ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ତରଫରୁ ବିଶ୍ୱ ହୃଦୟ ଦିବସ ଅବସରରେ ୫କେ ଗଣଦୌଡର ଆୟୋଜନ


ଭୁବନେଶ୍ୱର ଏକ ଅଗ୍ରଣୀ ସୁପର ସ୍ପେସିଆଲିଟି ହସ୍ପିଟାଲ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପକ୍ଷରୁ ବିଆର ଲାଇଫ୍ ୫କେ ଗଣଦୌଡ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । “ହାଇ ୫ ୟୋର ହାର୍ଟ’ ବିଷୟବସ୍ତୁ ଅଧୀନରେ ହସ୍ପିଟାଲ୍ ତରଫରୁ ଏହି ଦୌଡ଼ ଆୟୋଜନ କରାଯାଇଥିଲା ଏବଂ ଏହାର ଲକ୍ଷ୍ୟ ଥିଲା ବିଶେଷ କରି ଯୁବବର୍ଗ ମଧ୍ୟରେ ଏକ ସୁସ୍ଥ ହୃଦୟର ଜୀବନଶୈଳୀ ବଂଚିବା ଦିଗରେ ସଚେତନତା ସୃଷ୍ଟି କରିବା । ଏହି ଦୌଡ଼ ସକାଳ ୬ଟାରୁ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ରୁ ଆରମ୍ଭ ହୋଇଥିଲା ଏବଂ ନାଲ୍କୋ ଛକ, ପ୍ରେସ୍ ଛକ, ସୈନିକ ସ୍କୁଲ ଛକ ଏବଂ ଦୂରଦର୍ଶନ ଦେଇ ଯାତ୍ରା କରିଥିଲା ।

ବିଶ୍ୱ ହାର୍ଟ ଦିବସ ଲାଗି ଚଳିତ ବର୍ଷର ବିଷୟବସ୍ତୁ “ମୋ ହୃଦୟ, ଆପଣଙ୍କ ହୃଦୟ’କୁ ନଜରରେ ରଖି ହସ୍ପିଟାଲରେ ଏକ ସ୍ୱାସ୍ଥ୍ୟ ଆଲୋଚନା ଆୟୋଜନ କରାଯାଇଥିଲା ଯେଉଁଠାରେ ଡାକ୍ତର ଏବଂ ବିଶେଷଜ୍ଞମାନେ ସାଧାରଣ ଲୋକଙ୍କୁ ହୃଦୟର ବିଭିନ୍ନ ସମସ୍ୟା ଏବଂ ତାହାର ଲକ୍ଷଣ ବିଷୟରେ ଅବଗତ କରିଥିଲେ । ସମ୍ମାନନୀୟ କ୍ରୀଡା ମନ୍ତ୍ରୀ, ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଆର୍ନ୍ତଜାତୀୟ ମାର୍ସାଲ ଆର୍ଟିଷ୍ଟ, ଅନୁପମା ସ୍ୱାଇଁ, ଆର୍ନ୍ତଜାତୀୟ ଫୁଟବଲ ଖେଳାଳୀ, ଶ୍ରଦ୍ଧାଞ୍ଜଳୀ ସାମନ୍ତରାଏ, ମେଡିକାଲ ସୁପରିଟେଣ୍ଡେଟ ଡ. ମଞ୍ଜିନ୍ଦର ସିଂ ଭଟ୍ଟି ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍, ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲର ଅଗ୍ରଣୀ କାର୍ଡିଓଲୋଜିଷ୍ଟ ଏବଂ କାର୍ଡିଓଥୋରାସିସ୍ ସର୍ଜନ ଯଥା ସିଟିଭିଏସର ନିର୍ଦ୍ଦେଶକ ଡକ୍ଟର କରୁଣାକର ପାଢ଼ୀ, ସିନିଅର କନ୍ସଲଟାଣ୍ଟ, ଡକ୍ଟର ସୁଶାନ୍ତ କୁମାର ପାତ୍ର ଏବଂ ସିନିୟର କନ୍ସଲଟାଣ୍ଟ ଇଣ୍ଟରଭେଂନ୍ସନାଲ୍ କାର୍ଡିଓଲୋଜିଷ୍ଟ୍ ଡକ୍ଟର ସୁଶାନ୍ତ ଶୈଳ, କନ୍ସଲଟାଣ୍ଟ ଇଣ୍ଟରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ୍ ଡକ୍ଟର ସୁଦୀପ୍ତ ଆଚାର୍ଯ୍ୟ ଏବଂ ସିନିୟର କନ୍ସଲଟାଣ୍ଟ, ଇଣ୍ଟରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ୍ ଡକ୍ଟର ବିନୟ ଭୂଷଣ ବିନାକର ବିଆର୍ ଲାଇଫ୍ ୫କେ ରନ୍ରେ ଭାଗ ନେଇଥିଲେ ।

