ଭାରତରେ ବିଏମଡ଼ବ୍ଲୁୁ ଆର୍ ୧୨୫୦ ଜିଏସ୍ ଓ ଆର୍ ୧୨୫୦ ଜିଏସ୍ ଆଡ଼ଭେଞ୍ଚର ବାଇକ୍


ଭାରତରେ ବିଏମଡବ୍ଲୁ ପକ୍ଷରୁ ଏହାର ଅତ୍ୟଧୁନିକ ତଥା ଆଡ଼ଭେଞ୍ଚରିଅସ୍ ବାଇକ୍ ବିଏମଡବ୍ଲୁ ଆର୍ ୧୨୫୦ ଜିଏସ୍ ଓ ଆର୍ ୧୨୫୦ ଜିଏସ୍ ଆଡ଼ଭେଞ୍ଚରର ଶୁଭାରମ୍ଭ କରାଯାଇଛି । ସମ୍ପୁର୍ଣ୍ଣ ନୂତନ ବିଏମଡବ୍ଲୁ ଆର୍ ୧୨୫୦ ଜିଏସ୍ ଓ ଆର୍ ୧୨୫୦ ଜିଏସ୍ ଆଡ଼ଭେଞ୍ଚର କମ୍ପଲିଟଲି ବିଲ୍ଟ ଅପ୍ ୟୁନିଟ୍ (ସିବିୟୁ)ରେ ଉପଲବ୍ଧ ହେବ ଏବଂ ଆଜିଠାରୁ ବିଏମଡବ୍ଲୁ ମୋଟୋରାଡ଼ ଡ଼ିଲରସିପ୍ ଗୁଡ଼ିକରେ ବୁକ୍ କରିପାରିବେ ।
ଡ଼ଃ. ହଂସ ଖ୍ରୀଷ୍ଟିଆନ୍ ବେରଟେଲସ, ପ୍ରେସିଡ଼େଣ୍ଟ (ଆକ୍ଟ), ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ କହିଛନ୍ତିଯେ, “ବିଏମଡବ୍ଲୁ ମୋଟୋରାଡ଼ ଜିଏସ ମଡ଼େଲସ ପକ୍ଷରୁ ବିସ୍ତୃତ, ପାୱାରଫୁଲ ଏବଂ ବିଶ୍ୱସ୍ତ ପ୍ରପୁଲସନ୍ ପ୍ରଦାନ କରୁଛି, ଯେତେବେଳେକି ଏହା ଏକ ବିସ୍ତୃତ ତଥା ଦୀର୍ଘ ଯାତ୍ରା ପାଇଁ ଆସିଥାଏ କିମ୍ବା ଏକ ଛୋଟ ସପ୍ତାହ ଶେଷରେ ଅତି ସହଜରେ ଆନନ୍ଦକୁ ଉପଭୋଗ କରାଇବାରେ ସକ୍ଷମ ହୋଇଥାଏ । ଏହା ସହର ଭିତରେ ହେଉ, ଏକ ମୋଟରଓୱେରେ କିମ୍ବା ଅଫରୋଡ଼ରେ ଅଲ ନିୟୁ ବିଏମଡବ୍ଲୁଆର ୧୨୫୦ ଜିଏସ ଆପଣଙ୍କୁ ଅଧିକ ସ୍ୱାଧିନତା ଏବଂ ଅଧିକ ଚାଳନା ଆନନ୍ଦ ପ୍ରଦାନ କରିବା ପାଇଁ ସକ୍ଷମ । ଅଲ ନିୟୁ ବିଏମଡବ୍ଲୁଆର ୧୨୫୦ ଜିଏସ ଆଡ଼ଭେଞ୍ଚରମୂଖ୍ୟତଃ ଆହ୍ୱାନ ଗୁଡ଼ିକ ପାଇଁ ନିର୍ମିତ ।”
