ବୁଦ୍ଧପୂର୍ଣ୍ଣିମା ଅବସରରେ ବିଶ୍ୱରେ ଲକ୍ଷ ଲକ୍ଷ ବୌଦ୍ଧ ଧର୍ମାବଲମ୍ବୀ ଭଗବାନ ବୁଦ୍ଧଙ୍କର କରିବେ ଉପାସନା


ବୈଶାଖ ମାସ ପୂର୍ଣ୍ଣିମା ବୁଦ୍ଧପୂର୍ଣ୍ଣିମା ଭାବେ ମଧ୍ୟ ପାଳିତ ହୋଇଥାଏ । ଏହିଦିନ ଭଗବାନ ବୁଦ୍ଧଙ୍କର ଜନ୍ମ ହୋଇଥିଲା । କେବଳ ସେତିକି ନୁହେଁ, ଏହିଦିନ ସେ କଠିନ ସାଧନା ପରେ ବୌଦ୍ଧତ୍ୱ ଅର୍ଥାତ୍‌ ଜ୍ଞାନପ୍ରାପ୍ତି କରିଥିଲେ ବୋଲି ମଧ୍ୟ ଶ୍ରଦ୍ଧାଳୁମାନେ ବିଶ୍ୱାସ କରିଥାନ୍ତି । ଏହି ଅବସରରେ ସାରାବିଶ୍ୱରେ ଲକ୍ଷ ଲକ୍ଷ ବୌଦ୍ଧ ଧର୍ମାବଲମ୍ବୀ ଭଗବାନ ବୁଦ୍ଧଙ୍କର ଉପାସନା କରି ଜ୍ଞାନର କାମନା କରିଥାନ୍ତି । ଶ୍ରଦ୍ଧାଳୁମାନେ ଧ୍ୟାନ କରିବା ସହ ବୁଦ୍ଧ ମନ୍ଦିର ଯାଇ ଗରିବ ଓ ଅସହାୟ ଲୋକଙ୍କୁ ଯଥାସମ୍ଭବ ସହାୟତା କରିଥାନ୍ତି । ବୋଧଗୟାର ମହାବୋଧି ମନ୍ଦିରରେ ଏହି ଉତ୍ସବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଏ । ବୁଦ୍ଧଜୟନ୍ତୀ ଅବସରରେ ମହାବୋଧି ମନ୍ଦିରକୁ ସଜାଯାଇଥାଏ । ସେଠାରେ ଥିବା ବୋଧି ବୃକ୍ଷ ଯେଉଁଠାରେ ଭଗବାନ ବୁଦ୍ଧ ଜ୍ଞାନ ପ୍ରାପ୍ତି ହୋଇଥିଲେ ବୋଲି ବିଶ୍ୱାସ କରାଯାଏ ସେଠାରେ ଶ୍ରଦ୍ଧାଳୁମାନେ ଧ୍ୟାନ କରିଥାନ୍ତି ।


Share It

Comments are closed.