ବିଏମଡବ୍ଲୁ ମୋଟରାଡ ସଫାରୀର ୨୦୨୪ ସଂସ୍କରଣର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ମୋଟରାଡ ପକ୍ଷରୁ ଭାରତରେ ଏହାର ବହୁ ପ୍ରତୀକ୍ଷିତ ରାଇଡିଙ୍ଗ ଏକ୍ସିପିରିଏନ୍ସ ବିଏମଡବ୍ଲୁ ମୋଟରାଡ ସଫାରୀର ଉନ୍ମୋଚନ କରାଯାଇଛି । ବିଏମଡବ୍ଲୁ ମୋଟରସାଇକେଲ ମାଲିକମାନଙ୍କ ପାଇଁ ସ୍ୱତ୍ୱନ୍ତ୍ର ରୂପେ ପରିକଳ୍ପିତ, ବିଏମଡବ୍ଲୁ ମୋଟରାଡ ସଫାରୀ ସମଗ୍ର ବିଶ୍ୱରେ ଅଲଟିମେଟ ରାଇଡିଙ୍ଗ ଏକ୍ସିପିରିଏନ୍ସ ପ୍ରଦାନ କରୁଛି । ଏହା ସମ୍ପର୍କରେ ଶ୍ରୀ ବିକ୍ରମ ପାୱାହ, ଅଧ୍ୟକ୍ଷ, ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ କହିଛନ୍ତି“ବିଏମଡବ୍ଲୁ ମୋଟରାଡ ଅନୁଭୂତିଗୁଡ଼ିକର ଏକ ବିସ୍ତୃତ ଦୁନିଆର ଉନ୍ମୋଚନ କରୁଛି, ଯାହାକୁ ପ୍ରତ୍ୟେକ ଚାଳକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ବିଏମଡବ୍ଲୁ ମୋଟରାଡ ସଫାରୀର ଉଦ୍ଦେଶ୍ୟ ହେଉଛି ଅଭିନବ ଦୁଃସାହସିକ କାର୍ଯ୍ୟଗୁଡ଼ିକୁ ଉନ୍ମୋଚନ କରିବା, ଯାହାଦ୍ୱାରା ଗାଡ଼ି ମାଲିକମାନେ ସେମାନଙ୍କର ମୋଟରାଡ ମୋଟରସାଇକେଲର ଦକ୍ଷତାକୁ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିପାରିବେ ।” ବିଏମଡବ୍ଲୁ ମୋଟରାଡ ସଫାରୀ ଏବଂ ୱିକେଣ୍ଡ ଏସ୍କେପ ମାଧ୍ୟମରେ ୨୦୨୪ରେ ୭୨ରୁ ଅଧିକ ବିଏମଡବ୍ଲୁ ମୋଟୋରାଡ ସଫାରୀ ସହିତ ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ରାଇଡିଂ ଏକ୍ସପେରିଏନ୍ସ ବୃଦ୍ଧି କରିଛି । ସମଗ୍ର ଭାରତରେ ବିସ୍ତାରିତ ବିଏମଡବ୍ଲୁର ବ୍ୟାପକ ଡିଲର ନେଟୱାର୍କ ମାଧ୍ୟମରେ ଏହି ସ୍ୱତନ୍ତ୍ର ସଫାରି ଆୟୋଜନ କରାଯିବ । ଏହି ସଫାରିମାନଙ୍କ ପାଇଁ ସ୍ଥାନଗୁଡିକୁ ଯତ୍ନର ସହ ଚୟନ କରାଯାଇଛି ଯାହା ସମଗ୍ର ବିଶ୍ୱ ତଥା ଭାରତ ମଧ୍ୟରେ କିଛି ସବୁଠାରୁ ସୁନ୍ଦର ଗନ୍ତବ୍ୟସ୍ଥଳକୁ ଅନ୍ତର୍ଭୁକ୍ତ କରିଛି, ଯାହା ପ୍ରତ୍ୟେକ ଯାତ୍ରା ପାଇଁ ଏକ ଦୃଶ୍ୟମାନ ଆକର୍ଷଣୀୟ ପୃଷ୍ଠଭୂମି ସୁନିଶ୍ଚିତ କରିବ ।” ବିଏମଡବ୍ଲୁ ମୋଟୋରାଡ ସଫାରୀ ଗୋଟିଏ ସ୍ଥାନରୁ ଆରମ୍ଭ ହୋଇ ଶେଷ ହେଉଥିବା ୫ରୁ ୭ ଦିନର ଏକ ଯାତ୍ରା ।

ଯତ୍ନର ସହିତ ପ୍ରସ୍ତୁତ ହୋଇଥିବା ଏହି ଅଭିଯାନ ପୂର୍ବ-ଚୟନିତ ପ୍ରାକୃତିକ ମାର୍ଗ ଦେଇ ପରିଚାଳିତ ହେଉଛି, ଯାହା ଅଂଶଗ୍ରହଣକାରୀମାନଙ୍କୁ ଆବାସ, ମନୋରଞ୍ଜନ ଏବଂ ରୋଷେଇ ଆନନ୍ଦର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି । ମାର୍ଗର ସ୍ପଷ୍ଟ ମାନଚିତ୍ର ଆଗରୁ ପ୍ରଦାନ କରିଦିଆଯାଏ, ଯାହା ଫଳରେ ଆଗକୁ ଆସୁଥିବା ଦୁଃସାହସିକ କାର୍ଯ୍ୟ ପାଇଁ ଚାଳକମାନେ ଭଲ ଭାବରେ ପ୍ରସ୍ତୁତ ରୁହନ୍ତି ଏବଂ ଏହି ରାସ୍ତାରେ ନେତୃତ୍ୱ ନେଉଥିବା ବିଏମଡବ୍ଲୁ ମୋଟୋରାଡ ମାର୍ଶଲ୍ସ ପ୍ରତ୍ୟେକ ମୁହୂର୍ତରେ ଅଭିଜ୍ଞ ମାର୍ଗଦର୍ଶନ ପ୍ରଦାନ କରିଥାନ୍ତି । ଯାତ୍ରା ବ୍ୟତୀତ, ବିଏମଡବ୍ଲୁ ମୋଟୋରାଡ ସଫାରୀ ଏକ ଜୀବନ୍ତ ଗୋଷ୍ଠୀ ବାତାବରଣକୁ ପ୍ରୋତ୍ସାହିତ କରେ, ଯାହାକିସମାନ ରୁଚି ରଖୁଥିବା ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ସଂଯୋଗକୁ ସୁଗମ କରେ । ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ସ୍ଥାୟୀ ବନ୍ଧୁତା ଏବଂ ଅବିସ୍ମରଣୀୟ ସ୍ମୃତି ସୃଷ୍ଟି ହୋଇଥାଏ । ଏହି ଭ୍ରମଣରେ ସାଉଥ ଆଫ୍ରିକା, ଭୁଟାନ, ସ୍ପେନ ଓ ଫ୍ରାନ୍ସ ଭଳି ସ୍ଥାନ ସାମିଲ ରହିଛି । ପଞ୍ଜିକରଣ ଏବଂ ଅଧିକ ବିବରଣୀ ପାଇଁ ନୀକଟସ୍ଥ ବିଏମଡବ୍ଲୁ ମୋଟରାଡ ଡିଲରସିପ ସହ ଯୋଗାଯୋଗ କରିପାରିବେ ।

 

 


Share It

Comments are closed.