ରାତିରେ ବ୍ୟବହାର କରିପାରିବେନି Whatsapp? ଜାଣନ୍ତୁ ଏହି ଭାଇରାଲ ମେସେଜ ପଛର ସତ


ବର୍ତ୍ତମାନ ସମସ୍ୟଙ୍କ ଲୋକପ୍ରିୟ ଆପ୍‌ ହେଉଛି ହ୍ବାଟ୍ସଆପ୍‌ । ଛୋଟରୁ ବୃଦ୍ଦ ପର୍ଯ୍ୟନ୍ତ ସମସ୍ତେ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏବେ ଏହାର ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଏହି ସୂଚନା ଅନୁଯାୟୀ ଭାରତ ସରକାର ହ୍ବାଟ୍ସଆପ୍‌କୁ ରାତି ୧୧.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବୃତ୍ତିରେ କୁହାଯାଉଛି ଯେ ଯଦି ୟୁଜର୍ସମାନେ ଏହି ମେସେଜ୍‌କୁ ଆଗକୁ ଫରର୍ୱାଡ୍ କରନ୍ତି ନାହିଁ, ତେବେ ସେମାନଙ୍କ ଆକାଉଣ୍ଟ ୪୮ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ । କେବଳ ଏତିକି ନୁହେଁ, ଭାଇରାଲ୍ ହୋଇଥିବା ମେସେଜ୍ ଅନୁଯାୟୀ, ୟୁଜର୍ସଙ୍କୁ ସେମାନଙ୍କର ବନ୍ଦ ହୋଇଥିବା ଆକାଉଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ୪୯୯ ଟଙ୍କା ‘ର ମାସିକ ଚାର୍ଜ’ ଦେବାକୁ ପଡିବ।

ତେବେ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ମଧ୍ୟରେ ଭାଇରାଲ ହେଉଥିବା ଏହି ମେସେଜ୍‌କୁ ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଇବି) ର ଫ୍ୟାକ୍ଟ ଚେକ୍ ଟିମ୍ ଦ୍ୱାରା ନକଲି ବୋଲି କୁହାଯାଉଛି। ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ମେସେଜ୍‌କୁ ନକଲି ବୋଲି PIB କହିଛନ୍ତି ଯେ ସରକାରଙ୍କ ଦ୍ବାରା ସେହିପରି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଏହା ସହିତ, PIB ୟୁଜର୍ସମାନଙ୍କୁ ଏପରି ନକଲି ଫର୍ଜି ମେସେଜ୍‌ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛି।


ତେବେ ଏହାର ବ୍ୟବହାରକାରୀଙ୍କ ଚାଟିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ହ୍ବାଟ୍ସଆପ୍‌ ଅନେକ ନୂଆ ଫିଚର୍ସ ଆଣିବାକୁ ପ୍ରସ୍ତୁତ କରୁଛି । ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ କମ୍ପାନୀ ବର୍ତ୍ତମାନ ଗ୍ରୁପ୍ ଆଇକନ୍ ଏଡିଟର୍ ଫିଚର୍ସ ଉପରେ କାର୍ଯ୍ୟ କରୁଛି । ଏହି ଫିଚର୍ସ ଗୁଡିକ ନିକଟରେ ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଦେଖାଯିବ । ବିଶେଷ କଥା ହେଉଛି ଆଇକନ୍ ତିଆରି କରିବା ସହିତ ୟୁଜର୍ସମାନେ ଏହାର ଆଇକନ୍‌ର ରଙ୍ଗ ପରିବର୍ତ୍ତନ କରିବାର ବିକଳ୍ପ ମଧ୍ୟ ପାଇବେ।

ଏହା ବ୍ୟତୀତ, କମ୍ପାନୀ ଖୁବ୍ ଶୀଘ୍ର ଏହାର ଏକ ଫିଚର୍ସ ବାହାର କରିପାରିବ ଯାହା ଫଟୋ ଗୁଡ଼ିକୁ ବ୍ୟବହାରକାରୀଙ୍କ ପାଇଁ ଷ୍ଟିକରରେ ବା ଇମୋଜି ପରିଣତ ହେବ । ସୂଚନା ଅନୁଯାୟୀ, ଏହି ଫିଚର୍ସ ବର୍ତ୍ତମାନ ଟେଷ୍ଟିଂରେ ଅଛି। ଏହି ଫିଚର୍ସ ରୋଲଆଉଟ୍ ପରେ, ୟଜର୍ସମାନେ ଏକ ନୂଆ ଫଟୋ ଅପଲୋଡ୍ କରିବା ସମୟରେ ଆପର କ୍ୟାପସନ୍ ବାର୍ ପାଖରେ ଏକ ଷ୍ଟିକର୍ ଆଇକନ୍ ଦେଖିବାକୁ ମିଳିବ । ଏହି ଆଇକନ୍ ଉପରେ ଟ୍ୟାପ୍ କରିବା ପରେ ସେଲେକ୍ଟ ହୋଇଥିବା ଫଟୋ ଗୁଡିକ ଇମେଜ୍‌ରେ ବଦଳି ଯିବ । ଯଦି ଆପଣ ଜଣେ ବିଟା ୟୁଜର୍ସ ତେବେ ଆପଣ ଏହି ଫିଚର୍ସ ଗୁଡିକ ଡେସ୍କଟପ୍ ବିଟା ଭର୍ସନରେ ଯାଞ୍ଚ କରିପାରିବେ।


Share It

Comments are closed.