କ୍ୟାନସର୍ ହେବା ପୂର୍ବରୁ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ହୋଇଯାଆନ୍ତୁ ସତର୍କ


କ୍ୟାନସର୍ ବା କର୍କଟ ହେଉଛି ଏକ ଅସାଧ୍ୟ ରୋଗ । ଏହି ରୋଗର ଶୀକାର ହେଲେ ବଞ୍ଚିବାର ଆଶା କମ୍ । ଆଜି ମଧ୍ୟ ଅନେକ ଲୋକ ଏଥିରେ ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରେନ୍, ସ୍ତନ କର୍କଟ, ରକ୍ତ କର୍କଟ ଓ ଚର୍ମ କର୍କଟ ଭଳି କ୍ୟାନସରର ଅନେକ ପ୍ରକାର ରହିଛି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏବେସୁଦ୍ଧା କୌଣସି ଉପାୟ ବାହାରି ପାରି ନାହିଁ । କିନ୍ତୁ ଏହାର ପ୍ରାଥମିକ ଲକ୍ଷଣ ବାବଦରେ ଜାଣିପାରିବେ ଏହାକୁ କାବୁ କରାଯାଇ ପାରିବ ।

କର୍କଟ ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଫେବ୍ରୁଆରୀ ୪ ତାରିଖରୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ଆମେ ଆଫଣଙ୍କୁ କହିବୁ କ୍ୟାନସରର ପ୍ରାଥମିକ ଲକ୍ଷଣ ବାବଦରେ ।

ଶ୍ୱାସକ୍ରିୟାରେ ଅସୁବିଧା ଓ ଅନିୟମିତତା

ଲଗାତର କାମ କଲେ କିମ୍ବା ଦଉଡିଲେ ଶ୍ୱାସକ୍ରିୟା ଓ ହୃତସ୍ପନ୍ଦନ ବୃଦ୍ଧି ପାଏ । କିନ୍ତୁ କିଛି ଲୋକ ବିନା କାରଣରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥାନ୍ତି ।ଏହା କ୍ୟାନସରର କାରଣ ହୋଇପାରେ । ଏପରି ସମସ୍ୟାର ସମ୍ମୁଖୀନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଭୋକ କମ୍ ଲାଗିବା କିମ୍ବା ଜମା ନଲାଗିବା

ପ୍ରାୟ ସମସ୍ତଙ୍କୁ ପାଚନ ଜନିତ ସମସ୍ୟା ହୋଇଥାଏ । ଏହା ଭୋକକୁ ପ୍ରଭାବିତ କରିଥାଏ । ପାଚନ ପ୍ରକ୍ରିୟା ଖରାପ ହେଲେ ଭୋକ ଲାଗିନଥାଏ । କିନ୍ତ ଯଦି ଏହି ସମସ୍ୟା ବହୁତ ଦିନ ଯାଏଁ ଲାଗି ରହେ ତେବେ ଏହା ବଡ ସମସ୍ୟାକୁ ସଙ୍କେତ ଦେଇଥାଏ । ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାଇବା ଉଚିତ । ଭୋକ କମ୍ ଲାଗିବା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ ।

ରକ୍ତସ୍ରାବ ବନ୍ଦ ନହେବା କିମ୍ବା ଲଗାତର ରକ୍ତ ବାହାରିବା

ମୁତ୍ର, କାଶିବା ସମୟରେ ରକ୍ତ ବାହାରିଲେ ଏହା କ୍ୟାନସର୍ ହୋଇପାରେ । ଏପରି କୌଣସି ଅସୁବିଧା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

ଅଧିକ ସମୟ ଧରି ଥଣ୍ଡା ଓ କାଶ ଲାଗି ରହିବା

ପାଣିପାଗରେ ପରିବର୍ତ୍ତନ ହେଲେ ଥଣ୍ଡା ଓ ଜ୍ୱର ଆଦି ହୋଇଥାଏ । କିନ୍ତୁ ଔଷଧ ଖାଇବା ପରେ ବି ଦି ୩-୪ ଦିନରେ ଏଙା ଭଲ ନହୁଏ ତେବେ ସତର୍କ ହେବା ଜରୁରୀ । ଅନେକ ଦିନ ଧରି ଥଣ୍ଡା, କାଶ ଲାଗି ରହିଲେ ଏହା କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଶୀଘ୍ର ଖଣ୍ଡିଆ ବା କ୍ଷତ ନଶୁଖିବା

ଶରୀରରେ ଆଘାତ ଲାଗିଲେ ବା କ୍ଷତ ହେଲେ ତାହା ୨-୩ ଦିନରେ ଭଲ ହୋଇଯାଏ । କିନ୍ତୁ ଅନେକ କ୍ଷତ ଶୁଖିବାକୁ ସମୟ ଲାଗେ । ଅନେକ ଲୋକ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହା କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଏ । ଏହାକୁ ନଜର ଅନ୍ଦାଜ କରିବା ଠିକ୍ ନୁହେଁ ।


Share It

Comments are closed.