ପୋଲିସ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ, ୩୦ ଜଣ ପୋଲିସ କର୍ମଚାରୀଙ୍କୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ


ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଆନ୍ଦୋଳନ ବେଳେ ଯେଉଁ ଦଙ୍ଗା ହୋଇଥିଲା, ତା’ସଂପର୍କରେ ପୋଲିସ ହାତରେ କେତେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି । ଦଙ୍ଗାବେଳେ ଦଙ୍ଗାକାରୀମାନେ ୩୦ ଜଣ ପୋଲିସ କର୍ମଚାରୀମାନଙ୍କୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରିଥିଲେ । ସିସିଟିଭି ଫୁଟେଜରୁ ଏହିଭଳି ଲୋମହର୍ଷକ ତଥ୍ୟ ମିଳିଛି । ଏହି ଆନ୍ଦୋଳନବେଳେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ବହୁ ପୋଲିସ କର୍ମୀ ଆହତ ହୋଇଥିଲେ । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା । ଆନ୍ଦୋଳନକାରୀମାନେ ମିରଟ ସହରରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ ।
କେବଳ ସେତିକି ନୁହେଁ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତବ୍ୟ କରୁଥିବା ୩୦ ଜଣ ପୋଲିସ କର୍ମୀଙ୍କୁ ସେମାନେ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରୁଥିଲେ । ଏକ ଦୋକାନରେ ଏହି ପୋଲିସ କର୍ମଚାରୀମାନଙ୍କୁ ଭିତରେ ପୁରାଇ କବାଟ ବନ୍ଦ କରି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଥିଲା । ତେବେ ପୋଲିସ କର୍ମଚାରୀମାନେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ନିଶ୍ଚିତ ମୃତ୍ୟୁମୁଖରୁ ଖସିଯାଇଥିଲେ । ମିରଟ ଥାନା ଅନ୍ତର୍ଗତ ଲିସାଡି ଅଞ୍ଚଳରେ ୩୦ ଜଣ ପୋଲିସ କର୍ମୀଙ୍କୁ ଆନ୍ଦୋଳନକାରୀମାନେ ଆକ୍ରୋଶମୂଳକ ଭାବେ ମାରପିଟ କରିଥିଲେ । ସେମାନକୁ ଆନ୍ଦୋଳନକାରୀମାନେ ଏକ ଦୋକାନ ଘର ଭିତରେ ପୂରାଇ ପୋଡି ଦେବା ପାଇଁ ଉଦ୍ୟମ କରିଥିଲେ । ଏପରି ଏକ ଭିଡିଓ ମିରଟ ପୋଲିସ ଜାରି କରିବା ପରେ ଚାରି ଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାଟି ୨୦ ଡିସେମ୍ବରର ଅଟେ ।


Share It

Comments are closed.