ଭିଡ଼ ପରିଚାଳନା ପାଇଁ ବୋଲିନ୍ ଆରାଏ ପକ୍ଷରୁ “କ୍ୟୁୱେଟ୍‌ସ’ ଆପ୍


ଭୁବନେଶ୍ୱର: କାନାଡାର ସଂସ୍ଥା ବୋଲିନ୍ ଆରାଏ ପକ୍ଷରୁ ଧାଡ଼ିରେ ସ୍ଥାନ ସଂରକ୍ଷଣକୁ ସହଜ କରିବା ଲାଗି “କ୍ୟୁୱେଟସ୍‌’ ନାମକ ନୂ୍‌ତନ ଆପ୍‌କୁ ଉନ୍ମୋଚନ କରାଯାଇଛି । ଏହାକୁ ବ୍ୟବସାୟିକ ସଂସ୍ଥା ଓ ଗ୍ରାହକମାନେ ବ୍ୟବହାର କରିପାରିବେ । ଯେଉଁ ସ୍ଥାନରେ ଅଧିକ ଭିଡ଼ ରହୁଛି କିମ୍ବା ଧାଡ଼ି ଲଗାଇବାକୁ ପଡ଼ୁଛି ସେଠାରେ ଏହି ଆପ୍ ଜରିଆରେ ସୁବିଧାରେ ଧାଡ଼ି ପରିଚାଳନା ହୋଇପାରିବ । ଗ୍ରାହକମାନେ ନିଜେ ଆପ୍ ଜରିଆରେ ସ୍ଥାନ ସଂରକ୍ଷଣ କରି କେଉଁ ସମୟରେ ତାଙ୍କ ପାଳି ପଡ଼ିବ ତାହା ଜାଣିପାରିବେ । କ୍ୟୁୱେଟସ୍‌ର ଦୁଇଟି ଆପ୍ ରହିଛି । ଗୋଟିଏ ବ୍ୟାବସାୟିକ ଆପ୍ ହୋଇଥିବା ବେଳେ ଅନ୍ୟଟି ହେଉଛି କ୍ଲାଏଂଟ୍ ଆପ୍ । ହସ୍ପିଟାଲ୍ ହେଉ କିମ୍ବା ଡାକ୍ତରଙ୍କ ଚ୍ୟାମ୍ବର, ରିଟେଲ ଷ୍ଟୋର୍‌, ଫାର୍ମାସି, ରେସ୍ତୋରାଁ, ଫିଟନେସ୍ ସେଂଟର ଏବଂ ଶିକ୍ଷାନୁଷ୍ଠାଗୁଡ଼ିକରେ ଏହି ଆପ୍‌କୁ ବ୍ୟବହାର କରାଯାଇପାରିବ ବୋଲି ବୋଲିନ୍ ଆରାଏ କାନାଡାର ସଭାପତି ଦୀପାଞ୍ଜନ ବିଶ୍ୱାସ କହିଛନ୍ତି । ଏହି ଆପ୍‌କୁ ବ୍ୟବହାର କରିବା ଦ୍ୱାରା ସବୁ ଗ୍ରାହକଙ୍କ ନିଜ ପାଖରେ ରଖିହେବ । ଧାଡ଼ିରେ ଠିଆ ହୋଇ ବିରକ୍ତି ହୋଇ ଚାଳିଯାଉଥିବା ଗ୍ରାହକଙ୍କ ସଂଖ୍ୟା କମିବ ବୋଲି ସେ କହିଛନ୍ତି ।
ଅନଲାଇନ୍‌ରେ ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ୟୁ ୱେଟସ୍ ଆପ୍‌କୁ ଦୀପାଞ୍ଜନ ଉନ୍ମୋଚନ କରିଛନ୍ତି । ଏହି ଆପ୍ ଆର୍ଟିଫିସିଆଲ ଇଟେଂଲିଜେନ୍ସ ଆଲ୍‌ଗୋରିଦମ୍‌କୁ ବ୍ୟବହାର କରି ଗ୍ରାହକମାନଙ୍କୁ ଚେକ୍ ଇନ୍‌ର ସମୟ ଜଣାଉଛି । ଯେଉଁ ସଂସ୍ଥା ଗ୍ରାହକଙ୍କ ସମୟକୁ ସମ୍ମାନ ଜଣାଇବ ସେମାନେ ସେହି ଠାରୁ କିଣାକିଣି କରିବାକୁ ଅଧିକ ପସନ୍ଦ କରିବେ । କ୍ୟୁ ୱେଟସ୍ ଆପ୍ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ସେହି ବ୍ୟବସ୍ଥା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି । କାନାଡାରେ ଡାଏକିନ୍ ସଂସ୍ଥା ଏଥିପାଇଁ କଂପାନି ସହିତ ସହବନ୍ଧିତ ହୋଇଛି ବୋଲି ସେ କହିଛନ୍ତି ।


Share It

Comments are closed.