ଦାଦନ ଖଟିବା ଏକ ସାମାଜିକ ସମସ୍ୟା ନ ହେଉ


ସରକାର ଲୋକଙ୍କ ପାଇଁ ଯେତେ ଯୋଜନାମାନ ପ୍ରସ୍ତୁତ କଲେବି ସୁଦ୍ଧା ଲୋକମାନେ ଏବେ ପର୍ଯ୍ୟନ୍ତ ସେ ସମ୍ପର୍କରେ ସମ୍ପୁର୍ଣ୍ଣ ଅବଗତ ହୋଇପାରୁନାହାନ୍ତି । ଯାହା ଆମ ରାଜ୍ୟ ପାଇଁ ଏକ ଦୁଃଖଦ ବିଷୟ । ରାଜ୍ୟରେ ଅନେକ ସମସ୍ୟା ରହିଥିବାବେଳେ ଦାଦନ ଶ୍ରମିକ ଏକ ମୂଖ୍ୟ ସମସ୍ୟାରେ ପରିଣତ ହୋଇଛି । ନିଜ ରାଜ୍ୟରେ ସେମାନଙ୍କୁ କାମ ନମିଳିବାରୁ ସେମାନେ ଓଡିଶା ବାହାରେ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ସେଠାରେ ଶୋଷଣର ଶୀକାର ହେଉଛନ୍ତି । ଯୋଜନାମାନ ଦିନକୁ ଦିନ ବୃଦ୍ଧି ହେଉଛି ହେଲେ ଗରିବ ତଥା ଅନୁସୂଚିତ ଜାତିର ଦୁଃଖ କମିବାରେ ନାହିଁ । ୪ଲକ୍ଷ୨୦ହଜାର ଲୋକଙ୍କୁ ଜଙ୍ଗଲ ଜମି ମିଳିଥିବାବେଳେ ମାତ୍ର ୨୦.୫% ପରିବାର ଏନ୍ଆରଜିଏରେ ନିଜର ପଞ୍ଜିକରଣ କରିଛନ୍ତି ବୋଲି ମାନବ ଚାଲାଣ ଏବଂ ଦାଦନ ଶ୍ରମିକ ଉପରେ ଭୁବନେଶ୍ୱର ଠାରେ ଅନ୍ତରାଷ୍ଟ୍ରିୟ ନ୍ୟାୟ ମିଶନ(ଆଇଜେଏମ୍) ଦ୍ୱାରା ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପଶ୍ଚିମ ଓଡିଶାର ଦାଦନ ଶ୍ରମିକଙ୍କ ସମସ୍ୟା, ସେମାନଙ୍କ ଅନୁଭବ, ଦାଦନ ଖଟିବାକୁ ଯିବାଠାରୁ ଉଦ୍ଧାର ହେବା ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ସମ୍ପର୍କରେ ସେଠାରେ ଆଲୋଚନା କରିଥିଲେ ।
ରାଜ୍ୟର ସାଧାରଣତଃ ଅନୁନ୍ନତ୍ତ ଜିଲ୍ଲାର ଅନେକ ମହିଳା ଏବଂ ପୁରୁଷଙ୍କୁ ଦାଦନ ଖଟିବାକୁ ଚାକରୀ କରାଇଦେବା ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ପଠାହେଉଛି । ସେଠାରେ ତାଙ୍କୁ କୁହାଯାଇଥିବା ପାରିଶ୍ରମିକ ଦେଉନାହାନ୍ତି କି ସେମାନଙ୍କର କୌଣସି ଆବଶ୍ୟକତାକୁ ପୂରା କରାଯାଉନି । କଠିନ ପରିଶ୍ରମର ମୂଲ୍ୟ ଦିଆଯିବାତ ଦୂରର କଥା ସେମାନଙ୍କୁ ଅନେକ ନିର୍ଯ୍ୟାତନାର ଶୀକାର ମଧ୍ୟ ହେବାକୁ ପଡିଥାଏ । ଏହି ଅବସରରେ ବକ୍ତାମାନେ ଏହି ଦାଦନ ମାନଙ୍କର ଶିକ୍ଷା, ଜୀବିକା ଏବଂ ସମୁହିକ ସୁରକ୍ଷା ନିମନ୍ତେ ରାଜ୍ୟ ମାନଙ୍କର ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଏହି ଦିଗରେ ଓଡିଶା ସରକାର ଏକ ଶକ୍ତ ପଦକ୍ଷପ ଗ୍ରହଣ କରିବାର ସୂଚନା ପ୍ରଦାନ କରିଛନ୍ତି । ବକ୍ତାମାନେ ସରକାର ଏବଂ ଅଂଶଗ୍ରହଣକାରୀଙ୍କୁ ଲୋକସଭା ଦ୍ୱାରା ପାରିତ ଟ୍ରାଫିକିଂ ଅଫ ପର୍ସନ୍ସ ବିଲ ୨୦୧୮କୁ ଦୃଢ ଭାବରେ ଲାଗୁ କରିବାକୁ ମତଦାନ କରିଥିଲେ । ଏହି ଆଇନ ଦାଦନ ମାନଙ୍କ ସୁରକ୍ଷା ଏବଂ ଥଇଥାନ ନିମନ୍ତେ କାର୍ଯ୍ୟକରେ । ଏହା ସହ ଦାଦନ ଶ୍ରମିକ ଥଇଥାନ ଯୋଜନା ମାଧ୍ୟମରେ ଠିକ ସମୟରେ ଏହାର ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ସହଯୋଗ ଦିଆଯିବା ଉପରେ ଗୁରୁତ୍ୱାରୋପ କରୁଥିଲେ । ଆମ ରାଜ୍ୟର ଶ୍ରମିକ ଯେପରି କାମ କରିବାକୁ ବାହାରକୁ ନଯାଇ ଓଡିଶାରେ ତାର ଜୀବିକା ନିର୍ବାହ କିପରି ସମ୍ଭବ ହେବ ସେଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ସେଠାରେ ମଧ୍ୟ ଆଲୋଚନା କରାଯାଇଥିଲ ।
ଏହି ଅବସରରେ ଶ୍ରୀ ଯୁକ୍ତ ଦୀଲ୍ଲିପ ଦାସ, ଅନ୍ତୋଦୟ ଅଧ୍ୟକ୍ଷ, ମେରି ସୁରିନ, ଟାଟା ଟ୍ରଷ୍ଟ, ନୀନୁ ଥୋମାସ, ଆଇଜେଏମ୍ ଏବଂ ଶ୍ରୀ ଯୁକ୍ତ ନିଥାନିୟାଲ, ଆଇଜେଏମ ବକ୍ତା ଭାବେ ଉପସ୍ଥିତ ରହି ଦାଦନ ଶ୍ରମିକ, ମାନବ ଚାଲାଣ ତଥା ସେମାନଙ୍କର ସମସ୍ୟା, ଜୀବିକା, ଶିକ୍ଷା, ଅଧିକାର, ସରକାରଙ୍କ ପ୍ରଚଳିତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରେ ଆଇଜେଏମ୍ ତଥା ସରକାରଙ୍କ ଦ୍ୱାରା ଉଦ୍ଧାର ହୋଇଥିବା କିଛି ଭୁକ୍ତୋଭୋଗୀ ଉପସ୍ଥିତ ରହି ସେମାନେ ଦାଦନ ଖଟିବାକୁ ଯାଇ ବାସ୍ତବରେ ଭୋଗିଥିବା କଷ୍ଟକୁ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।


Share It

Comments are closed.