ଆଗାମୀ ବର୍ଷ ବ୍ରିକ୍ସରେ ୬ ନୂଆ ସ୍ଥାୟୀ ସଦସ୍ୟ ହେବେ ସାମିଲ

ଆର୍ଜେଣ୍ଟିନା, ଇଜିପ୍ଟ, ଇଥୋପିଆ, ଇରାନ, ସାଉଦି ଆରବ ଏବଂ ୟୁନାଇଟେଦ ଆରବ ଏମିରେଟ୍ସଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟତା ପାଇଁ ନିମନ୍ତ୍ରିତ କରାଯାଇଛି


ଗୁରୁବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାପୋସା କହିଛନ୍ତି ଯେ, ଉଦୀୟମାନ ରାଷ୍ଟ୍ର ଗୁଡିକର ବ୍ରିକ୍ସ କ୍ଲବ ଆସନ୍ତା ବର୍ଷ ଆରମ୍ଭରୁ ଆର୍ଜେଣ୍ଟିନା, ଇଜିପ୍ଟ, ଇଥୋପିଆ, ଇରାନ, ସାଉଦି ଆରବ ଏବଂ ୟୁନାଇଟେଦ ଆରବ ଏମିରେଟ୍ସଙ୍କୁ ସଦସ୍ୟତା କରାଇବ ।
ଆର୍ଜେଣ୍ଟିନା ରିପବ୍ଲିକ, ଦ ଇସଲାମିକ ରିପବ୍ଲିକ ଅଫ ଇରାନ, ଦ କିଙ୍ଗଡମ ଅଫ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟତା ନିମନ୍ତେ ଆମେ ଆମନ୍ତ୍ରିତ କରିଥିବାର ନିଷ୍ପତି ନେଇଛୁ । ଜାନୁଆରୀ ୨୦୨୪ ପହିଲାରୁ ସଦସ୍ୟତା ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ରାମାପୋସ ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଶିଖର ସମ୍ମିଳନୀରେ କହିଛନ୍ତି ।
ବ୍ରିକ୍ସର ୧୫ ତମ ବାର୍ଷିକି ଅବସରରେ ଆମେ ଏହାକୁ ସଂପ୍ରସାରଣ କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।
ବ୍ରିକ୍ସର ସଂପ୍ରସାରଣ ଏହି ଗୋଷ୍ଠୀର ସହଯୋଗ ବ୍ୟବସ୍ଥାକୁ ନୂତନ ପ୍ରୋତ୍ସାହନ ଦେବ ବୋଲି ଚୀନ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି । ସେ ଆହୁରୀ କହିଛନ୍ତି, ଏହି ସଂପ୍ରସାରଣ ସହଯୋଗ ଏବଂ ଏକତା ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।
ଯାହା ବିଶ୍ୱ ଅର୍ଥନୀତିର ଏକ ଚତୁର୍ଥାଂଶ ଏବଂ ତିନି ବିନିୟନରୁ ଅଧିକ ଲୋକ ପ୍ରତିନିଧିତ୍ୱ କରୁଥିବା ଏହି କ୍ଲବରେ ସାମିଲ ହେବା ପାଇଁ ପାଖାପାଖି ୨ ଡଜନ ଦେଶ ଔପଚାରିକ ଭାବେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଅନ୍ୟ ୫୦ ରାଷ୍ଟ୍ରର ମୁଖ୍ୟ ଏବଂ ସରକାର ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ଯାହାକି ଗୁରୁବାର ଦିନ ସମାପ୍ତ ହୋଇଥିଲା ।

 


Share It

Comments are closed.