରୋକୋଲି ଅଧିକ ଲାଭଦାୟକ। କିଛି ସ୍ଥାନରେ ଲୋକେ ବ୍ରୋକୋଲିକୁ ସବୁଜ କୋବି ମଧ୍ୟ କହିଥାନ୍ତି। ଏହାକୁ ସାଲାଡ୍ ଭଳି ମଧ୍ୟ ବ୍ୟବହାର କରାଯାଏ। ଭାରତରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ରୋକୋଲି ଏତେ ଲୋକପ୍ରିୟ ନୁହେଁ କିନ୍ତୁ ଧୀରେ ଧୀରେ ଲୋକେ ଏହାକୁ ପସନ୍ଦ କରୁଛନ୍ତି।

କୋବି ଓ ବ୍ରୋକୋଲିର ଫାଇଦା :

୧. କୋବିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ ଓ ଖଣିଜ ସହ ଭିଟାମିନ-ଏ,ବି,ସି, ଆୟୋଡିନ ଓ ପୋଟାସିୟମ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ଅପରପକ୍ଷରେ ବ୍ରୋକୋଲିରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋକେମିକାଲ ସହ ଆଇରନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, କ୍ରୋମିୟମ, ପ୍ରୋଟିନ, ଭିଟାମିନ-ଏ ଓ ସି ସମେତ ଅନେକ ପ୍ରକାର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି।

୨. କୋବି ଓ ବ୍ରୋକୋଲିରେ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଛି। ସିଝା କୋବି ଖାଇ ଓଜନ ଖୁବ ଶୀଘ୍ର କମ କରାଯାଇପାରେ। ଶରୀରର ଆନ୍ତରିକ ସୁଜନ ଦୂର କରିବାକୁ ସିଝା କୋବି ବ୍ୟବହାର କରାଯାଏ। ଅପରପକ୍ଷରେ ବ୍ରୋକୋଲିକୁ ସାଲାଡ଼ ଭଳି ଖାଇବା ହିତକର ହୋଇଥାଏ।

୩. ଏହି ଦୁଇଟି ପରିବାରେ ଆଇସୋଥିୟୋସାଇନେଟ୍ସ ଓ ଗ୍ଲୁକୋସାଇନେଟ୍ସ ରହିଛି। ଏହି ଦୁଇଟି ତତ୍ତ୍ୱ ଶରୀରରେ କ୍ୟାନ୍ସର ସେଲ୍ସ ଉତ୍ପନ୍ନ ହେବାରେ ରୋକିଥାନ୍ତି। କୋବି ଅପେକ୍ଷା ବ୍ରୋକୋଲିରେ ଅଧିକ ମାତ୍ରାରେ ଏହି ତତ୍ତ୍ୱ ରହିଛି।

୪. କୋବି ଓ ବ୍ରୋକୋଲିକୁ ଶିଝେଇ ଖାଇବା ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହାକୁ ସ୍ୱାଦିଷ୍ଟ କରିବାକୁ ସିଝେଇବା ପରେ ଏଥିରେ କଳା ଲୁଣ ଓ ଆମଚୁର ପାଉଡର ପ୍ରୟୋଗ କରାଯାଇପାରିବ।

୫. ଶୀତ ଦିନରେ ଶରୀରରେ ରକ୍ତ ସଞ୍ଚାଳନ ଧୀର ହୋଇଯାଇଥାଏ। ସେଥିପାଇଁ ଶୀତ ଦିନେ କୋବି ଓ ବ୍ରୋକୋଲି ସେବନ ଦ୍ୱାରା ରକ୍ତ ସଞ୍ଚାଳନ ସାମାନ୍ୟ ସ୍ଥିତିକୁ ଆସିଥାଏ।

(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ, ଡାକ୍ତରଙ୍କୁ ପରାମର୍ଶ ଆବଶ୍ୟକ)


Share It

Comments are closed.