ବିଏମଡବ୍ଲୁ ପକ୍ଷରୁ ଭାରତରେ ଏକ ନୂତନ ବ୍ରାଣ୍ଡ ଡିଜାଇନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ଗ୍ରୁପ୍ ପକ୍ଷରୁ ଭାରତରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଯୋଗାଯୋଗ ପାଇଁ ଏହାର ନୂତନ ବ୍ରାଣ୍ଡ ଓ କର୍ପୋରେଟ୍ ଆଇଡେଂଟିଟି ର ଉନ୍ମୋଚନ କରାଯାଇଛି । ବିଏମଡବ୍ଲୁ , ବିଏମଡବ୍ଲୁ ଆଇ ଏବଂ ବିଏମ୍‌ଡବ୍ଲୁ ଏମ କମ୍ୟୁନିକେସନ୍ ଲୋଗୋଗୁଡିକୁ ଏକ ନୂତନ ଲୋଗୋଟାଇପ୍ ଓ ନୂତନ ଡିଜାଇନ୍ ନିୟମ ସହିତ ସମ୍ପୂର୍ଣ୍ଣ ରୂପେ ପୁନଃନିର୍ମାଣ କରାଯାଇଛି । ନୂଆ ବ୍ରାଣ୍ଡ ଡିଜାଇନ୍‌କୁ ପ୍ରତିଫଳନ କରିବା ପାଇଁ ହାସ୍‌ଟ୍ୟାଗ୍ ଜଷ୍ଟ କ୍ୟାଂଟ ୱେଟ ହେଉଛି ଭାରତରେ ପ୍ରଥମ ଯୋଗାଯୋଗ ଅଭିଯାନ ।

ବର୍ତମାନର ଆହ୍ୱାନପୂର୍ଣ୍ଣ ବଜାର ପରିସ୍ଥିତିରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଗ୍ରାହକଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ରଖି ଉନ୍ନତ ସେବା ପ୍ରଦାନ କରିବା ପାଇଁ ନୂତନ ଯୁଗର ଡିଜିଟାଲ ଟେକ୍ନୋଲୋଜିଗୁଡିକର ଫାଇଦା ଊଠାଇ ଏହାର ବ୍ୟବସାୟର ସମସ୍ତ ଦିଗକୁ ପରିବର୍ତନ କରିଛି । ହାସ୍‌ଟ୍ୟାଗ୍ ଜଷ୍ଟ କ୍ୟାଂଟ ୱେଟ ଅଭିଯାନ ବ୍ରାଣ୍ଡର ସକାରାତ୍ମକତା, ଗ୍ରାହକ-କୈନ୍ଦ୍ରିକତା ଓ ନିଜ ଗ୍ରାହକଙ୍କ ପାଇଁ ଖୁସି ଆଣିବା ଉପରେ ଏହାର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି । ଏହା ଗ୍ରାହକ, ସେମାନଙ୍କ କାର୍ ଓ ‘ସିୟର ଡ୍ରାଇଭିଙ୍ଗ ପ୍ଲେଜର୍‌’ ପାଇଁ ସେମାନଙ୍କ ଅଭିଳାଷ ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ବନ୍ଧକୁ ପାଳନ କରୁଛି ।

ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ, ଆକ୍ଟିଙ୍ଗ୍ ପ୍ରେସିଡେଂଟ୍‌, ଆର୍‌ଲିଣ୍ଡୋ ଟେକ୍ସିଏରା କହିଛନ୍ତି ଯେ, “ଏହି ନୂତନ ବ୍ରାଣ୍ଡ ଡିଜାଇନ୍ ଓ ଲୋଗୋ ଉନ୍ମୁକ୍ତତା ଓ ସ୍ପଷ୍ଟତାକୁ ଦର୍ଶାଉଛି । ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଡିଜିଟାଲାଇଜେସନ୍‌ର ଆହ୍ୱାନ ଓ ସୁଯୋଗଗୁଡିକ ପାଇଁ ପ୍ରସ୍ତୁତ ହୋଇଛି । ଆମେ ଆମର ବର୍ତମାନର ଓ ନୂତନ ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଉନ୍ନତ ସେବା ପ୍ରଦାନ କରିବା ଲାଗି ନିଜକୁ ବାଧାହୀନ ଭାବେ ପରିବର୍ତନ କରିଛୁ । ”

ଏହି ନୂତନ ଡିଜାଇନ୍ ହେଉଛି ସଂଶୋଧିତ ବ୍ରାଣ୍ଡ ଆଇଡେଂଟିର ଏକ ଅଭିବ୍ୟକ୍ତି, ଯାହା ସମସ୍ତ ଗତିବିଧିର କେନ୍ଦ୍ରରେ ଗ୍ରାହକଙ୍କୁ ରଖିଥାଏ । ବିