ସାବଧାନ! ଡାଇବେଟିସର ଏହି ଲୋକପ୍ରିୟ ଔଷଧରୁ କ୍ୟାନ୍ସର ରୋଗର ଆଶଙ୍କା! ବଜାରକୁ ଛାଡ଼ିଥିବା ଔଷଧ ପୁଣି ଫେରାଇନେଉଛି କମ୍ପାନୀ


କ୍ୟାନ୍ସର ରୋଗର ଆଶଙ୍କାକୁ ଦୃଷ୍ଟିରେ ରଖି ଏକ ଲୋକପ୍ରିୟ ଡାଇବେଟିସ ଔଷଧକୁ ବଜାରରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଔଷଧର ରାସାୟନିକ ନାମ ହେଉଛି – ମେଟଫର୍ମିନ୍ ହାଇଡ୍ରୋକ୍ଲୋରିଡ୍ | ଦି ସନର ରିପୋର୍ଟ ଅନୁଯାୟୀ, ଏହି ଔଷଧରେ ବହୁ ପରିମାଣର କ୍ୟାନ୍ସର ରୋଗ ସୃଷ୍ଟି କରୁଥିବା ଆଶଙ୍କା ପ୍ରକାଶ ପାଇଛି।

କିଛି ଦିନ ପୂର୍ବରୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ମଧୁମେହ ଔଷଧ ମେଟଫର୍ମିନ୍ ହାଇଡ୍ରୋକ୍ଲୋରିଡ୍ ରେ ବହୁ ପରିମାଣର N-Nitrosodimethylamine (NDMA) ଥାଏ।

ମେଟମର୍ଫିନ୍ ନିର୍ମାତା ମାର୍କସନ୍ ଫାର୍ମା ଲିମିଟେଡ୍ ବର୍ତ୍ତମାନ ବଜାରରୁ ଅନେକ ବ୍ୟାଚ୍ ଔଷଧକୁ ଫେରାଇ ଆଣିବାକୁ ଘୋଷଣା କରିଛି। ଏହାପୂର୍ବରୁ ଜୁନ୍ ମାସରେ ବଜାରରୁ କିଛି ବ୍ୟାଚ୍ ଡ୍ରଗ୍ସ ପ୍ରତ୍ୟାହାର କରିବାକୁ ଘୋଷଣା କରାଯାଇଥିଲା।

ବଜାରରେ, ମାର୍କସନ୍ ଫାର୍ମା ଲିମିଟେଡର ଏହି ଔଷଧ ଟାଇମ୍-କ୍ୟାପ୍ ଲ୍ୟାବ ନାମରେ ବିକ୍ରି ହୁଏ | ବଜାରରୁ ୫୦୦mg ଏବଂ ୭୫୦mg ଔଷଧକୁ ପୁଣି ମଗାଯାଉଛି | ଏହାଠୁ କମ୍ ଡୋଜ୍ ଔଷଧରୁ ବିପଦ ନଥିବା କୁହାଯାଇଛି ।

ଏହି ଔଷଧ ଟାଇପ୍-୨ ମଧୁମେହ ରୋଗୀଙ୍କ ରକ୍ତରେ ଗ୍ଲୁକୋଜ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ | ତେବେ ଡାକ୍ତରମାନେ ରୋଗୀଙ୍କୁ ଅନ୍ୟ ଔଷଧ ନ ଦେବା ଯାଏଁ ଏହି ଔଷଧ ଖାଇବା ଜାରି ରଖନ୍ତୁ ବୋଲି ଏଫଡିଏ କହିଛି।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଡ୍ରଗ୍ ଉପରେ ଏଫଡିଏ ତଦନ୍ତ ଜାରି ରହିଛି। ଅନୁସନ୍ଧାନରେ, ଏହି ଔଷଧରେ NDMA ର ଅଧିକ ମାତ୍ରା କାହିଁକି ମିଳିଲା ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ସାଧାରଣତଃ ଅନ୍ୟ ଔଷଧରେ NDMA ର ସ୍ତର ବହୁତ କମ୍ ଥାଏ ଯାହା ବିପଜ୍ଜନକ ନୁହେଁ |


Share It

Comments are closed.