‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଜେଲ୍ ଗଲେ ମହିଳା


ବେଙ୍ଗାଲୁରୁରେ ନାଗରିକ ସଂଶୋଧନ ନିୟମ ବିରୁଦ୍ଧରେ ହେଉଥିବା ବିରୋଧ ପ୍ରଦର୍ଶନରେ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଛନ୍ତି, ଯାହାର ପରିଣାମସ୍ୱରୂପ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହର ଏକ ମାମଲା ରୁଜ୍ଜୁ କରାଯାଇଛି । ମଞ୍ଚ ଉପରେ ଅମୂଲ୍ୟା (ମହିଳାଙ୍କ ନାମ) ପାକିସ୍ତାନ ଜିନ୍ଦାବାଦ ନାରା ଦବା ପରେ ଆଉ କିଛି କହିବାକୁ ଯାଉଥିବାବେଳେ ତୁରନ୍ତ ତାଙ୍କୁ ରୋକାଯାଇଥିଲା ଏବଂ ପୋଲିସ୍ ତାଙ୍କୁ ମଞ୍ଚରୁ ତଳକୁ ଓହ୍ଲାଇଦେଇଥିଲା । ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓବେସି ଏହି ମଞ୍ଚରେ ଉପସ୍ଥିତ ଥିଲେ । ସେ ମହିଳା ଜଣଙ୍କୁ ରୋକିବାରେ ଚେଷ୍ଟା କରିଥିଲେ ଓ ଏହାପରେ ଉକ୍ତ ମହିଳା ତାଙ୍କ ପାର୍ଟିର ନୁହନ୍ତି ବୋଲି ସଫେଇ ଦେଇଥିଲେ ଏବଂ କହିଥିଲେ ଆମେ କୌଣସି ପରିସ୍ଥିତିରେ ମଧ୍ୟ ଆମର ଶତୃ ଦେଶକୁ ସମର୍ଥନ କରିବୁ ନାହିଁ ।
ଗୁରୁବାର ସନ୍ଧ୍ୟାରେ ମହିଳାଙ୍କୁ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ରାଜଦ୍ରୋହ ମାମଲା ରୁଜ୍ଜୁ କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ଜାମିନ ଦେବା ନିମନ୍ତେ ମନା କରିଦେଇଥିଲା ଓ ୧୪ ଦିନ ପାଇଁ ନ୍ୟାୟିକ ତଦନ୍ତରେ ପଠାଇଦେଇଥିଲା । କୋର୍ଟ ସୋମବାର ତାଙ୍କ ଜାମିନ ଯାଚିକା ଉପରେ ଶୁଣାଣି କରିବ ।


Share It

Comments are closed.