କାଲିଫର୍ଣ୍ଣିଆ ୱାଲନଟ୍ ପକ୍ଷରୁ ଏହାର ପ୍ରଥମ ଆର୍ନ୍ତଜାତୀୟ ମାର୍କେଟିଙ୍ଗ୍ ଅଭିଯାନ ଆରମ୍ଭ


ଭୁବନେଶ୍ୱର : କାଲିଫର୍ଣ୍ଣି÷ଆ ୱାଲ୍‌ନଟ୍ କମିଶନ ପକ୍ଷରୁ ଆଜି ଏହା ‘ପାୱାର ଅଫ୍ ଥ୍ରୀ’ ଆନ୍ତର୍ଜାତୀୟ ମାର୍କେଟିଙ୍ଗ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହା ହେଉଛି କମ୍ପାନୀର ପ୍ରଥମ ଏଭଳି ଅଭିଯାନ ଯାହା ‘କିଭଳି ପ୍ରତିଦିନ ୱାଲ୍‌ନଟ୍‌ର ସେବନ ଶରୀରରେ ପୋଷଣକୁ ବଢାଇବାର ଏକ ସରଳ ମାଧ୍ୟମ ଅଟେ ଏବଂ ଫେବୃଆରୀ ମାସରେ ଏହାକୁ ନିଜ ବନ୍ଧୁ ଓ ପରିବାରବର୍ଗ ସହ ସେୟାର କରିବା ଅତ୍ୟନ୍ତ ମୂଲ୍ୟବାନ ହେବ’ ସେସମ୍ପର୍କରେ ଉପଭୋକ୍ତାଙ୍କୁ ଅବଗତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଭିଯାନର ମୁଖ୍ୟ ବିନ୍ଦୁ ହେଉଛି ଓମେଗା-୩ ଏଏଲ୍‌ଏ, ଏକ ଗୁରୁତ୍ୱପୂର୍ଣ୍ଣ ଫ୍ୟାଟି ଏସିଡ୍‌; ଯାହାକି ୱାଲ୍‌ନଟ୍‌ରେ ଭରପୂର ମାତ୍ରାରେ ରହିଛି । ପ୍ରତି ସପ୍ତାହରେ ତିନି ମୁଠା ୱାଲ୍‌ନଟ୍ (ଏକ ମୁଠା ୱାଲ୍‌ନଟ୍‌= ୨୮ ଗ୍ରାମ) ଶରୀରର ସମଗ୍ର ଆହାର ମାନରେ ସୁଧାର ଆଣିବା ସହ ନଟ୍‌ସ ବା ବାଦାମ ସେବନର ଆବଶ୍ୟକତାକୁ ପୂରଣ କରୁଥିବା ଏକ ସହଜ ମାଧ୍ୟମରେ ପରିଣତ କରୁଛି । ଏହି ଅଭିଯାନ ୟୁଏସ୍‌ଏ, ଜର୍ମାନୀ, ଭାରତ, ଜାପାନ, ଦକ୍ଷିଣ କୋରିଆ, ସ୍ପେନ୍‌, ତୁର୍କୀ, ୟୁନାଇଟେଡ୍ କିଙ୍ଗଡମ୍ ଓ ୟୁଏଇ ଆଦି ୯ଟି ଦେଶରେ ପରିଚାଳିତ ହେବ ।
କାଲିଫର୍ଣ୍ଣିଆ ୱାଲ୍‌ନଟ୍ ବୋର୍ଡ ଆଣ୍ଡ କମିଶନର ଆନ୍ତର୍ଜାତୀୟ ମାର୍କେଟିଙ୍ଗ ଡାଇରେକ୍ଟର ପାମେଲା ଗ୍ରାଭିଏଟ୍ ଏହି ଅଭିଯାନକୁ ବିଶ୍ୱବ୍ୟାପୀ ଉପଭୋକ୍ତାମାନଙ୍କ ସହ ସିଧାସଳଖ ସଂଯୋଗ ହେବାର ଏକ ପ୍ରଭାବୀ ମାଧ୍ୟମ ରୂପେ ଦେଖୁଛନ୍ତି । ସେ କହିଛନ୍ତି, “ଆମେ ‘ପାୱାର ଅଫ୍ ଥ୍ରୀ’ ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଅଭିଯାନର ଶୁଭାରମ୍ଭ କରି ଖୁବ୍ ରୋମାଂଚିତ ଅନୁଭବ କରୁଛୁ, ଯାହାକି ଶରୀର ସମଗ୍ର ସ୍ୱାସ୍ଥ୍ୟ ପାଇଁ ୱାଲ୍‌ନଟ୍‌ର ମହତ୍ୱକୁ ଜୀବନ୍ତ କରିଛି । ଭାରତୀୟ ଉପଭୋକ୍ତାଙ୍କର ୱାଲ୍‌ନଟ୍ ପ୍ରତି ରହିଥିବା ଭଲ ପାଇବା ଆମକୁ ପ୍ରୋତ୍ସାହିତ କରିଥିଲା ଏବଂ ଆମେ ନିଶ୍ଚିତ ଥିଲୁ ଯେ, ‘ପାୱାର ଅଫ୍ ଥ୍ରୀ’ ଅଭିଯାନ ଆମକୁ ୱାଲ୍‌ନଟ୍‌ର ପୋଷଣଯୁକ୍ତ ଗୁଣ ସମ୍ପର୍କରେ ଓ ସେଗୁଡିକ କିଭଳି ଦୈନିକ ଭାରତୀୟ ଆହାର ପାଇଁ ଉପଯୁକ୍ତ ହୋଇପାରିବେ ତାହାକୁ ନେଇ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବ ।”
ଏହି ମାସିକିଆ ଅଭିଯାନରେ ପ୍ରତ୍ୟେକ ବଜାର ଅନୁରୂପ ବିଭିନ୍ନ ପ୍ରକାରର ସଂଚାର ଉପକରଣ ସାମିଲ ରହିଛି ଯାହାକି ଏକ ଆନ୍ତର୍ଜାତୀୟ ଭିଡିଓ ଓ ଲ୍ୟାଣ୍ଡିଙ୍ଗ ପେଜ୍ ଉପରେ କେନ୍ଦ୍ରିତ । କାଲିଫାର୍ଣ୍ଣିଆ ୱାଲ୍‌ନଟ୍‌ଗୁଡିକ ଆହାର ପାଇଁ ଏକ ଶକ୍ତିଶାଳୀ ମିଶ୍ରଣ ଅଟନ୍ତି । ଏସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ଅନ୍ୟ ଉପାଦାନଗୁଡିକ ମଧ୍ୟରେ ଡିଜିଟାଲ ଓ ସୋସିଆଲ ମିଡିଆ କଂଟେଂଟ୍‌, ବ୍ଲଗ୍ ପୋଷ୍ଟ, ସ୍ୱିପ୍‌ଷ୍ଟେକ୍ସ, ଇନ୍‌ଫ୍ଲୁଏନ୍ସର ପ୍ରୋଗ୍ରାମ, ୱାଲ୍‌ନଟ୍‌କୁ ଜଳଖିଆ ଭାବେ ଖାଇବା ଲାଗି ୩ଟି ସହଜ ରେସିପି, ପପ୍‌-ଅପ୍ ଇଭେଂଟ୍‌, ସାମ୍ପ୍‌ଲିଙ୍ଗ୍‌, ବିଜ୍ଞାପନ ଆଦି ସାମିଲ ରହିଛି ।


Share It

Comments are closed.