ଏବେ ଅମିତାଭଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ କଙ୍ଗନା, କହିଲେ ସୁଶାନ୍ତଙ୍କ ମୃତ୍ୟୁ ଏବଂ ରାମ ମନ୍ଦିର ଭୂମି ପୂଜନକୁ ନେଇ ସେ ଚୁପ କାହିଁକି ?


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିଗ ବି ଅମିତାଭ ବଚ୍ଚନଙ୍କ ନୀରବତାକୁ ନେଇ କଙ୍ଗନା ରଣାୱତ ପ୍ରଶ୍ନ କରିଛନ୍ତି । ରାମ ମନ୍ଦିର ଭୂମିପୂଜନ ପାଇଁ ମଧ୍ୟ ସେ ଶୁଭେଚ୍ଛା ଦେଇନଥିବାରୁ ମଧ୍ୟ କଙ୍ଗନା ପ୍ରଶ୍ନ କରିଛନ୍ତି । ବୁଧବାର ରାତିରେ କଙ୍ଗନା ରିପବ୍ଲିକ ଚାନେଲ ସହ ସୁଶାନ୍ତ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଉପରେ କଥାବାର୍ତ୍ତା କରୁଥିଲେ । ସେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଅମିତାଭ କାହିଁକି ଅଂଶଗ୍ରହଣ କରିନଥିଲେ । କଙ୍ଗନା କହିଥିଲେ, ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକ । ସେ ରାମ ମନ୍ଦିର ଭୂମିପୂଜନରେ ମଧ୍ୟ ଶୁଭେଚ୍ଛା ଦେଇ ନାହାନ୍ତି ।

ସେ ମାଫିଆକୁ ଭୟ କରୁଛନ୍ତି । ତେବେ ତାଙ୍କୁ କିଛି କହିବାର ଅଧିକାର ତାଙ୍କର ନାହିଁ ବୋଲି ମଧ୍ୟ କଙ୍ଗନା କହିଥିଲେ । ଆଗକୁ କଙ୍ଗନା କହିଥିଲେ, ‘ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିପାରିବେ ନି ? ଆପଣ ଭାବନ୍ତୁ କାହିଁକି । ଯଦି ବିଗ ବି ଏତେ ଡରୁଛନ୍ତି ତାହେଲେ ଅନ୍ୟମାନେ କଣ କରିବେ ? ତାଙ୍କ ମୃତ୍ୟୁରେ କଣ ଅମିତାଭଙ୍କ ହୃଦୟ କାନ୍ଦିନଥିବ ? ନିଶ୍ଚୟ କାନ୍ଦିଥିବ, ତଥାପି ସେ କିଛି କହିନଥିଲେ । ‘

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ କରିଥିଲେ । ସେତେବେଳେ ଅକ୍ଷୟ କୁମାର, ବରୁଣ ଧୱନ, କଙ୍ଗନାଙ୍କ ସମେତ ଅନେକ ସେଲିବ୍ରିଟି ଟ୍ୱିଟ କରି ଶୁଭେଚ୍ଛା ଦେଇଥିଲେ ।  କିନ୍ତୁ ବିଗ ବି ଟ୍ୱିଟ କରିନଥିଲେ । ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା । ଅନେକ ଲୋକ ତାଙ୍କୁ ଅନଫଲୋ ମଧ୍ୟ କରିଥିଲେ । ଜୁନ ୧୪ ତାରିଖରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଅମିତାଭ ନିଜ ବ୍ଲଗରେ ସୁଶାନ୍ତଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଥିଲେ ।  କିନ୍ତୁ ବର୍ତ୍ତମାନ ଯେତେବେଳେ ସୁଶାନ୍ତ ସିଂହଙ୍କ ପରିବାର ଓ ଦୁନିଆରେ ଥିବା କୋଟି କୋଟି ପ୍ରଶଂସକ ତାଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ, ସେତେବେଳେ ଅମିତାଭ ବଚ୍ଚନ ଥରେ ହେଲେ ଏହାକୁ ସମର୍ଥନ କରି ଟ୍ୱିଟ କରିନାହାନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି ।


Share It

Comments are closed.