ହ୍ବାଟସ୍ ଆପ୍ ମାଧ୍ୟମରେ ପେମେଣ୍ଟ କଲେ ମିଳିବ ୫୧ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣ କିପରି ପାଇବେ ଏହାର ଲାଭ ?


ଏହି ଦିପାବଳୀ, ହ୍ବାଟସ୍ ଆପ୍ ଏହାର ହ୍ବାଟସ୍ ଆପ୍ ପେରୁ ଏକ କ୍ୟାସବ୍ୟାକ୍ ଅଫର ସହିତ ୟୁଜରଙ୍କ ପାଇଁ ଖୁସି ଖବର ନେଇ ଆସିଛି। ଏଥିରେ ହ୍ବାଟସ୍ ଆପ୍ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ୫୧ଟଙ୍କା ର କ୍ୟାସବ୍ୟାକ ପ୍ରଦାନ କରୁଛି | ଏହାର ସେବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଆପଣ କେତେ ଟଙ୍କା ଦେଇପାରିବେ ତାହାର ମଧ୍ୟ କୌଣସି ସୀମା ନାହିଁ | ଫଳସ୍ୱରୂପ, ଆପଣ ହୁଏତ ଆପଣଙ୍କର ବନ୍ଧୁକୁ ୧ଟଙ୍କା ଦେଲେ ଏହାର ପ୍ରତିବଦଳରେ ୫୧ ଟଙ୍କା ପାଇପାରିବେ | ତେବେ ଏହି ଅଫର ସମସ୍ତଙ୍କ ପାଇଁ ଲାଗୁ ନୁହେଁ କେବଳ ଆଣ୍ଡ୍ରଏଡ଼ ବିଟା ଟେଷ୍ଟର ହିଁ ଏହାର ଫାଇଦା ଉଠାଇ ପାରିବେ। ଶୀଘ୍ର ସମସ୍ତେ ଏହାର ଲାଭ ଉଠାଇ ପାରିବେ।

ଆଣ୍ଡ୍ରଏଡ଼ ବିଟା ଭର୍ସନ 2.21.20.3 ରେ ଏହି ଅଫରକୁ ପ୍ରମୋଟ କରିବାକୁ ଏକ ବ୍ୟାନର ବ୍ୟବହାର କରାଯାଉଛି। ବ୍ୟାନରରେ ଲେଖାଯାଇଛି ‘Give cash, get ₹51 back’. ବିଜନେସ ଇନସାଇଡରର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ ୟୁଜର୍ସ ବିଭିନ୍ନ କଣ୍ଟାକ୍ଟକୁ ଟଙ୍କା ପଠାଇଲେ ୫୧ ଟଙ୍କା କ୍ୟାସବ୍ୟାକ ଦିଆଯାଉଛି। ୟୁଜର ୫ ଥର ପେମେଣ୍ଟ କଲେ ପ୍ରତ୍ୟେକଥର ୫୧ ଟଙ୍କା କ୍ୟାସବ୍ୟାକ ପାଇପାରିବେ। ଏହିଭଳି ୟୁଜର୍ସ ୨୫୫ ଟଙ୍କା କ୍ୟାସବ୍ୟାକ ପାଇପାରିବେ।

ବିଟା ଆପ ୟୁଜର୍ସଙ୍କ ପାଇଁ ହିଁ ଏହି ଫିଚର ରୋଲଆଉଟ ହୋଇଛି। ସେଥିପାଇଁ ଏହା ସାଧାରଣ ୟୁଜର୍ସଙ୍କୁ ଦେଖାଦେବ ନାହିଁ। ଏହି ଫିଚର ଚାଟ ଲିଷ୍ଟ ଉପରେ ଏକ ବ୍ୟାନର ଅଛି ଯାହା ୟୁଜର୍ସଙ୍କୁ ଅଫର ବିଷୟରେ ଦର୍ଶାଇଥାଏ।

ହ୍ୱାଟ୍ସଆପ ବିଟା ପାଇଁ ଏନରୋଲ କରିବାକୁ Google Play ଖୋଲନ୍ତୁ ଓ ହ୍ୱାଟ୍ସଆପ ସର୍ଚ୍ଚ କରନ୍ତୁ। ବିଟା ଟେଷ୍ଟର ହୋଇ ପେନାଲ ଯାଏଁ ତଳକୁ ସ୍କ୍ରଲ କରନ୍ତୁ। ‘I’m in‘ ରେ ଟ୍ୟାପ କରନ୍ତୁ। ତାପରେ ‘Join‘ କରନ୍ତୁ। କିଛି ଘଣ୍ଟା ପରେ ବିଟା ୟୁଜର୍ସ ହେବାକୁ ଆପଣଙ୍କୁ ଏକ ଅପଡେଟ ମିଳିବ।

୨୦୧୮ ମସିହାରେ WhatsApp Pay କୁ ଟ୍ରାଏଲ ରନ ଭାବେ ଲଞ୍ଚ କରାଯାଇଥିଲା। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଠୁ ମଞ୍ଜୁରୀ ମିଳିବା ପରେ ଅଧିକାରିକ ଭାବେ ଏହି ସେବା ଗତ ବର୍ଷ ଜନତାଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହା ୨୨୭ ରୁ ଅଧିକ ବ୍ୟାଙ୍କ ସହ ରିୟଲ ଟାଇମ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ।


Share It

Comments are closed.