ରିୟାଙ୍କ ଘରେ ଏନସିବିର ଚଢାଉ, ଡ୍ରଗ୍ସ ମାମଲାରେ ଛାନଭିନ ଜାରି


ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟର ଖୁଲାସା ହେଉଛି। ଡ୍ରଗ୍ସ ମାମଲାର ଛାନ୍‌ଭିନ୍‌ କରୁଥିବା ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଏକ ଟିମ୍‌ ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀଙ୍କ ଘରେ ରେଡ୍‌ କରୁଛି । ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବାଇ ପୋଲିସ ଓ NCB ମିଳିତ ଭାବେ ଚଢ଼ାଉ କରୁଛି । ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କ ଘରେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଘର ସାନ୍ତାକ୍ରୁଜ ଅଞ୍ଚଳରେ ଥିବା ପ୍ଲାଟ୍‌ରେ ପହଞ୍ଚି ଛାନ୍‌ଭିନ୍‌ ଜାରି କରିଛି । ଏପଟେ ସୌଭିକ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ୍‌କୁ ନେଇ ରେଡ୍‌ ଜାରି ରହିଛି ।  NCB ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗିରଫ କରିସାରିଛି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସଂପର୍କ ଡ୍ରଗ୍ସ ମାଫିଆଙ୍କ ସହିତ ରହିଥିବାର ଖୁଲାସା କରିଛି NCB ଟିମ୍‌ । ଏହି ଆଧାରରରେ ଆଜି ସକାଳ ମାନେ ଶୁକ୍ରବାର ଦିନ ରିୟା ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡାଙ୍କ ଘରେ ଏକା ସମୟରେ ରେଡ୍‌ କରୁଛି ।

ଦୁଇ ଦିନ ପୂର୍ବରୁ NCB ଟିମ୍‌ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ରହିଥିବା ସାମ୍ୟୁଏଲ୍‌ ମିରାଣ୍ଡାଙ୍କ ସଂପର୍କ ଡ୍ରଗ୍ସ ମାଫିଆଙ୍କ ସହିତ ଥିବା ପ୍ରମାଣ ମିଳିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମିରାଣ୍ଡା ଡ୍ରଗ୍ସକୁ ରିୟା ଓ ଭାଇ ଶୌଭିକଙ୍କ ପାଖକୁ ପଠାଉଥିଲେ । ବାନ୍ଦ୍ରାରୁ ଅବ୍‌ଦୁଲ୍‌ ବାସିତ ପରିହାର ଓ ଅନ୍ଧେରୀରୁ ଜେଦ୍‌ ବିଳାତ୍ରାକୁ ସୌଭିକ ଓ ମାରାଣ୍ଡଙ୍କ ଠାରୁ ମିଳିଥିବା ହ୍ୱାଟସଆପ ଚାଟ୍‌ ଆଧାରରେ ଗିରଫ କରାଯାଇଛି ।


Share It

Comments are closed.