କ୍ୟାସମ୍ପ ପକ୍ଷରୁ ସମ୍ବଲପୁରରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଓଡ଼ିଶାରେ ଖୁଚୁରା ଉପସ୍ଥିପିତର ସମ୍ପ୍ରସାରଣ
– ୩୮୦ ବର୍ଗଫୁଟରେ ବ୍ୟାପ୍ତ ନୂଆ ଷ୍ଟୋର୍ରେ କ୍ୟାମ୍ପସର ଆଧୁନିକ ଓ ଟ୍ରେଣ୍ଡ୍-ଫରୱାର୍ଡ ଫୁଟ୍ଓୟାର୍ର ସଦ୍ୟତମ କଲେକ୍ସନ
ସମ୍ବଲପୁର: ଭାରତର ଅଗ୍ରଣୀ ଆଥିଲିଜର ଓ ଫୁଟ୍ଓୟାର ବ୍ରାଣ୍ଡ୍ କ୍ୟାମ୍ପସ ପକ୍ଷରୁ ସମ୍ବଲପୁରରେ ନୂତନ ସୋ’ରୁମ୍ ଉଦ୍ଘାଟନ ସହ ଖୁଚୁରା ଉପସ୍ଥିତିର ସମ୍ପ୍ରସାରଣ କରିଛି। ଗ୍ରାହକଙ୍କ ନିକଟରେ ପହଂଚିବାରେ ଉନ୍ନତି ଆଣିବା ଏବଂ ଉଲ୍ଲେଖନୀୟ ଅନୁଭୂତି ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍ର ରହିଥିବା ପ୍ରତିବଦ୍ଧତା ସହ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ସମନ୍ୱିତ ରହିଛି।
ଷ୍ଟୋର୍ ଠିକଣା: କ୍ୟାମ୍ପସ ଏକ୍ସକ୍ଲୁସିଭ୍ ଷ୍ଟୋର୍, ସପ୍ ନଂ-୧୦, ତଳ ମହଲା, ସିଟି ସେଂଟର ମଲ୍, ଫାର୍ମ ରୋଡ୍, ସଂଜିବନୀ ହସ୍ପିଟାଲ୍ ପାଖ, ସମ୍ବଲପୁର, ଓଡ଼ିଶା-୭୬୮୦୦୨।
ଏହି ନୂତନ ଷ୍ଟୋର୍ ୩୮୦ ବର୍ଗଫୁଟ୍ରେ ରହିଥିବା ବେଳେ ସେଥିରେ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ କ୍ୟାମ୍ପସର ଷ୍ଟାଇଲିସ୍ ଓ ଫକ୍ସନାଲ୍ ଫୁଟ୍ଓୟାର୍ର ସଦ୍ୟତମ କଲେକ୍ସନ ରହିଛି। ଗ୍ରାହକମାନେ ଲୋକପ୍ରିୟ ଚରିତ୍ର ବ୍ୟାଟ୍ମ୍ୟାନ୍ ଓ ସୁପରମ୍ୟାନ୍ରୁ ଅନୁପାଣିତ ସ୍ୱତନ୍ତ୍ର ୱାର୍ନର ବ୍ରଦର୍ସ ଭଳି ଲିମିଟେଡ୍ ଏଡିସନ୍ ସହିତ ବିବିଧ ବର୍ଗର ସ୍ନିକର, ସୁଜ୍ ପାଇପାରିବେ।
ଏହି ଅବସରରେ କ୍ୟାମ୍ପସ ଆକ୍ଟିଭଓୟାର ଲିମିଟେଡ୍ର ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦେଶକ ଶ୍ରୀ ନିଖିଲ ଅଗ୍ରୱାଲ୍ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ବଜାରରେ ଆମର ରଣନୈତିକ ସମ୍ପ୍ରସାରଣରେ ସମ୍ବଲପୁର ଷ୍ଟୋର୍ ଉଦ୍ଘାଟନ ହେଉଛି ଅନ୍ୟତମ ମାଇଲଖୁଂଟ। ଗ୍ରାହକଙ୍କ ନିକଟରେ ଉନ୍ନତ ଭାବରେ ପହଂଚିବା ଏବଂ ଏକ ନିରବଚ୍ଛିନ୍ନ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଆମ ସମର୍ପଣ ଭାବକୁ ଏହି ସମ୍ପ୍ରସାରଣ ପ୍ରଦର୍ଶିତ କରୁଛି। ବଜାରରେ ଚାହିଦା ଦୃଢ଼ ଥିବା ବେଳେ ଭାରତର ପସନ୍ଦର ସ୍ପୋର୍ଟସ ଓ ଆଥିଲିଜର ଫୁଟ୍ଓୟାର ବ୍ରାଣ୍ଡ୍ ଭାବେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆମ ଅଭିବୃଦ୍ଧି ଯୋଜନାକୁ ଏହା ତ୍ୱରାନ୍ୱିତ କରିବ। ଏହି ନୂଆ ଷ୍ଟୋର୍ ଆମ ମୂଲ୍ୟବାନ ଗ୍ରାହକଙ୍କ ସହ ଯୋଡ଼ିହେବାକୁ ଥିବା ଏକ ଦୃଢ଼ ଚ୍ୟାନେଲ ଗଠନ କରିବାରେ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।”
ଏହି ଷ୍ଟୋର୍ ଯୋଡ଼ିହେବା ସହ କ୍ୟାମ୍ପସ ଏବେ ସାରା ଦେଶରେ ୨୯୫ ସ୍ୱତନ୍ତ୍ର ରିଟେଲ୍ ଆଉଟ୍ଲେଟ୍ ପରିଚାଳନା କରୁଛି ଯାହା ବ୍ରାଣ୍ଡ୍ର ଦ୍ରୁତ ଓ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ଜଣାଉଛି। ପ୍ରମୁଖ ବଜାରଗୁଡ଼ିକରେ ନିକଟରେ ଖୋଲାଯାଇଥିବା ଷ୍ଟୋର୍ ବ୍ରାଣ୍ଡ୍ର ଉପସ୍ଥିତିକୁ ବଢ଼ାଇବା ସହ ବ୍ୟାପକ ଗ୍ରାହକଙ୍କ ପାଖରେ ଏହାକୁ ପହଂଚାଇପାରିଛି।
Comments are closed.