ବିଜେପି ବିଧାୟିକାଙ୍କ ମୁଣ୍ଡ ବଦଳରେ ୫୦ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କଲେ ବିଜୟ ଯାଦବ


ବିଏସପିର ପୂର୍ବତ୍ତନ ବିଧାୟକ ‘ବିଜୟ ଯାଦବ’ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ମାୟବାତୀଙ୍କ ପ୍ରତି କରାଯାଇଥିବା ଅପମାନଜନ ଶବ୍ଦ ପାଇଁ ବିଜେପି ବିଧାୟିକାଙ୍କୁ କଡା ଚେତାବନୀ ଦେଇଛନ୍ତି । ବିଜୟ ଚେତାବନୀ ସ୍ୱରୁପ ବିଜେପି ବିଧାୟକଙ୍କୁ କହିଛନ୍ତି ଯେ, ସେ ମାୟାବତୀଙ୍କୁ ୪୮ ଘଣ୍ଟା ଭିତରେ ଭୁଲ ମାଗନ୍ତୁ । ନଚେତ ବିଜେପି ବିଧାୟିକାଙ୍କର ଯିଏ ମୁଣ୍ଡ ଛେଦନ କରି ଆଣିବ ତେବେ ମୁଁ ଉକ୍ତ ଛେଦନକାରୀଙ୍କୁ ୫୦ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିବି ।
ବିଜୟ ଆହୁରୀ ମଧ୍ୟ କହିଛନ୍ତି ଯେ, “ମାୟାବତୀ ଏବଂ ଅଖିଳେଶ ସିଂହ ଯାଦବଙ୍କ ପ୍ରତି ହୋଇ ଥିବା ଅପମାନ ବରଦାସ୍ତ କରାଯିବ ନାହିଁ । ଯଦି କେହି ଏହି ଦୁହିଁ ନେତାଙ୍କ ଅପାମନ କରିବେ ତେବେ ତାର ମୁହଁତୋଡ ଜାବାବ ଦିଆଯିବ । ଏବଂ ବିଜେପି ବିଧାୟିକା ‘ସାଧନା ସିଂହ’ ଯେଉଁଭଳି ଭାବରେ ମାୟାବତୀଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି, ତାହା କୋଟି କୋଟି ମହିଳାଙ୍କ ପାଇଁ ଅପମାନ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଦଳର ସମସ୍ତ ନେତା ଏହି ଟିପ୍ପଣୀକୁ ବିରୋଧ କରୁଛନ୍ତି । କାରଣ ମାୟାବତୀ ସର୍ବଦା ଦଳିତ, ଶୋଷିତ ଏବଂ ମହିଳାଙ୍କ ଲାଗି ସ୍ୱର ଉଠାଇ ଆସଛନ୍ତି । ଏବଂ ଯିଏ ଏହି ବିଧାୟିକାଙ୍କ ମୁଣ୍ଡ ଛେଦନ କରିବ ତାଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରଷ୍କାର ପ୍ରଦାନ କରାଯିବ । ଏବଂ ଏହି ରାଶି ଯୋଗାଡ କରିବା ଦିଗରେ ଆମେ ସମସ୍ତ ସମର୍ଥକ ଏବଂ ଜନତାଙ୍କ ଚାନ୍ଦା ଆଦାୟ କରିବୁ ।”
ବିଏସପି ଏବଂ ସାମଜବାଦୀ ପାର୍ଟି ମେଣ୍ଟ ଦ୍ୱାରା ବିଜେପିକୁ ଶକ୍ତ ଝଟକା ଲାଗିଛି । ଚଳିତ ଲୋକସଭା ନିର୍ବାନରେ ବିଜେପିର ହାର ସୁନିଶ୍ଚିତ ଯେଉଁଥିପାଇଁ ସେମାନେ ଏହିଭଳି ଅପମାନଜନକ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ବିଜୟ କହିଛନ୍ତି ।


Share It

Comments are closed.