ଟ୍ରୁକଲର ବର୍ତମାନ ସମ୍ପୁର୍ଣ୍ଣ ନୂତନ ଅପଡେଟ ସହ ଯୋଗାଯୋଗକୁ କରିଛି ଖୁବ୍ ସହଜ


ଭୁବନେଶ୍ୱର: ଟ୍ରୁକଲର୍ ବିଶ୍ୱବ୍ୟାପୀ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଉପଭୋକ୍ତାଙ୍କ ପାଇଁ ଏହାର ଆପ୍‌ର ଏକ ସମ୍ପୂର୍ଣ୍ଣ ନୂତନ ରିଡିଜାଇନ୍ ଜାରି କରିଛି । ଏହି ନୂତନ ସଂସ୍କରଣ ସହ ଟ୍ରୁକଲର୍ ଆପଣଙ୍କ କଲ୍ ହିଷ୍ଟ୍ରୀ, ଏସ୍‌ଏମ୍‌ଏସ୍ ଓ ଇନ୍‌ଷ୍ଟାଂଟ୍ ମେସେଜ୍ ବାର୍ତାଳାପକୁ ଏକ ସିଙ୍ଗଲ୍ ଟ୍ୟାବ୍‌, ନୂତନ ହୋମ୍ ସ୍କ୍ରିନ୍‌ରେ ଶୃଙ୍ଖଳିତ କରିବାକୁ ଚାହୁଁଛି । ଏହା ଆପଣଙ୍କୁ ସବୁବେଳେ କନେକ୍ଟେଡ୍ ରଖିବା ପାଇଁ ଆପଣଙ୍କର ସମସ୍ତ ଯୋଗାଯୋଗକୁ ଅଧିକ ସହଜ ଓ ତୀବ୍ର କରି ଗୋଟିଏ ସ୍ଥାନରେ ଏକତ୍ରୀତ କରିଥାଏ ।
ଅତିରିକ୍ତ ଭାବେ ଏହି ନୂତନ ଅପ୍‌ଡେଟ୍ ସହିତ ଟ୍ରୁକଲର୍ ଦୁଇଟି ବଡ ଫିଚର, ଗୋଟିଏ ନୂତନ ସୁନ୍ଦର ଫୁଲ୍‌ସ୍କ୍ରିନ୍ କଲର୍ ଆଇଡି ଓ ଉପଭୋକ୍ତାଙ୍କୁ ନିଜ ଏସ୍‌ଏମ୍‌ଏସ୍‌ର ବର୍ଗୀକରଣ କରିବାରେ ସହଯୋଗ କରୁଥିବା ଏକ ସ୍ମାର୍ଟ ଏସ୍‌ଏମ୍‌ଏସ୍ ଜାରି କରିଛି । ଏହି କଲର୍ ଆଇଡି ଏହା କେଉଁ ପ୍ରକାରର କଲ୍ ତାହାକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ରଙ୍ଗ ପ୍ରଦର୍ଶିତ କରିଥାଏ । ଯେପରିକି କଂଟାକ୍ଟ କିମ୍ବା ଅଜଣା ନମ୍ବରରୁ ଆସିଥିବା କଲ୍‌ଗୁଡିକ ପାଇଁ ନୀଳ ରଙ୍ଗ, ବିଜ୍‌ନେସ୍ କିମ୍ବା ଡେଲିଭରି ସର୍ଭିସ୍‌ରୁ ଆସିଥିବା ଗୁରୁତ୍ୱପୂର୍ଣ୍ଣ କଲ୍ ପାଇଁ ବାଇଗଣୀ ରଙ୍ଗ, ଜ୍ଞାତ ସ୍ପାମର୍ କଲ୍ ପାଇଁ ଲାଲ ରଙ୍ଗ ଓ ଅପ୍‌ଗ୍ରେଡେଡ୍ ଗୋଲ୍ଡ ଆକାଉଂଟ୍ ଥିବା ଉପଭୋକ୍ତାଙ୍କ ପାଇଁ ଗୋଲ୍ଡ ବା ସୁନେଲୀ ରଙ୍ଗ ପ୍ରଦର୍ଶିତ କରିଥାଏ । ସେହିଭଳି