ଟିପିଡବ୍ଲ୍ୟୁଓଡିଏଲର ଭୁକ୍ତା ଜେଇ ଏବଂ ଅନ୍ୟନ୍ୟ କର୍ମଚାରୀଙ୍କୁ ଆକ୍ରମଣ

Share It

ଗତ 21 ତାରିଖ ଦିନ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାବନା ଥାନାରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ ସଂଖ୍ୟା-57 ଅନୁସାରେ ଟିପିଡବ୍ଲ୍ୟୁଓଡିଏଲର ସେକ୍ସନ ଅଫିସର ଶ୍ରୀ ଗଜେନ୍ଦ୍ର ରାଉତଙ୍କୁ ଶ୍ରୀ ଇଷାନ ଚନ୍ଦ୍ର ଭୋଇ ଗାଳିଗୁଲଜ ତଥା ମାଡ଼ ମାରିବା ଘଟଣା ଦାୟିତ୍ୱବାନ ପୋଲିସ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନ କରାଯାଉଅଛି । ଏହି ଘଟଣାର ଅନୁସନ୍ଧାନ ଏବଂ ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଅଛି ।

ଜୈନିକ ବିଦ୍ୟୁତ୍ ଗ୍ରାହକ ଜାରିମୁଲି ଗ୍ରାମର ଶ୍ରୀ ସୌଦାଗର କୁଅଁର ( ଗ୍ରାହକ କ୍ରମାଙ୍କ- 512422020247) ଙ୍କ ଆଜି ସୁଦ୍ଧା 91 ହଜାର 550 ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଅଛି । ଯାହା ମଧ୍ୟରୁ ତା. 01.01.2021 ରିଖ ପରଠାରୁ 43 ହଜାର 782 ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଅଛି । ଚଳିତ ଆର୍ଥିକ ବର୍ଷରେ ସେ ମାତ୍ର ଦୁଇଥରରେ ମୋଟ୍ 737 ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି । ତେଣୁ ଉକ୍ତ ବିଦ୍ୟୁତ୍ ଗ୍ରାହକ ଜଣଙ୍କ ବିଦ୍ୟୁତ୍ ବିଲ୍ ପରିଶୋଧ ନ କରିବା ହେତୁ ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପ୍ରଚଳିତ ନିୟମ ଅନୁଯାଇ ବିଦ୍ୟୁତ୍ ବିତରକ ସଂସ୍ଥା ଦ୍ୱାରା ତାଙ୍କ ବିଦ୍ୟୁତ୍ ସେବାକୁ ବିଚ୍ଛିନ୍ନ କରାଯାଇଥିଲା ।

ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତିକର ଭାବରେ ପ୍ରକାଶ କରାଯାଇଅଛି । ଏଣୁ ଆମେ ଆମର ସମସ୍ତ ଗ୍ରାହକ ତଥା ସର୍ବାସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିବାକୁ ଚାହୁଁଅଛୁ ଯେ, ଯଦିଓ ଏହା ଅନୁସନ୍ଧାନ ସାପେକ୍ଷ, ତଥାପି ଆମର ହସ୍ତଗତ ହୋଇଥିବା ଆଭ୍ୟନ୍ତରୀଣ ଖବର ଅନୁଯାଇ ବୁଙ୍ଗାପଲି ଗ୍ରାମର ଶ୍ରୀ ଇଷାନ ଚନ୍ଦ୍ର ଭୋଇ, ରାମଖୋଲ ଗ୍ରାମଠାରେ ଟିପିଡବ୍ଲ୍ୟୁଓଡିଏଲର ସେକ୍ସନ ଅଫିସର୍ ତଥା ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଗାଡ଼ ଅଟକାଇ ଗାଳି ଗୁଲଜ କରିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଶ୍ରୀ ଇଷାନ ଭୋଇ ଗାଡ଼ିରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ମାଡ଼ ମାରିବା ନିଶ୍ଚିତ ରୂପେ ଗ୍ରହଣୀୟ ନୂହେଁ ।

ବିଦ୍ୟୁତ୍ ଗ୍ରାହକମାନ ଯଦି ମାସ ମାସ ଧରି ବିଦ୍ୟୁତ୍ ବିଲ୍ ପ୍ରଦାନ ନ କରିବେ ଏବଂ ହଜାର ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରଖିବା ପରେ, ଯଦି ସେମାନଙ୍କ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଏ, ତେବେ ଅନ୍ୟମାନଙ୍କ ଦ୍ୱାରା ବିଦ୍ୟୁତ୍ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ରାସ୍ତାରେ ଅଟକାଇ ଗାଳି ଗୁଲଜ କରିବା ତଥା ମାଡ଼ ମାରିବା ନିଶ୍ଚିତ ଭାବେ ସେହି ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ଗ୍ରହଣୀୟ ହେବ ନାହିଁ ।

କମ୍ପାନୀ ତରଫରୁ ପୁଣିଥରେ ସମସ୍ତ ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କୁ ବିନିତ ଅନୁରୋଧ କରାଯାଉଅଛି, ଦୟାକରି ବକେୟା ବିଦ୍ୟୁତ୍ ବିଲ୍ ଉପଲବ୍ଧ ମାଧ୍ୟମରେ ସମୟସୀମା ମଧ୍ୟରେ ପ୍ରଦାନ କରନ୍ତୁ ଏବଂ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ଭଳି ପରିସ୍ଥିତିକୁ ଏଡ଼ାନ୍ତୁ । ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ପ୍ରତ୍ୟେକ୍ଷ ତଥା ପରୋକ୍ଷ କର୍ମଚାରୀଙ୍କୁ ଗ୍ରାହକମାନଙ୍କ ସହିତ ସମ୍ମାନ ପୂର୍ବକ ବ୍ୟବହାର କରିବା ପାଇଁ କମ୍ପାନା ପକ୍ଷରୁ ଶକ୍ତ ନିର୍ଦ୍ଦେଶ ରହିଛି ।


Share It

Comments are closed.