ନିଜର ଆଗାମୀ ଫିଲ୍ମ ପାଇଁ ଲଣ୍ଡା ହେଲେ ‘ସୟାନୀ’ !


ବଲିଉଡ ଅଭିନେତ୍ରୀ ‘ସୟାନୀ ଗୁପ୍ତା’ ନିଜ କେଶକୁ ବାୟ-ବାୟ କହିଦେଇଛନ୍ତି । ସୟାନୀ ନିଜ ନୂଆ ଲୁକର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୟାନୀଙ୍କର ଏହି ଲୁକକୁ ନେଇ ତାଙ୍କ ପ୍ରଶଂସମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଏଥିପାଇଁ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ କାରଣ ଏହା ହେଉଛି ତାଙ୍କ ଆଗମୀ ପ୍ରୋଜେକ୍ଟର ନୂଆ ଲୁକ, ଯେଉଁଥିପାଇଁ ତାଙ୍କୁ ଏଭଳି ମେକଅପ ନେବାକୁ ପଡିଛି । ସତ କଥା ଏହା ଯେ, ସୟାନୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରକୃତରେ ଲଣ୍ଡା ହୋଇ ନାହାନ୍ତି ବରଂ ଏହା ଅତ୍ୟାଧୁନିକ ମେକଅଫ ସାହାଯ୍ୟରେ ସମ୍ଭବପର ହୋଇପାରିଛି ।
ସୟାନୀ, ନିଜ ନୂଆ ଲୁକର ଫଟୋ ସହ ଏକ ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଜଣ ଆର୍ଟିସ୍ଥ ତାଙ୍କୁ ପ୍ରସ୍ତୁତ କରୁଛନ୍ତି ।


ପ୍ରକାଶ ଥାଉକି, ସୟାନୀ ନିଜ ଭୂମିକାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବାବେଳେ ସେ ୨୦୧୨ରେ ‘ସେକେଣ୍ଡ ମ୍ୟାରେଜ.କମ’ ଦ୍ୱାରା ବଲିଉଡରେ ପାଦ ଥାପିଥିଲେ ଏବଂ ତାଙ୍କର ଦ୍ୱିତୀୟ ଫିଲ୍ମ ‘ମାର୍ଗରିତା ୟୁଇଥ ଏ ଷ୍ଟ୍ର’ ଥିଲା ।
ଏହି ଫିଲ୍ମ ସମେତ ସୟାନୀ ‘ଜଗା ଜାସୁସ’, ‘ଫୁକରେ ରିଟର୍ଣ୍ଣ’ ଏବଂ ‘ଜଲି ଏଲ.ଏଲ.ବି’ରେ ଅଭିନୟ କରିସାରିଥିବାବେଳେ ବର୍ତ୍ତମାନ ସେ ‘ଆର୍ଟିକାଲ ୧୫’ରେ ନଜର ଆସିଥିଲେ । ତାଙ୍କର ଆଗାମୀ ପ୍ରୋଜେକ୍ଟର ନାମ ହେଉଛି ‘ସେମଲେସ’ ।


Share It

Comments are closed.