ପାରମ୍ପରିକ ଶତ୍ରୁ ହେଲେ ମିତ୍ର, ଏକାଠି ବସି ଯାତ୍ରା କଲେ ସାପ ଓ ବେଙ୍ଗ


ବେଙ୍ଗ ଏବଂ ସାପ ମଧ୍ୟରେ ଥିବା ସଂପର୍କ ବିଷୟରେ ତ ଆପଣମାନେ ନିଶ୍ଚିତ ଜାଣିଥିବେ । ବେଙ୍ଗ, ସାପର ଭୋଜନ ହୋଇଥିବାବେଳେ ବେଙ୍ଗ ଏବଂ ସାପ ଉଭୟ ପରସ୍ପରଙ୍କର କେବେବି ମିତ୍ର ହୋଇପାରିବେ, ତାହା ଭାବିବା ସଂପୂର୍ଣ୍ଣ ବୃଥା । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ବେଙ୍ଗଙ୍କର ଏକ ଦଳ ବିରାଟକାୟ ଅଜଗର ଉପରେ ବସି ଖେଳକୁଦ କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓଟି ଅଷ୍ଟ୍ରେଲିଆର ଅଟେ । ଯାହାକୁ “ପଲ ମୋକ” ନାମକ ଜଣେ ଚାଷୀ ରାତ୍ରୀ ସମୟରେ ଉଠାଇଥିଲେ । ପଲ ଏହି ଭିଡିଓକୁ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରବା ସହ ଲେଖିଥିଲେ ଯେ, “ଦେଶରେ ଆସିଥିବା ପ୍ରଳୟଙ୍କରୀ ଝଡ, ବାତ୍ୟାରୁ ନିଜକୁ ବଞ୍ଚାଇବା ପାଇଁ ସାପ ଏବଂ ବେଙ୍ଗ ଏକାଠି ହୋଇଯାଇଛିନ୍ତି ”

ସେ ଆହୁରୀ ମଧ୍ୟ କହିଥିଲେ ଯେ, “ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ସମସ୍ତ ଚାଷ ଜମିରେ ପାଣି ଭର୍ତ୍ତି ହୋଇଯାଇଛି , ଯେଉଁଥିପାଇଁ ସମସ୍ତ ବେଙ୍ଗ ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ଏହି ସମୟରେ ମୁଁ ଯେତେବେଳେ ଗୋଟିଏ ପାଶ୍ୱର୍କୁ ଦେଖିଲି ସେତେବେଳେ ଅଧିକାଂଶ ବେଙ୍ଗ ଏକାଠି ରୁଣ୍ଡ ହୋଇଥିବାବେଳେ ଅନ୍ୟ ପାଶ୍ୱର୍ରେ ଏକ ବିରାଟକାୟ ଅଜଗର ଉପରେ ଅନେକ ବେଙ୍ଗ ସାହାର ସ୍ୱରୁପ ଖେଳକୁଦ କରୁଥିଲେ ।”


Share It

Comments are closed.