ବିଏମଡବ୍ଲୁଆର ୧୨୫୦ ଜିଏସ ଷ୍ଟାଣ୍ଡାର୍ଡ଼ର ଏକ୍ସ-ସୋରୁମ ମୂଲ୍ୟ ଟ.୧୬,୮୫,୦୦/- ରହିଥିବାବେଳେ ଯଥାକ୍ରମେ ବିଏମଡବ୍ଲୁଆର ୧୨୫୦ ଜିଏସ ପ୍ରୋର ମୂଲ୍ୟ ଟ.୨୦,୦୫,୦୦୦/- ବିଏମଡବ୍ଲୁଆର ୧୨୫୦ ଜିଏସ ଆଡ଼ଭେଞ୍ଚର ଷ୍ଟାଣ୍ଡାର୍ଡର ମୂଲ୍ୟ ଟ.୧୮,୨୫,୦୦୦ /- ଏବଂ ବିଏମ୍ଡବ୍ଲୁୁଆର ୧୨୫୦ ଜିଏସ ଆଡ଼ଭେଞ୍ଚର ପ୍ରୋର ମୂଲ୍ୟ ଟ.୨୧,୯୫,୦୦ /- ରହିଛି ।
ଅଲ ନିୟୁ ବିଏମଡବ୍ଲୁଆର ୧୨୫୦ ଜିଏସ ବ୍ଲାକ୍ ଷ୍ଟର୍ମ ମେଟାଲିକ୍ ପେଣ୍ଟ ୱାର୍କ ଏବଂ କସମିକ୍ ବ୍ଲୁ ମେଟାଲିକ୍ ରଙ୍ଗରେ ଉପଲବ୍ଧ । ଏହା ସହିତ ଷ୍ଟାଇଲ ଏଚପି ମୋଟର ସାଇକେଲର ସ୍ପୋର୍ଟି ସାଇଡ଼କୁ ଗୁରୁତ୍ୱ ଦେଇଥିବାବେଳେ ଏଥିରେ ପ୍ରମୁଖ ବୈଶିଷ୍ଟ୍ୟ ଭାବରେ ମୋଟର ସ୍ପୋର୍ଟ କଲରସ ଲାଇଟ ହ୍ୱାଇଟ ୟୁଏନଆଇ/ ରେସିଂ ବ୍ଲୁ ମେଟାଲିକ୍/ ରେସିଂ ରେଡ଼ ୟୁନିଟ୍ , ବ୍ଲାକ ଷ୍ଟର୍ମ ମେଟାଲିକ / ନାଇଟ ବ୍ଲାକ୍ ମାଟପେଣ୍ଟୱାର୍କ ଏବଂ ଏଥିରେ ବ୍ଲାକ୍ ପାୱାର ରହିଛି । ଅଲ ନିୟୁ ବିଏମଡବ୍ଲୁଆର ୧୨୫୦ ଜିଏସ ଏବଂ ଅଲ ନିୟୁ ବିଏମ୍ଡବ୍ଲୁୁଆର ୧୨୫୦ ଜିଏସ ଆଡ଼ଭେଞ୍ଚରର ଡ଼ିଜାଇନ ଅଧିକ ସୁଦୃଢ । ଅଲ ନିୟୁ ବିଏମ୍ଡବ୍ଲୁୁଆର ୧୨୫୦ ଜିଏସ ନିଜର ଏକ ମଡ଼ର୍ଣ୍ଣ ଉପସ୍ଥିତିକୁ ଜାହିର କରିଛି । ଏହାର ଅନନ୍ୟ ଉପାଦାନ ଯେପରିକି ମେନଫ୍ରେମ୍, ହ୍ୟାଣ୍ଡଲେବର ଏବଂ ସିଲଭରରେ ଡ୍ରାଇଭଟ୍ରେନ ଦୃଶ୍ୟମାନରେ ଏକ ଗୁଣବତ୍ତାଯୁକ୍ତ ହୋଇପାରିଛି ।


Share It

Comments are closed.