ବ୍ରାଣ୍ଡ୍ ଫ୍ୟାକ୍ଟରୀ ପକ୍ଷରୁ ୪ଦିନିଆ ସର୍ତ୍ତବିହୀନ ସପିଙ୍ଗର ଘୋଷଣା


ଭୁବନେଶ୍ୱର: ଭାରତର ଅଗ୍ରଣୀ ଫ୍ୟାସନ୍ ଡିସକାଉଣ୍ଟ୍ ଷ୍ଟୋର୍, ବ୍ରାଣ୍ଡ୍ ଫ୍ୟାକ୍ଟରୀ ଏହାର ଫ୍ୟାସନ ପ୍ରେମୀମାନଙ୍କୁ ଆନନ୍ଦଦେବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏହି ମହାସଞ୍ଚୟ ଷ୍ଟୋର୍ ଚଳିତ ବର୍ଷର ଅଗଷ୍ଟ ୮ ରୁ ୧୧ତାରିଖ ପର୍ଯ୍ୟନ୍ତ ‘ନୋ କଣ୍ଡିସନସ୍ ଅପ୍ଲାଏ ଅଫର୍’ ସହ ୪ଦିନିଆ ସପିଙ୍ଗ୍ର ସୁଯୋଗ ନେଇଆସିଛି । ଗ୍ରାହକମାନେ ସମସ୍ତ ବ୍ରାଣ୍ଡ୍ ଫ୍ୟାକ୍ଟରୀ ଷ୍ଟୋର୍ରେ ଉପଲବ୍ଧ ଯେକୌଣସି ଗୋଟିଏ ପୋଷାକ ଓ ଲଗେଜ୍ର କ୍ରୟରେ ଅନ୍ୟ ଏକ ପୋଷାକ କିମ୍ବା ଲଗେଜ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ଏତଦ୍ ବ୍ୟତୀତ ଗ୍ରାହକମାନେ ୪୦୦୦ଟଙ୍କାରୁ ଅଧିକ ସପିଙ୍ଗ୍ ଉପରେ ଅତିରିକ୍ତ ୨୦%ର ରିହାତି ପାଇପାରିବେ ।

ବ୍ରାଣ୍ଡ୍ ଫ୍ୟାକ୍ଟରୀ ଏକ ଆଦର୍ଶ ଗନ୍ତବ୍ୟସ୍ଥଳ ଯେଉଁଠାରେ ସପିଙ୍ଗପ୍ରେମୀ ଓ ଫ୍ୟାସନପ୍ରେମୀମାନେ ବର୍ଷସାରା ୨୦୦ରୁ ଅଧିକ ବ୍ରାଣ୍ଡ୍ରେ ୨୦%ରୁ ୭୦% ପର୍ଯ୍ୟନ୍ତ ରିହାତିର ମଜା ନେଇପାରିବେ । ଗ୍ରାହକମାନେ ପୋଷାକ, ଫୁଟୱେଅର୍, ଲଗେଜ୍ ଆଦି ସାମଗ୍ରୀ ଏବଂ ବେୟର୍ ଡେନିମ୍ସ୍, ଫାଇଲା, ବଫାଲୋ, ଲୀ କୁପର୍, ଲିଭାଇସ୍, ରୀବକ୍, ଆଡିଡାସ୍, କନ୍ଭର୍ସ୍, ଭିଆଇପି, ସ୍କାଏବ୍ୟଗ୍ସ୍, ଲେଭି, ୟୁଏସ୍୍ ପୋଲୋ, ପାର୍କ ଆଭେନ୍ୟୁ ଭଳି ଅଗ୍ରଣୀ ବାଣ୍ଡରୁ ଅନ୍ୟାନ୍ୟ ସାମଗ୍ରୀ ବାଛିପାରିବେ ।
ଅଫର୍୍ ସମ୍ପର୍କରେ ବ୍ରାଣ୍ଡଫ୍ୟାକ୍ଟରୀର ସିଇଓ ସୁରେଶ ସାଧୱାନୀ କହିଛନ୍ତି, “ବ୍ରାଣ୍ଡ୍ ଫ୍ୟାକ୍ଟରୀରେ ଆମ ଗ୍ରାହକମାନେ ଯେପରି ଉତ୍ତମ ଡିଲ୍ ପାଇପାରିବେ ସେଥିପାଇଁ ଆମେ କେତେକ ନୂଆ ଅଫର୍ର ସନ୍ଧାନରେ ରହିଛୁ । ଆମର ଅଫରଗୁଡ଼ିକ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଆନନ୍ଦ ପ୍ରଦାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ଯେପରିକି ଆମର ଯେକୌଣସି ଷ୍ଟୋର୍କୁ ଯାତ୍ରାକରି ସେମାନେ ଏକ ରୋମାଞ୍ଚକ ଅନୁଭୂତି ପାଇପାରିବେ ।”


Share It

Comments are closed.