ସାବଧାନ! JEE Main 2021 ଆବେଦନ ଫର୍ମ ପୂରଣ କରିବା ସମୟରେ ଏହି ଠକ ୱେବସାଇଟ ପ୍ରତି ରୁହନ୍ତୁ ସତର୍କ, ନିଶ୍ଚିତ ପଢ଼ନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା


ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି JEE ମେନ୍ ୨୦୨୧ ଫର୍ମ ପୂରଣ କରିବାକୁ ଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି | ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାରେ NTA କହିଛି ଯେ ଅଫିସିଆଲ୍ ୱେବସାଇଟ୍ ସହିତ ଏକ ନକଲି ୱେବସାଇଟ୍ ର URL ସର୍କୁଲେଟ ହେଉଛି, ଯାହାଠାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସତର୍କ ରହିବାକୁ କୁହାଯାଉଛି | ଏହି ନକଲି ୱେବସାଇଟ୍ ଆବେଦନ ସହିତ ଫି ପେମେଣ୍ଟ ଗ୍ରହଣ କରୁଛି, ଯାହାକୁ ଏଡାଇବା ଆବଶ୍ୟକ |

NTA ର ଅଫିସିଆଲ୍ ୱେବସାଇଟ୍ ହେଉଛି nta.ac.in ଏବଂ jeemain.nta.nic.in | କିନ୍ତୁ ଏକ ଅନଲାଇନ୍ ୱେବସାଇଟ୍ ଯାହାର URL jeeguide.co.in ମଧ୍ୟ JEE Main ୨୦୨୧ ଫର୍ମ ପୂରଣ କରିବା ଏବଂ ଫି ଗ୍ରହଣ କରିବା ପାଇଁ ଠକାମି ଉପାୟରେ ପରିଚାଳିତ ହେଉଛି | JEE Main 2021 ଆବେଦନ ଫର୍ମ ପୂରଣ କରୁଥିବା ପ୍ରାର୍ଥୀମାନେ ଏହି ନକଲି ୱେବସାଇଟରୁ ସାବଧାନ ରୁହନ୍ତୁ ଏବଂ ସେମାନଙ୍କର ଆବେଦନ ଫର୍ମ କେବଳ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ପୂରଣ କରନ୍ତୁ | NTA କହିଛି ଯେ jeeguide.co.in ଏକ ନକଲି ୱେବସାଇଟ୍ ଏବଂ ଏହାର ଆବେଦନ NTA ଦ୍ୱାରା ବିଚାର କରାଯିବ ନାହିଁ |

NTA କହିଛି ଯେ ଏହି ନକଲି ୱେବସାଇଟର URL, ଇମେଲ ଏବଂ ମୋବାଇଲ୍ ନମ୍ବର ସହିତ NTA କିମ୍ବା ଏହାର କୌଣସି କର୍ମଚାରୀଙ୍କ କୌଣସି ସମ୍ପର୍କ ନାହିଁ | ପ୍ରକାଶଥାଉ ଯେ JEE Main 2021 ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ହେଉଛି 16 ଜାନୁଆରୀ | ଏପରି ପରିସ୍ଥିତିରେ, ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାଁନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଆବେଦନ ଫର୍ମ ପୂରଣ କରିବେ |

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ୧୬ ଡିସେମ୍ବର ୨୦୨୦ ରେ ଜଏଂଟ ଏଂଟ୍ରାନ୍ସ ଏକ୍ସାମିନେସନ (JEE) ମେନ୍ ୨୦୨୧ ପାଇଁ ଆବେଦନ ଫର୍ମ ପ୍ରକାଶ କରିଥିଲୀ | ଏହି ବର୍ଷ JEE ମେନ ପରୀକ୍ଷା ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଅନୁଷ୍ଠିତ ହେବ | ଏହି ପରୀକ୍ଷା ଚାରୋଟି ଅଧିବେଶନରେ ଅନୁଷ୍ଠିତ ହେବ | ଫେବୃଆରୀ ଅଧିବେଶନ ପରୀକ୍ଷା ୨୩ ରୁ ୨୬ ଫେବୃଆରୀ ମଧ୍ୟରେ ଅନୁଷ୍ଠିତ ହେବ | ଏହା ପରେ ମାର୍ଚ୍ଚ ୧୫-୧୮ ରୁ ଦ୍ୱିତୀୟ ଅଧିବେଶନର ପରୀକ୍ଷା ଅନୁଷ୍ଠିତ ହେବ | ତୃତୀୟ ଅଧିବେଶନ ଏପ୍ରିଲ ୨୭-୩୦ ରେ ଏବଂ ଚତୁର୍ଥ ଅଧିବେଶନ ମେ ୨୪-୨୮ ରୁ ଅନୁଷ୍ଠିତ ହେବ |

୧୩ ଟି ଭାଷାରେ ପରୀକ୍ଷା କରାଯିବ

ଜେଇଇ ମେନ୍ ପରୀକ୍ଷା ୧୩ ଟି ଭାଷାରେ ହେବ | ଏହି ବର୍ଷ ଛାତ୍ରମାନଙ୍କୁ ମୋଟ ୯୦ ମଧ୍ୟରୁ ୭୬ ଟି ପ୍ରଶ୍ନର ସମାଧାନ କରିବାକୁ ପଡିବ | ୧୫ ବୈକଳ୍ପିକ ପ୍ରଶ୍ନର ନେଗେଟିଭ ମାର୍କିଂ କରାଯିବ ନାହିଁ | ଫେବୃଆରୀ ସେସନ ପାଇଁ JEE Main 2021 ଆଡମିଟ୍ କାର୍ଡ ଫେବୃଆରୀ ପ୍ରଥମ ସପ୍ତାହରେ ଅନଲାଇନରେ ପ୍ରକାଶ ପାଇବ |

JEE ମେନ ଆବେଦନ ଫର୍ମ ୨୦୨୧ କିପରି ପୂରଣ କରିବେ ?

-ସର୍ବପ୍ରଥମେ, ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟରେ ରେଜିଷ୍ଟ୍ରେସନ କରିନେବ ଉଚିତ୍ |
-ପ୍ରାର୍ଥୀମାନେ ID, ନାମ, ଜନ୍ମ ତାରିଖ ଏବଂ ଜେଣ୍ଡର ମାଧ୍ୟମରେ ପଞ୍ଜିକରଣ କରିନେବେ |
-ଏହା ପରେ ପ୍ରାର୍ଥୀମାନେ ସେମାନଙ୍କର ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବେ |
– ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସ୍କାନ ହୋଇଥିବା ଫଟୋଗ୍ରାଫ ଏବଂ ଦସ୍ତଖତ ସହିତ ଡକ୍ୟୁମେଣ୍ଟ ଅପଲୋଡ୍ କରିବେ |
– ଆପଣଙ୍କର ସମସ୍ତ ସୂଚନା ଏବଂ ଶେଷରେ ଆବେଦନ ଶୁଳ୍କ ପୁରଣ କରନ୍ତୁ |


Share It

Comments are closed.