ଭ୍ରମଣରେ ଆସିଥିବାବେଳେ ସାର୍କର ଶୀକାର ହେଲେ ନବବିବାହିତ ବ୍ୟକ୍ତି


ଷ୍କଟଲ୍ୟାଣ୍ଡର ଜଣେ ପର୍ଯ୍ୟଟକ ଭାରତ ମହାସାଗରକୁ ଭ୍ରମଣରେ ଆସିଥିଲେ । ଏହି ଦୀପ ମାଡେଷ୍କାରରୁ ୮୦୦ କି.ମି ଦୂରରେ ଥିବାବେଳେ ଉକ୍ତ ବ୍ୟକ୍ତି ଜଣକ ସମୁଦ୍ରରେ ପହଁରୁଥିବା ସମୟରେ ହଠାତ ସେଠାରୁ ନିଖୋଜ ହୋଇଯାଇଥିବାର ଖବର ସାମନାକୁ ଆସିଥିଲା । ଏହା ପରେ ଉକ୍ତ ମହାସାଗରର ବେଳାଭୂମି ନିକଟରେ ଏକ ଟାଇଗର ସାର୍କ ପହଁରୁଥିବାର ଦୃଶ୍ୟ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ଦ୍ୱାରା ଉକ୍ତ ସାର୍କକୁ ଯେତେବେଳେ ହତ୍ୟା କରାଯାଇ ଯାଞ୍ଚ କରାଗଲା ତେବେ ତା’ମଧ୍ୟରୁ ଏକ ହାତ ଏବଂ ବିବାହ ମୁଦି ବାହରିଥିଲା ।
ଏହି ବ୍ୟକ୍ତିଙ୍କର ବୟସ ୪୪ ବର୍ଷ ଥିବାବେଳେ ସେ ତାଙ୍କ ପତ୍ନୀଙ୍କ ଛଟି କଟାଇବା ପାଇଁ ରିୟୁନିନ ଦୀପକୁ ଆସିଥିଲେ । ଉକ୍ତ ନବବିବାହିତ ଦମ୍ପତି ସମୁଦ୍ର ବେଳାଭୂମି ନିକଟରେ ଥିବା ଏକ ହୋଟେଲରେ ରହୁଥିବାବେଳେ ନବବିବାହିତ ସ୍ୱାମୀ ଜଣକ ଏକେଲା ସମୁଦ୍ର ମଧ୍ୟକୁ ପହଁରିବାକୁ ଯାଇଥିଲେ । କିନ୍ତୁ କିଛି ସମୟ ମଧ୍ୟରେ ସେ ପ୍ରତ୍ୟାବର୍ତ୍ତନ ନକରିବାକୁ ତାଙ୍କ ପତ୍ନୀ ସୁରକ୍ଷକର୍ମୀଙ୍କୁ ସୂଚନା ଦେଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ବୋଟ ଏବଂ ହେଲିକ୍ୟାପ୍ଟର ଦ୍ୱାରା ଖୋଜା ଖୋଜି ଆରମ୍ଭ ହୋଇଯାଇଥିଲେ ମଧ୍ୟ ତାଙ୍କର କୌଣସି ପତା ମିଲିନଥିଲା ।
କିନ୍ତୁ ଏହାର ଗୋଟିଏ ଦିନ ପରେ ଉକ୍ତ ବ୍ୟକ୍ତି ନିଖୋଜ ହୋଇଥିବା ସ୍ଥାନରେ ଏକ ଟାଇଗର ସାର୍କକୁ ଦେଖିବାକୁ ମିଳିଥିଲା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷର ଉକ୍ତ ସାର୍କକୁ ମାରି ଦିଆଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସାର୍କକୁ ହତ୍ୟା କରାଯିବା ପରେ ତା’ ପେଟ ଭିତରୁ ଏକ ମୁଦି ପିନ୍ଧା ହାତ ବାହାରି ଥିଲା । ତଦନ୍ତ ପରେ ମୁଦିଟି ନିଖୋଜ ହୋଇଯାଇଥିବା ଏକ ବ୍ୟକ୍ତିର ଜଣା ପଡିଥିବାବେଳେ ହାତଟି କାହାର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ ।
ପ୍ରକାଶ ଥାଉକି, ଏହି ଦୀପରେ ପ୍ରଚୁର ଟାଇଗର ସାର୍କ ଦେଖିବାକୁ ମିଳିଥାଏ । ୨୦୧୧ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ସାର୍କ ୨୪ ଜଣଙ୍କ ଉପରେ ଆକ୍ରମଣ କରିସାରିଥିବାବେଳେ ଏଥିରେ ୧୧ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ ମଧ୍ୟ ଘଟିଛି ।


Share It

Comments are closed.