କ୍ୟାଲସିୟମ ଅଭାବ ହାଡକୁ କରିଥାଏ ଦୁର୍ବଳ, ଏହି କ୍ୟାଲସିୟମ ଯୁକ୍ତ ମଞ୍ଜି ଖାଇଲେ ମିଳିବ ଫାଇଦା


କ୍ୟାଲସିୟମ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅଟେ । ଅଧିକାଂଶ ଲୋକ କ୍ୟାଲସିୟମ ର ଅଭାବ ପୂରଣ କରିବା ପାଇଁ କ୍ଷୀର ସେବନ କରିଥାନ୍ତି । କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । ସେହିପରି କ୍ୟାଲସିୟମର ଅଭାବ ହେଲେ ହାଡ଼ରେ ଯନ୍ତ୍ରଣା, ସ୍ନାୟୁ ସଙ୍କେତ ଓ ମାଂସପେଶୀ କାର୍ଯ୍ୟରେ ସମସ୍ୟା ଦେଖାଦେଇପାରେ। ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କ୍ଷୀର ପିଅନ୍ତି ନାହିଁ, ତେବେ ଏଠାରେ କିଛି ମଞ୍ଜି ଅଛି ଯାହା କ୍ୟାଲସିୟମରେ ଭରପୂର । ଏହି ମଞ୍ଜି ର ସେବନ କ୍ୟାଲସିୟମ ର ଅଭାବ କୁ ପୂରଣ କରିବାରେ ପ୍ରଭାବ ଦେଖାଇଥାଏ ।

କ୍ୟାଲସିୟମ ଯୁକ୍ତ ମଞ୍ଜି

ରାଶି
ଛୋଟ କଳା ଧଳା ରାଶିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । କ୍ୟାଲସିୟମ ସହିତ ମାଙ୍ଗାନିଜ, ଜିଙ୍କ ଏବଂ ତମ୍ବା ମଧ୍ୟ ଭଲ ମାତ୍ରାରେ ମିଳିଥାଏ । ମାତ୍ର ୩୦ ଗ୍ରାମ ରାଶି ଖାଇବା ଦ୍ୱାରା ଶରୀରକୁ ୩୦୦ ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ମିଳିଥାଏ । ଏହି ମଞ୍ଜିକୁ ସାଲାଡ, ସ୍ମୁଦି କିମ୍ବା ଲଡୁ ତିଆରି କରି ମଧ୍ୟ ଖାଇପାରିବେ । ରକ୍ତଚାପ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାରେ ମଧ୍ୟ ରାଶି ଖାଇବା ଲାଭଦାୟକ ହୋଇଥାଏ।

ଚିଆ ସିଡି(ନଣ୍ଡା ବଗୁଲି ମଞ୍ଜି)
ଚିଆ ସିଡର ଅନେକ ଫାଇଦାକୁ ଦୃଷ୍ଟିରେ ରଖି ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ । ଚିଆ ସିଡ କ୍ୟାଲସିୟମର ଉତ୍ତମ ଉତ୍ସ ଅଟେ । ଗୋଟିଏ ଗ୍ଲାସ କ୍ଷୀର ପିଇବା ଦ୍ୱାରା ଶରୀରକୁ ଯେତିକି କ୍ୟାଲସିୟମ ମିଳିଥାଏ, ଏହା ୪୫ ଗ୍ରାମ ପର୍ଯ୍ୟନ୍ତ ଚିଆ ମଞ୍ଜି ଖାଇବା ଦ୍ୱାରା ମିଳିଥାଏ । ଓଜନ ହ୍ରାସ ଡାଏଟ୍ ରେ ଚିଆ ମଞ୍ଜିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମଞ୍ଜିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରହିଥାଏ ।

ପୋସ୍ତୋ ମଞ୍ଜି (poppy seeds)
୨୦ ଗ୍ରାମ ପୋସ୍ତୋ ଖାଇବା ଦ୍ୱାରା ଶରୀରକୁ ୩୦୦ ମିଲିଗ୍ରାମ୍ ପର୍ଯ୍ୟନ୍ତ କ୍ୟାଲସିୟମ୍ ମିଳିଥାଏ। ଏହି ମଞ୍ଜିରେ ପ୍ରୋଟିନ ଏବଂ କପର ମଧ୍ୟ ଭଲ ମାତ୍ରାରେ ରହିଥାଏ । ଏହି ମଞ୍ଜିକୁ ଖାଦ୍ୟରେ ସାମିଲ କରିବା ମଧ୍ୟ ସହଜ । ସେକ୍ ଏବଂ ସାଲାଡ୍ ବ୍ୟତୀତ ପୁଡିଂ ତିଆରିରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

ସୂର୍ଯ୍ୟମୁଖୀ ମଞ୍ଜି
ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହି ମଞ୍ଜିରେ ଭଲ ମାତ୍ରାରେ କ୍ୟାଲସିୟମ ରହିଥାଏ । ଏକ କପ୍ ସୂର୍ଯ୍ୟମୁଖୀ ମଞ୍ଜିରେ ପ୍ରାୟ ୧୦୯ ମିଲିଗ୍ରାମ୍ କ୍ୟାଲସିୟମ୍ ରହିଥାଏ। ଏହି ମଞ୍ଜିକୁ ଭାଜି ଜଳଖିଆ ଭାବରେ ମଧ୍ୟ ଖାଇପାରିବେ ଏବଂ ଓଟମିଲ, ଓଟ୍ସ କିମ୍ବା ଫଳ ମିଶାଇ ମଧ୍ୟ ଖାଇପାରିବେ ।

(Disclaimer:ପରାମର୍ଶ ସମେତ ଏହି ବିଷୟବସ୍ତୁ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଏହା କୌଣସି ପ୍ରକାରେ ଯୋଗ୍ୟ ଡାକ୍ତରୀ ମତାମତର ବିକଳ୍ପ ନୁହେଁ। ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। )


Share It

Comments are closed.