ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ନିଶ୍ଚିତ କରନ୍ତୁ ଏହି ବିଶେଷ ଉପାୟ


ଭଗବାନ ଶିବ ନିଜ ଭକ୍ତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ସୋମବାର ଦିନ ସତ୍ ମନରେ ଏବଂ ନିଷ୍ଠାର ସହ ବ୍ରତ ପାଳନ କଲେ ଭଗବାନ ଶିବ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ବୋଲି କୁହାଯାଏ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ତେଣୁ ଏହି ଦିନ ଶିବଙ୍କୁ ଆରାଧନା କରାଯାଇଥାଏ। ତେବେ ସୋମବାର ଦିନ କିଛି ବିଶେଷ ଉପାୟରେ ଭଗବାନ ଶିବଙ୍କୁ ଉପାସନା କଲେ ଶୁଭ ପରିଣାମ ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଜାଣନ୍ତୁ କିଛି ସରଳ ଉପାୟ :

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ଦିନ ସକାଳୁ ଉଠି ସ୍ନାନ ଆଦି ସାରି ଶିବଙ୍କୁ ଆରାଧନା କରିବ ଉଚିତ। ଧୂପ, ଦୀପ, ଚନ୍ଦନ, ଫୁଲ, ଦୁଦୁରା ଫୁଲ, ଗଙ୍ଗାଜଳ, କ୍ଷୀର ଆଦି ଶିବଙ୍କ ପ୍ରିୟ ବସ୍ତୁ। ଶିବଙ୍କୁ ଏହିସବୁ ବସ୍ତୁ ଅର୍ପଣ କଲେ ସେ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି।

ସୋମବାର ଦିନ ୧୦୮ ଥର ମହାଦେବଙ୍କ ମନ୍ତ୍ର ଜପ କରିବା ଉଚିତ। ଓଁ ନମଃ ଶିବାୟ ମନ୍ତ୍ର ଜପ କରିପାରିବେ। ୧୦୮ ଥର ଭଗବାନ ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ସୋମବାର ଦିନ ଶିବଲିଙ୍ଗରେ ଫୁଲ, ବେଲପତ୍ର ସହ କଞ୍ଚା କ୍ଷୀର ମଧ୍ୟ ଅର୍ପଣ କରିବା ଉଚିତ।

ସୋମବାର ଦିନ ମହାଦେବଙ୍କୁ ଘିଅ, ଚିନି ଏବଂ ଅଟାରେ ତିଆରି ପ୍ରସାଦ ଭୋଗ ଅର୍ପଣ କରିବା ଉଚିତ। ଭୋଗ ପରେ ଧୂପ, ଦୀପ ଦେଇ ଆଳତି କରିବା ଉଚିତ। ପୂଜା କରି ସାରିବା ପରେ ପ୍ରସାଦ ବିତରଣ କରିବା ଉଚିତ


Share It

Comments are closed.