ନିଜ ହୃଦୟକୁ ସୁରକ୍ଷିତ ରଖିବାର ଗୁରୁତ୍ୱ ବିଷୟରେ ଆଲୋଚନା କରି ଡକ୍ଟର କରୁଣାକର ପାଢ଼ୀ, ନିର୍ଦେଶକ ସିଟିଭିଏସ, ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ କହିଛନ୍ତି ଯେ, କାର୍ଡିଓ ଭାସ୍କୁଲାର ଡିଜିଜ୍ (ସିଭିଡି) ହେଉଛି ସାରା ବିଶ୍ୱରେ ମୃତ୍ୟୁର ଅନ୍ୟତମ କାରଣ ଏବଂ ଭାରତରେ ସମସ୍ତ ମୃତ୍ୟୁରେ ଏହାର ଅବଦାନ ହେଉଛି ୨୮% । ସୁସ୍ତିଆ ଜୀବନଶୈଳୀ ସାଙ୍ଗରେ ଅଧିକ ଚାପ ଏବଂ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପଭଳି ଜୀବନଶୈଳୀ ଜନିତ ରୋଗ ଯୋଗୁ ଲୋକମାନଙ୍କ ମଧ୍ୟରେ ହୃଦପିଣ୍ଡ ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ହାନିକାରକ ଏଲ୍ଡିଏଲ୍ (ଲୋ ଡେନସିଟି ଲିପୋପ୍ରୋଟିନ) କିମ୍ବା ଖରାପ କୋଲେଷ୍ଟ୍ରଲ୍ର ଉଚ୍ଚ ସ୍ତର ଯୋଗୁ ଭାରତୀୟଙ୍କ ଠାରେ ଜିନ୍ ଦୃଷ୍ଟିରୁ ସିଭିଡିର ବିପଦ ଅଧିକ ରହିଛି । ମାତ୍ର ସନ୍ତୁଳିତ ଆହାର ଖାଇବା, ନିୟମିତ ବ୍ୟାୟାମ କରିବା ସହ ପରୀକ୍ଷା ଏବଂ ଧୂମ୍ରପାନ ପରିତ୍ୟାଗ ଭଳି ଆତ୍ମ ଯତ୍ନ ଜରିଆରେ ପ୍ରାରମ୍ଭିକ ଜୀବନରେ ହୃଦରୋଗ ବିକଶିତ ହେଉଥିବା ସମସ୍ୟାକୁ ଅଟକାଇ ହେବ ।’’

ବିଆର ଲାଇଫ୍ ୫କେ ରନ୍ ବିଷୟରେ ଡକ୍ଟର ସୁଶାନ୍ତ ଶୈଳ, ସିନିୟର କନସଲଟାଂଟ୍ ଇଣ୍ଟରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ୍, ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ କହିଛନ୍ତି ଯେ, “ଓଡ଼ିଶାରେ ହୃଦଘାତ ସମସ୍ୟା ବହୁତ ବଢ଼ିଯାଇଛି ବିଶେଷ କରି ୨୦ରୁ ୩୦ ବର୍ଷ ବୟସର ଯୁବବର୍ଗ ଠାରେ ଯେଉଁମାନଙ୍କ ଠାରେ ହୃଦରୋଗ ଦେଖାଦେବାର ବହୁତ କମ୍ ସମ୍ଭାବନା ରହିଛି ବୋଲି ଗଣାଯାଉଥିଲା । ଆମର ୫କେ ଦୌଡ଼ ଅଭିଯାନ ଜରିଆରେ ଆମେ ନିୟମିତ ବ୍ୟାୟାମ କରିବା ଏବଂ ଉପଯୁକ୍ତ ଖାଦ୍ୟ ଖାଇବା, ଆବଶ୍ୟକ ସମୟ ଶୋଇବା ଏବଂ ବିଶ୍ରାମ ନେଇ ନିଜ ହୃଦୟର ଯତ୍ନ ନେବାକୁ ଅନୁପ୍ରାଣିତ କରୁଛୁ ।’’

ବିଆର୍ ଲାଇଫ୍ ୫କେ ରନ୍ ବିଷୟରେ କର୍ଣ୍ଣେଲ ହେମରାଜ ସିଂହ ପରାମାର୍ , ଗ୍ରୁପ୍ ସିଇଓ, ବିଆର୍ ଲାଇଫ୍ କହିଛନ୍ତି ଯେ, “ବିଆର ଲାଇଫ୍ ୫କେ ରନ୍ରେ ୧୫୦୦ ପ୍ରତିଯୋଗୀ ସାମିଲ ହୋଇଥିବାରୁ ଆମେ ବହୁତ ଆନନ୍ଦିତ । ଏକ ଦାୟିତ୍ୱବାନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଭାବେ ଆମେ ସକ୍ରିୟ ଜୀବନଶୈଳୀର ଗୁରୁତ୍ୱ ଜଣାଇବାକୁ ଚାହୁଛୁ । ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରିବା ଶରୀରକୁ ସୁସ୍ଥ ରଖିଥାଏ ଏବଂ ଉତମ ଆହାର ସହିତ ଆବଶ୍ୟକ ସପ୍ଲିମେଂଟ୍ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।’’


Share It

Comments are closed.