ଦୁନିଆର ସବୁଠାରୁ ଦାମୀକିଆ ଚୌକି, ଯାହାର ମୂଲ୍ୟ ହେଉଛି ୭ କୋଟି ଟଙ୍କା


ଆପଣଙ୍କ ପାଇଁ ଚୌକି ବହୁତ ସାଧାରଣ ଜିନିଷ ହୋଇଥିବାବେଳେ ଅନେକ ଜାଗାରେ ଏହାର ଶକ୍ତିର ପ୍ରତୀକ ହୋଇଥିବାବେଳେ ଆଉ କେତେକ ଜାଗାରେ ଏହା ଶକ୍ତି ପ୍ରଦର୍ଶନର ଜରିଆ ଅଟେ । ବର୍ତ୍ତମାନ ରୁଷରେ ଜଣେ ଆର୍ଟିଷ୍ଟ ଏଭଳି ଏକ ଚୌକୀ ନିର୍ମାଣ କରିଛନ୍ତି ଯାହାର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ଏହି ଚୌକି ସାଧାରଣ ଚୌକୀ ଏବଂ ସିଂହାସନ ଠାରୁ ଟିକେ ଅଲଗା ହୋଇଥିବାବେଳେ ଏହା ହେଉଛି ବିଶ୍ୱର ପ୍ରଥମ ଚୌକୀ ଯାହାକୁ ବୁଲେଟ ପ୍ରୁଫ କାଚରେ ନିର୍ମିତ କରାଯାଇଛି । କେବଳ ଏତିକି ନୁହେଁ ଏହା ଭିତରେ ୧ ମିଲିୟନ ଡଲାର ଅର୍ଥାତ ୭ କୋଟି ଟଙ୍କା ମଧ୍ୟ ରହିଛି ।

ମିଳିଥିବା ସୂଚନା ମୁତାବକ ଏହି ଚୌକୀର ନାମ ହେଉଛି, “ମନି ଥ୍ରୋନ ଙ୍ଘ୧୦ ” । ଏହାକୁ ୨.୫ ଇଞ୍ଚ ବୁଲେଟ ପ୍ରୁଫ କାଚ ଦ୍ୱାରା ରୁଷିଆନ ପପ୍ ଆର୍ଟିଷ୍ଟ ଏଲେକ୍ସି ସର୍ଗିୟୋଂକ ଏବଂ ରିଚ ଏଣ୍ଟରପ୍ରାଇସ ଇଗୋର ରାଇବାକୋଭଙ୍କ ମିଳିତ ଉଦ୍ୟମରେ ହିଁ ନିର୍ମାଣ କରାଯାଇଛି । ଏହି ଚୌକୀକୁ ରୁଷର ରାଜଧାନୀ ମେସ୍କିକୋସ୍ଥିତ ଏକ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶନ କରାଯାଇଥିବାବେଳେ ଏଥିରେ ସାଧାରଣ ଲୋକେ ବସି ସିଲଫି ମଧ୍ୟ ନେଉଛନ୍ତି ।


Share It

Comments are closed.