ବୋଶ ପାୱାର ଲିମିଟେଡ ଟୁଲସ ପକ୍ଷରୁ ବିକନେକ୍ଟେଡର ଶୁଭାରମ୍ଭ


ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ଏବଂ ଅଭିଜ୍ଞତାକୁ ବଡ଼ାଇବାର ଲକ୍ଷ ସହିତ ବୋଶ ପାୱାର ଟୁଲ୍ ପକ୍ଷରୁ ଏହାର ଏକ ନୂଆ କ୍ୟୁଆର କୋଡ଼ ଆଧାରିତ ୱେବ ଆପ୍ଲିକେସନ, ବିକନେକ୍ଟେଡ୍‌ର ଶୁଭାରମ୍ଭ କରିଯାଇଛି । ଏହାଦ୍ୱାରା ପ୍ରତ୍ୟେକ ପାୱାର ଟୁଲରେ ଏହି କ୍ୟୁଆର କୋର୍ଡ ସ୍କାନିଙ୍ଗ କରିବା ଦ୍ୱାରା ଜଣେ ଗ୍ରାହକ ଗୋଟିଏ ଉତ୍ପାଦ ଅସଲି ନା ନାହିଁ ତାହା ଜାଣିପାରିବା ସହିତ ଏହାର ସମସ୍ତ ବୈଷୟିକ ବିନିର୍ଦ୍ଧିଷ୍ଟ ବିବରଣୀ ସମ୍ପର୍କରେ ମଧ୍ୟ ଜାଣିପାରିବେ । ଏହାଛଡ଼ା ଟୁଲରେ କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ଇନଭଏସ ଅପଲୋଡ଼ କରି ଗ୍ରାହକମାନେ ଇ-ୱାରେଂଟି ପାଇଁ ଟୁଲ ରେଜିଷ୍ଟର କରିପାରିବେ ଏବଂ ସମୟ ସମୟରେ ଉପଲବ୍ଧ ହେଉଥିବା ଆକର୍ଷଣୀୟ ଅଫରଗୁଡ଼ିକୁ ମଧ୍ୟ ପାଇପାରିବେ । ଶୁଭାରମ୍ଭ ଅଫର ଭାବେ ବିକନେକ୍ଟେଡ କ୍ୟୁଆର କୋଡ଼ ସହିତ ବୋଶ ପାୱାର ଟୁଲ ପାଇଁ ୬ ମାସର ବର୍ଦ୍ଧିତ ୱାରେଂଟି ପ୍ରଦାନ କରୁଛି । ବର୍ତମାନ ସମୟରେ ୭୫%ରୁ ଅଧିକ ଟୁଲ ବିକନେକ୍ଟେଡ କ୍ୟୁଆର କୋଡ ସହିତ ଉପଲବ୍ଧ ହେଉଛି । ୨୦୨୧ର ଚତୁର୍ଥ ତ୍ରୟୋମାସିକ ସୁଦ୍ଧା ବୋଶ ଭାରତୀୟ ବଜାରରେ ୧୦୦% ବିକନେକ୍ଟେଡ ସମର୍ଥିତ ଟୁଲ ଆଣିବାର ଯୋଜନା କରୁଛି ।
ବିକନେକ୍ଟେଡ ହେଉଛି ଏକ ୱେବ ଆପ୍ଲିକେସନ, ଯାହାକି ଏହାର ଗ୍ରାହକଙ୍କୁ ଡିଲର ଏବଂ ସେବା କେନ୍ଦ୍ରର ଲୋକେସନ, ଉତ୍ପାଦ ବିଷୟରେ ତଥ୍ୟ, ଟ୍ୟୁଟୋରିଆଲ ଭିଡିଓ, ଗ୍ରାହକ ମତାମତ, ନୂଆ ଉତ୍ପାଦ ବିଷୟରେ ତଥ୍ୟ, ଟୁଲ୍‌ର ସର୍ଭିସ ପାଇଁ ସମୟାନୁଯାୟୀ ରିମାଇଣ୍ଡର ଭଳି ବ୍ୟବହାର ଉପଯୋଗୀ ସୂଚନା ଯୋଗାଇଦେଇଥାଏ । ଏହି ୱେବ ଆପ୍ଲିକେସନ ଉପଯୋଗୀତା, ଉତ୍ପାଦ ସୁରକ୍ଷା, ସଂଗଠନ ଏବଂ ଦସ୍ତାବିଜ ଲେଖନ ବା ଡକ୍ୟୁମେଂଟେସନ ଏବଂ ଗ୍ରାହକ ଆଧାରିତ ବିକ୍ରୟ ଦିଗଗୁଡ଼କୁ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରୁଛି । ଅତିରିକ୍ତଭାବେ ସମଗ୍ର ଯୋଗାଣ ଶୃଙ୍ଖଳରେ ଗୋଟିଏ ଉତ୍ପାଦର ସମ୍ପୂର୍ଣ୍ଣ ଟ୍ରେସେବିଲିଟି ଏବଂ ଆଧୁନିକୀକରଣ ସେବାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ଏହି ଆପ୍ କୌଣସି ସମସ୍ୟା ହେବା ସ୍ଥଳେ ବିକ୍ରୟ ପରବର୍ତୀ ସେବାକୁ ସହଜରେ ଉପଲବ୍ଧ କରାଇଥାଏ ।
ଏହି ଶୁଭାରମ୍ଭ ସମ୍ପର୍କରେ ମତ ରଖି ନିଶାନ୍ତ ସିହ୍ନା, ରିଜୋନାଲ ବିଜନେସ ଡାଇରେକ୍ଟର, ଇଣ୍ଡିଆ ଏବଂ ସାର୍କ ରିଜନ, ବୋଶ ପାୱାର ଟୁଲ କହିଛନ୍ତି ଯେ, “ଆମେ ଟେକ୍ନୋଲୋଜି ସମୃଦ୍ଧ ଏବଂ ଅଭିନବ ଉତ୍ପାଦ, ଆଧୁନିକ ଅବଦାନ ଯୋଗାଇବା ଜାରି ରଖିବୁ ଯଦ୍ୱାରା ଆମ ଉପଭୋକ୍ତାଙ୍କୁ ଏକ ଉନ୍ନତ ଜୀବନ ପାଇଁ ସୁଲଭ ସମାଧାନ ଯୋଗାଇଦେଇପାରିବୁ ।”


Share It

Comments are closed.