ଏହାର ସ୍ମାର୍ଟ ଏସ୍‌ଏମ୍‌ଏସ ଫିଚର ମେସେଜ୍‌ଗୁଡିକୁ ୪ଟି ଭିନ୍ନ ଭିନ୍ନ ଗ୍ରୁପ୍ ଯେପରିକି ପର୍ସନାଲ, ଇମ୍ପୋର୍ଟାଂଟ୍‌, ଅଦର୍ସ ଓ ସ୍ପାମ୍‌ରେ ସଜାଡିବା ପାଇଁ ଆଡ୍‌ଭାନ୍ସଡ୍ ଓ ଅନ୍ ଡିଭାଇସ୍ ମେସିନ୍ ଲର୍ଣ୍ଣିଙ୍ଗ୍‌ର ବ୍ୟବହାର କରିଥାଏ ।
ଏସମ୍ପର୍କରେ ଟ୍ରୁକଲର୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ପାଟିଲ କହିଛନ୍ତି ଯେ, “ଏହି ଅପ୍‌ଡେଟ୍ ସହ ଆମେ ଏକ ଶୃଙ୍ଖଳିତ ଯୋଗାଯୋଗ ଲାଗି ଉପଭୋକ୍ତାଙ୍କ ପାଇଁ ଏହାକୁ ଆହୁରି ଅଧିକ ସରଳ କରିବାକୁ ଚାହୁଁଛୁ । ବର୍ତମାନ ସମୟରେ ଯେତେବେଳେ ଆମକୁ ପରସ୍ପରକୁ ସହଯୋଗ କରିବା ପାଇଁ ମିଳିତ ଭାବେ ଏକତା ମଧ୍ୟରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ; ସେତେବେଳେ ଅନେକ ଦୁର୍ନୀତିଗ୍ରସ୍ତ ଓ ଠକ ଏହି ସଙ୍କଟ ସମୟରେ ପୁଞ୍ଜି ହାସଲ କରିବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ । ପ୍ରାୟ ଏକ ଦଶନ୍ଧି ହେବ ଟ୍ରୁକଲର୍ ଏଭଳି ଗତିବିଧିଗୁଡିକୁ ମୁଖ୍ୟଧାରାରେ ରହି ପ୍ରତିରୋଧ କରିଆସୁଛି ।”
ଫ୍ୟୁଚର ଅପ୍‌ଡେଟ୍‌ଗୁଡିକରେ ଫ୍ଲାଇଟ୍ ଡିଲେ, ବସ୍ ସିଟ୍ ଆଲୋକେସନ, ପୋଷ୍ଟାଲ/କୋରିୟର ଡେଲିଭରି ଉପରେ ଲାଇଭ୍ ଟ୍ରାକିଙ୍ଗ୍ ଓ ଅପ୍‌ଡେଟ୍‌, ଟ୍ୟାକ୍ସ ଅପ୍‌ଡେଟ୍ ଓ ହସ୍ପିଟାଲ/ଡକ୍ଟର ଆପଏଂଟ୍‌ମେଂଟ୍ ଭଳି ଟ୍ରାଭେଲ ରିମାଇଣ୍ଡର ସାମିଲ ରହିବ । ସମସ୍ତ ପ୍ରକ୍ରିୟା ଅଫ୍‌ଲାଇନ୍‌ରେ କାର୍ଯ୍ୟକାରୀ ହେବ ଏବଂ କୌଣସି ମେସେଜ୍ ମୋବାଇଲ ଡିଭାଇସ୍‌ରୁ ଯିବ ନାହିଁ । ସମସ୍ତ ଟ୍ରାଞ୍ଜାକ୍ସନାଲ ସୂଚନା ମୋବାଇଲରେ ସୁରକ୍ଷିତ ଭାବେ ସଂରକ୍ଷିତ ରହିବ ।


Share It

Comments are closed.