ବାଏ-ବାଏ ସାର… ୩ଟି ଶବ୍ଦ ଲେଖି ଚାକିରୀ ଛାଡିଲେ କର୍ମଚାରୀ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଇସ୍ତଫା ପତ୍ର


ସୋସିଆଲ ମିଡିଆରେ ଏକ ଇସ୍ତଫା ପତ୍ର(ଚାକିରୀ ଛାଡିବା ପାଇଁ ଦିଆଯାଉଥିବା ଚିଠି) ଭାଇରାଲ ହେଉଛି। ଏ ବିଷୟରେ ହଜାର ହଜାର ଲୋକ କଥା ହେଉଛନ୍ତି। ସବୁଠାରୁ ଖାସ୍ କଥା ଏହା ଯେ, ଏହି ଇସ୍ତଫା ପତ୍ରରେ ତିନୋଟି ଶବ୍ଦର ବ୍ୟବହାର ହୋଇଛି। ୟୁଜର୍ସ ଏହାକୁ ‘ସିମ୍ପଲ ଓ ଅନ୍ ପଏଣ୍ଟ’ କହୁଛନ୍ତି।
ସାଧାରଣ ତ ଇସ୍ତଫା ପତ୍ରକୁ ଲେଖିବା ସମୟରେ ଲୋକ ବହୁତ ଅଧିକ ଭାବନ୍ତି। ବହୁ ଲୋକ କମ୍ପାନୀର ମାଲିକ ସହିତ ଖରାପ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ, ହୁଏତ ତାଙ୍କୁ ସେହି କମ୍ପାନୀକୁ ପୁଣି ଫେରିଯିବାକୁ ପଡେ। ଏସବୁ ପରେ ଜଣେ କର୍ମଚାରୀ ନିଜର ସିନିୟରଙ୍କୁ ଦେଇଥିବା ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଡେଉଛି। ବ୍ୟକ୍ତିଜଣକ ଇସ୍ତଫା ପତ୍ରରେ ତିନୋଟି ଶବ୍ଦ ଲେଖିଛନ୍ତି,ତାହା ହେଲା- ବାଏ ବାଏ ସାର। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଟ୍ବିଟରରେ ଏହାକୁ @MBSVUDU ନାମକ ଟ୍ୱିଟର ହାଣ୍ଡେଲରେ ସେୟାର କରାଯାଇଛି। ଫଟୋକୁ ସେୟାର କରି ଏହି ବ୍ୟକ୍ତିଜଣକ ଲେଖିଛନ୍ତି-ସିମ୍ପଲ।

ଏହି ଟ୍ବିଟ୍‌କୁ ୨ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି ଓ ପ୍ରାୟ ୬୦ ହଜାର ଲୋକ ରିଟ୍ୱିଟ କରିଛନ୍ତି। ଏହି ଟ୍ୱିଟ ସୋସିଆଲ ମିଡିଆରେ ଲଗାତାର ଚର୍ଚ୍ଚାରେ ରହିଛି। ପୋଷ୍ଟ ଉପରେ ଜଣେ ୟୁଜର ଲେଖିଛନ୍ତି, କମ୍‌ରୁ କମ୍ ଏହା ଏବେ ବି ଫର୍ମାଲ ରହିଛି। ଆଉ ଜଣେ ଲେଖିଛନ୍ତି- ଏହା କେତେ ସିମ୍ପଲ ଓ ଷ୍ଟେ୍ରଟ୍‌ ଫରୱାର୍ଡ କାହାକୁ ଏକ୍ସପ୍ଲେନ୍‌ କରିବାର ଦରକାର ପଡିବନି। ସେଭଳି ଅନ୍ୟଜଣେ ୟୁଜର କହିଛନ୍ତି-ଟୁ ଦ ପଏଣ୍ଟ। ଏହାଛଡା ବହୁ ଲୋକ ଫନି ରେଜିଗନେଶନ୍ ଲେଟର ସେୟାର କରିଛନ୍ତି। ଜଣେ ୟୁଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖାଥିଲା-ଡିଅର ସାର, ମଜା ଆସୁନି। ଆଉ ଜଣେ ମିମ୍ସ ସେୟାର କରି ଲେଖିଛନ୍ତି- ରେସପେକଟେଡ୍‌ ସାର, ବାସ୍ ଏହି ପର୍ଯ୍ୟନ୍ତ ଥିଲା, ଯାହା ଥିଲା।


Share It

Comments are closed.