ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୁମରା


ବ୍ୟକ୍ତିଗତ କାରଣକୁ ନେଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଓହରି ଯାଇଥିବା ଟିମ ଇଣ୍ଡିଆର ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆଗାମୀ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ରହିଛି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବାରୁ ବୁମରା ଚତୁର୍ଥ ଟେଷ୍ଟରୁ ଓହରି ଘରକୁ ଫେରିଥିବା ରିପୋର୍ଟ ପ୍ରକାଶ ପାଇଛି ।

ତୃତୀୟ ଟେଷ୍ଟ ଶେଷ ହେବା ପରେ ପରେ ବୁମରା କୌଣସି କାରଣରୁ ଚତୁର୍ଥ ଟେଷ୍ଟ ଖେଳିନପାରିବା ବିଷୟରେ ବିସିସିଆଇକୁ ଅବଗତ କରାଇଥିଲେ । ବିସିସିଆଇ ମଧ୍ୟ ତାଙ୍କ ଛୁଟି ମଞ୍ଜୁର କରିଥିଲା । ଘରକୁ ଫେରିବା ପଛର ଅସଲ କାରଣ ଏବେ ଲୋକ ଲୋଚନକୁ ଆସିଛି । ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଥିବାରୁ ବିସିସିଆଇକୁ ଛୁଟି ମାଗିଥିଲେ । ବିସିସିଆଇ ଘଟଣାକୁ ଗୋପନ ରଖିବାକୁ ଯାଇ ବ୍ୟବକ୍ତିତ କାରଣ ଦର୍ଶାଇଥିଲା । ଏବେ ଦକ୍ଷିଣୀ ସୁନ୍ଦରୀ ଅନୁପମା ପରେମଶ୍ବରଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ପ୍ରକୃତରେ ବୁମରା କାହାକୁ ବିବାହ କରିବେ ତାହା ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ବୁମରା ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଖେଳି ୪ଟି ୱିକେଟ୍‌ ନେଇଥିଲେ । ଦ୍ୱିତୀୟ ଟେଷ୍ଟରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ବୁମରା ଖେଳିଥିଲେ ହେଁ ଯଥେଷ୍ଟ ବୋଲିଂ କରିବାକୁ ସୁଯୋଗ ପାଇ ନଥିଲେ । ତୃତୀୟ ଟେଷ୍ଟ ମାତ୍ର ୨ଦିନ ମଧ୍ୟରେ ଶେଷ ହୋଇଥିଲା । ରବି ଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ସବୁ ୱିକେଟ୍‌ ବାଣ୍ଟି ନେଇଥିଲେ ।


Share It

Comments are closed.