“ସୁରକ୍ଷିତ ସଡ଼କ ଗଠନ”: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ


ଭୁବନେଶ୍ୱର: ଭାରତରରେ ସୁରକ୍ଷିତ ସଡ଼କର ପ୍ରସାର କରିବାର ମିସନକୁ ଜାରି ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ପ୍ରଭାବଶାଳୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଉଛି। ନିକଟରେ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଚଏମଏସଆଇ ପକ୍ଷରୁ ଆପିଜେ ସ୍କୁଲ, ରୟାଲ ପବ୍ଲିକ ସ୍କୁଲ ଓ ସେଂଟ ଆର୍ନଲ୍‌ଡ ସ୍କୁଲରେ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଷ୍ଟାଫ ସଦସ୍ୟମାନଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ସଚେତନ କରାଯାଇଛି।
ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହୃଦବୋଧ କରି ଏଚଏମଏସଆଇ ପକ୍ଷରୁ ପିଲା ଓ ଯୁବବର୍ଗଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଅଭ୍ୟାସ ସୃଷ୍ଟି କରାଯାଉଛି। ଭାବ ବିନିମୟ ଓ ଆଲୋଚନା କାର୍ଯ୍ୟକ୍ରମ ଜରିଆରେ କମ୍ପାନି ସଡ଼କ ଦୁର୍ଘଟଣା ମାମଲାରେ ଉଲ୍ଲେଖନୀୟ ହ୍ରାସ କରିବା ଏବଂ ଦାୟିତ୍ୱବାନ ସଡ଼କ ବ୍ୟବହାରକୁ ଦୃଢ଼ କରିବା ଲାଗି ଲକ୍ଷ୍ୟ ରଖିଛି। ଅଧିକ ଲୋକଙ୍କ ପାଖରେ ପହଂଚିବା ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମିତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଅଂଶଗ୍ରହଣକାରୀମାନଙ୍କୁ ସଡ଼କ ସୁରକ୍ଷାକୁ ଭଲ ଭାବେ ବୁଝାଇବା ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା। ସୁରକ୍ଷିତ ଗାଡ଼ି ଚାଳନା ଉପରେ ଥିଓରି ଅଧିବେଶନ, ବିପଦର ପୂର୍ବାନୁମାନ କରିବା ତାଲିମ, ସଡ଼କ ସୁରକ୍ଷା କୁଇଜ୍‌, ହେଲମେଟ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତ୍ୟକ୍ଷ ରାଇଡିଂ ଟ୍ରେନର ଅଧିବେଶନ ଆୟୋଜନ କରାଯାଇଥିଲା। ସଡ଼କ ସୁରକ୍ଷା ଶିକ୍ଷାକୁ ସୂଚନାଧର୍ମୀ ଓ ଭାବ ବିନିମୟ ଭିତିକ କରିବା ଲାଗି ପ୍ରତିଟି କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ଭାବେ ପ୍ର୍‌ତୁତ କରାଯାଇଥିଲା ଯାହା ଦୀର୍ଘସ୍ଥାୟୀ ପ୍ରଭାବକୁ ସୁନିଶ୍ଚିତ କରିଥିଲା।
ଏହି ଅଭିଯାନର ସଫଳତା ପାଇଁ ସମର୍ଥନ ପ୍ରଦାନ କରିଥିବା ଆପିଜେ ସ୍କୁଲ, ରୟାଲ ପବ୍ଲିକ୍ ସ୍କୁଲ ଓ ସେଂଟ ଆର୍ନଲ୍‌ଡ ସ୍କୁଲ୍‌କୁ ଏଚଏମଏସଆଇ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ସହଯୋଗିତା ସୁରକ୍ଷିତ ସଡ଼କ ସୃଷ୍ଟି ଓ ଦୁର୍ଘଟଣା ହ୍ରାସ ପାଇଁ ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଓଡ଼ିଶାରେ ଶୁଭାରମ୍ଭ ହେବା ପରଠାରୁ ଏଚଏମଏସଆଇ ପକ୍ଷୁ ପ୍ରାୟ ୩ ଲକ୍ଷ ପ୍ରାପ୍ତବୟସ୍କ ଓ ପିଲାମାନଙ୍କୁ ସଚେତନ କରାଯାଇଥିବା ବେଳେ ଦାୟିତ୍ୱବାନ ସଡ଼କ ବ୍ୟବହାର ଓ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।


Share It

Comments are closed.