ଆଳୁର ଏପରି ବ୍ୟବହାର ତ୍ୱଚାକୁ କରିଥାଏ ଦାଗହୀନ


ଚେହେରାରୁ ଦାଗ ଏବଂ ଆଖି ତଳର କଳା ଦାଗକୁ ହଟାଇବା ପାଇଁ ଆଳୁର ବ୍ୟବହାର ବହୁତ ସମୟରୁ ହୋଇ ଆସୁଛି । ଆଳୁରେ ଥିବା ହ୍ୱାଇଟନିଙ୍ଗ ଏଜେଣ୍ଟ ତ୍ୱଚାକୁ ଉଜ୍ଜ୍ୱଳ କରି ପୁରୁଣାରୁ ପୁରୁଣା ଦାଗକୁ ଦୂର କରିବା ପାଇଁ ପ୍ରମାଣିତ । ତେଣୁ ଏଥିରୁ କିପରି ଫେସପ୍ୟାକ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଆସନ୍ତୁ ଅଧିକ କିଛି ଜାଣିବା ।

୧. ଆଳୁ ଏବଂ ଅଣ୍ଡା ଫେସପ୍ୟାକ: ଏଥିପାଇଁ ଅଧା ଆଳୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାଇ ନିଅନ୍ତୁ ଏବଂ ଏହାକୁ ଚେହେରା ତଥା ବେକରେ ୨୦ ମିନିଟ ପାଇଁ ଲଗାଇ ଛାଡ଼ି ଦିଅନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଆପଣ ତୁରନ୍ତ ଫରକ ଦେଖି ପାରିବେ ।

୨. ଆଳୁ ଏବଂ ହଳଦୀ ଫେସପ୍ୟାକ: ଅଧା ଆଳୁକୁ ଚକଟି ଏଥିରେ ଚିମୁଟାଏ ହଳଦୀ ମିଶାଇ ଚେହେରାରେ ଲଗାଇ ଅଧ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଭଲ ଫଳାଫଳ ପାଇଁ ଏହାକୁ ସପ୍ତାହରେ ଦୁଇଥର ଲଗାନ୍ତୁ ।

୩. ଆଳୁ ଏବଂ ମୁଲତାନୀ ମାଟି: ଏହି ଫେସପ୍ୟାକ ଆପଣଙ୍କ ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ସହ ତ୍ୱଚାରେ ଥିବା ବ୍ରଣକୁ ମଧ୍ୟ ଦୂର କରିବାରେ ଦକ୍ଷ । ଏହି ଫେସପ୍ୟାକ ପାଇଁ ଚୋପାଛଡ଼ା ହୋଇନଥିବା ଅଧା ଆଳୁକୁ ପେଷ୍ଟ କରି ନିଅନ୍ତୁ ଏବଂ ଏଥିରେ ୩ ରୁ ୪ ଚାମଚ ମୁଲତାନୀ ମାଟି ସହ ଗୋଲାପ ଜଳ ମିଶାଇ ନିଜ ଚେହେରା ଏବଂ ବେକରେ ଲଗାନ୍ତୁ । ଅଧଘଣ୍ଟା ପାଇଁ ଚେହେରାରେ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଚମକଦାର ହୋଇଯିବ ।


Share It

Comments are closed.