ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ


ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲ୍ୟୁ ଏକ୍ସ ୩ ଆକର୍ଷଣୀୟ ଡ୍ରାଇଭିଙ୍ଗ ଡାଇନାମିକ୍ସ ସହିତ ନିପୁଣ ବ୍ୟବହାର୍ଯ୍ୟର ମିଶ୍ରଣ ଆକ୍ଟିଭ ଏବଂ ଗତିଶୀଳ ଲାଇଫଷ୍ଟାଇଲ ପାଇଁ ଉତ୍ତମ । ଏହି କାର୍ ଆଜି ଠାରୁ ବିଏମଡବ୍ଲ୍ୟୁ ଡିଲରସିପରେ ଉପଲବ୍ଧ ହେବ । ଏହା ବର୍ତ୍ତମାନ ଡିଜେଲ ଭ୍ୟାରିଏଣ୍ଟରେ ଉପଲବ୍ଧ । ଏହାର ପେଟ୍ରୋଲ ଭ୍ୟାରିଏଣ୍ଟ ୨୦୧୮ରେ ପରବର୍ତ୍ତି ସମୟରେ ଶୁଭାରମ୍ଭ ହେବ । ବିଏମଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍ ୨୦ଡି ଏକ୍ସପିଡିସନ ର ଏକ୍ସସୋରୁମ୍ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ, ଏହାର ଲକଜ୍ୟୁରି ଲାଇନର ମୂଲ୍ୟ ରହିଛି ୫୬,୭୦,୦୦୦ ଟଙ୍କା ।

ଏହି ପରିପ୍ରେକ୍ଷୀରେ ବିଏମଡବ୍ଲ୍ୟୁ ଗ୍ରୁପ ଇଣ୍ଡିଆର ପ୍ରେସିଡେଣ୍ଟ, ମି. ବିକ୍ରମ ପାୱା କହିଛନ୍ତି ଯେ, ବିଏମଡବ୍ଲ୍ୟୁ ଏକ୍ସ୩ ପକ୍ଷରୁ ଭାରତରେ ମଧ୍ୟମ ସ୍ପୋର୍ଟସ ଆକ୍ଟିଭିଟି ଗାଡ଼ିର ପ୍ରତିଷ୍ଠା କରାଯାଇଛି ଏବଂ ଏହାର ଆଧୁନିକ ଗୁଣବତ୍ତା ପାଇଁ ଶ୍ରେଷ୍ଠ ହୋଇପାରିଛି ।

ଏଥିରେ ଥିବା ଅତୁଳନୀୟ ବିଏମଡବ୍ଲ୍ୟୁ ଟ୍ୱିନ୍ ପାୱାର୍ ଟେକ୍ନୋଲୋଜି ଉଚ୍ଚମାନର କାର୍ଯ୍ୟଦକ୍ଷତା ଯୁକ୍ତ ସର୍ବାଧିକ ଶକ୍ତି ପ୍ରଦାନ କରିଥାଏ । ବିଏମଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍ ୨୦ଡି ର ଟୁ-ଲିଟର୍ ଫୋର୍-ସିଲିଣ୍ଡର୍ ଡିଜେଲ୍ ଇଞ୍ଜିନ୍ ୧୪୦କିୱା/୧୯୦ ଏଚପି ଆଉଟପୁଟ୍ ଓ ୧୭୫୦-୨୫୦୦ ଆରପିଏମରେ ୪୦୦ଏନଏମର ସର୍ବାଧିକ ଟର୍କ ସୃଷ୍ଟି କରିଥାଏ । ଏହି କାର୍ ମାତ୍ର ୮ସେକେଣ୍ଡ୍ ମଧ୍ୟରେ ଘଣ୍ଟା ପ୍ରତି ୦ରୁ ୧୦୦ କିମି ପର୍ଯ୍ୟନ୍ତ ତ୍ୱରିତ ହୋଇଥାଏ । ଏଇଟ୍-ସ୍ପିଟ୍ ସ୍ପେକ୍ଟ୍ରୋନିକ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ଉତ୍ତମ ଓ ଅନୁଭୂତ ଗିୟର୍ ସିଫ୍ଟ ପ୍ରଦାନ କରିଥାଏ । ଯେ କୌଣସି ସମୟରେ, ଯେ କୌଣସି ଗିୟରରେ, ଟ୍ରାନ୍ସମିଶନ୍ ଏହାର ପୂର୍ଣ୍ଣ ଶକ୍ତି ଓ କାର୍ଯ୍ୟଦକ୍ଷତାକୁ ବିକଶିତ କରି ଇଞ୍ଜିନ୍ ସହିତ ଭଲ ଭାବରେ ସଂଯୋଗ ହୋଇଥାଏ । ଗାଡ଼ିଚାଳନାରେ ଆନନ୍ଦ ପ୍ରଦାନ କରିବା ପାଇଁ, ଏଇଟ୍-ସ୍ପିଟ୍ ସ୍ପେକ୍ଟ୍ରୋନିକ୍ ଟ୍ରାନ୍ସମିସନ୍ ଷ୍ଟିୟରିଂ ପାଡେଲ୍ ସିଫ୍ଟର୍ସ ସହ ଉପଲବ୍ଧ ।


Share It

Comments are closed.