ଭାରତୀୟ ଦୂତାବାସ ନିକଟରେ ୫୧୨ କୋଟି ମୂଲ୍ୟର ଘର କିଣିଲେ BTS ସିଙ୍ଗର ଜୁଙ୍ଗକୁକ୍‌


ଦୁନିଆର ସବୁଠୁ ଚର୍ଚ୍ଚିତ କେ-ପପ୍ ବା କୋରିଆନ ପପ୍ ଗ୍ରୁପ ବିଟିଏସ୍‌ ସିଙ୍ଗର ପୁଣି ଥରେ ଚର୍ଚ୍ଚାରେ। ଟ୍ରାଇମେଜ୍‌ କମ୍ପଲେକ୍ସ ଆପାର୍ଟମେଣ୍ଟ ବିକ୍ରି କରିବା ପରେ ଜୁଙ୍ଗକୁକ୍‌ ଏବେ ଏକ ନୂଆ ଘର କିଣିଛନ୍ତି। ଦକ୍ଷିଣ କୋରିଆର ଆଇଟେଓ୍ବନରେ ସେ ଏକ ଦାମୀ ଘର କିଣିଛନ୍ତି। ତାଙ୍କୁ ଏବଂ ତାଙ୍କ ଘରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଦକ୍ଷିଣ କୋରିଆ ସେନା ବି ବାଦ ପଡ଼ିନି। ମିଳିଥିବା ସୂଚନା ଅନୁସାରେ ଜୁଙ୍ଗକୁକ୍‌ ୧୮୭୬ର ଏକ ଘର କ୍ରୟ କରିଛନ୍ତି। ଏହାକୁ ୭ ବିଲିୟନ୍‌ ଡଲାରରେ ଖିଣିଛନ୍ତି ଜୁଙ୍ଗକୁକ୍‌।

ଘରଟି ବିଟିଏସ୍‌ ଡୋର୍ମ ଠାରୁ ମାତ୍ର ୫ ମିନିଟ୍‌ ଦୂରତାରେ ଅବସ୍ଥିତ। ଏହା ସହ ତାଙ୍କ ଘର କୁଏତ, ଭାରତ ଦୂତାବାସ ପାଖରେ ରହିଛି। ଦୁଇ ମହଲା ବିଶିଷ୍ଟ ଜୁଙ୍ଗକୁକଙ୍କ ନୂଆ ଘର। ଘରଟି ୨୩୦.୭୨ ବର୍ଗ ମିଟର ଅଞ୍ଚଳ ପରିବବ୍ୟାପ୍ତ ହୋଇଥିବା ବେଳେ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ବିଟିଏସ୍‌ ସିଙ୍ଗରଙ୍କ ଘର ବହୁ ବୈଦେଶିକ କୁଟନୈତିଜ୍ଞଙ୍କ ବାସଭବନ ପାଖରେ ରହିଛି। କହିବାକୁ ଗଲେ ଜୁଙ୍ଗକୁକ୍‌ ଦକ୍ଷିଣ କୋରିଆର ମୁଖ୍ୟ ସ୍ଥାନରେ ଘରଟିଏ କିଣିଛନ୍ତି। ବର୍ତ୍ତମାନ ସମୟରେ ସେ ୟୁଟ୍ୟୁବରେ ବେଶ ଚର୍ଚ୍ଚିତ ଚେହେରା । ବିଶ୍ବର ବିଭିନ୍ନ ଦେଶରେ ତାଙ୍କ ଟିମ୍‌ଙ୍କ ଦ୍ବାରା ଗୀତ ପରିବେଷଣ ହେଉଛି। ଜୁଙ୍ଗକୁକଙ୍କୁ ଆଜିର ଯୁବପୀଢ଼ି ଫଲୋ କରୁଥିବା ଜଣାପଡ଼ିଛି।


Share It

Comments are closed.