କ୍ରିକେଟକୁ ଅଲବିଦା କହିଲେ ବ୍ରେଣ୍ଡନ ଟେଲର


ବର୍ତ୍ତମାନ କ୍ରିକେଟ ଜଗତରେ ଚାଲିଛି ସନ୍ନ୍ୟାସର ପର୍ବ। ଜଣଙ୍କ ପରେ ଜଣେ ଷ୍ଟାର ଖେଳାଳି କ୍ରିକେଟକୁ କରୁଛନ୍ତି ବାଏ ବାଏ। ଜିମ୍ବାୱେ କ୍ରିକେଟ ଟିମର ଷ୍ଟାର ଖେଳାଳି ବ୍ରେଣ୍ଡନ୍‌ ଟେଲର ୧୭ ବର୍ଷର କ୍ରିକେଟ କ୍ୟାରିୟରକୁ ଅଲବିଦା କହିବାର ନିଷ୍ପତ୍ତି ନେଇଛନ୍ତି।

୩୪ ବର୍ଷିୟ ଟେଲର ସୋମବାର ଦିନ ଆୟରଲାଣ୍ଡ ବିପକ୍ଷରେ କ୍ୟାରିୟରର ଶେଷ ମୁକାବିଲା ଖେଳିବେ। ଜିମ୍ବାୱେ ଦଳର ଅଧିନାୟକ ରହି ସାରିଥିବା ଟେଲର ୨୦୦୪ ମସିହାରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଶୂନ ରନରେ ଡେବ୍ୟୁ କରିଥିବା ଟେଲର ଜିମ୍ବାୱେ ପକ୍ଷରୁ ୨୦୪ଟି ଦିନିକିଆ ମ୍ୟାଚ୍‌ ଖେଳି ୬ ହଜାର ୬୭୭ ରନ୍‌ ସ୍କୋର କରିଛନ୍ତି। ଟେଲରଙ୍କ ନାମରେ ୧୧ଟି ଦିନିକିଆ ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି। ସେହିପରି ୩୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨ ହଜାର ୩୨୦ ରନ୍‌ ସ୍କୋର କରିଛନ୍ତି ଟେଲର। ଟେଷ୍ଟ କ୍ୟାରିୟରରେ ଟେଲର ୬ଟି ଶତକ ଓ ୧୨ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି। ନିଜେ ଟେଲର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି।
ଟେଲର ଲେଖିଛନ୍ତି., ସୋମବାର ଦିନ ମୋ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ସର୍ବଦା ମୋ ଲକ୍ଷ୍ୟ ଦଳ ସର୍ବଦା ଭଲ ସ୍ଥିତିରେ ରହୁ। କାରଣ ୨୦୦୪ ଦଳର ସ୍ଥିତି ଯାହା ଥିଲା ବର୍ତ୍ତମାନ ତାଠୁ ଉନ୍ନତ ସ୍ଥିତିରେ ରହିଛି। ମୁଁ ଜିମ୍ବାୱେ ପକ୍ଷରୁ ଖେଳି ନିଜକୁ ଗର୍ବ ଅନୁଭବ କରୁଛି। ମୁଁ ମୋ ପରିବାରକୁ ମଧ୍ୟ ଧନ୍ୟବାଦ ଦେବି ଯିଏ ମୋର ପ୍ରତ୍ୟେକ ମୁହୁର୍ତ୍ତରେ ସାଥ୍‌ ଦେଇଛନ୍ତି।

ଟେଲର ସର୍ବଦା ଟିମ୍‌ ଇଣ୍ଡିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଭାରତୀୟ ବୋଲରଙ୍କ ବିପକ୍ଷରେ ବଡ଼ ବଡ଼ ସଟ୍‌ ଓ ଭଲ ରନ୍‌ ସ୍କୋର କରିଥିଲେ। ୨୦୧୦ ମେ ମାସରେ ଭାରତ ବିପକ୍ଷରେ ୮୧ ରନର ଇନିଂସ୍‌ ଖେଳିଥିଲେ ଟେଲର। ପରେ ଜୁନ୍‌ ମାସରେ ୭୪ ରନ୍‌ ରନର ଦମଦାର ପାରି ଖେଳିଥିଲେ। ଏହାପରେ ୨୦୧୫ ମସିହାରେ ଅକଲାଣ୍ଡରେ ଭାରତ ବିପକ୍ଷରେ ୧୩୮ ରନର ଶତକୀୟ ଇନିଂସ୍‌ ଖେଳିଥିଲେ।


Share It

Comments are closed.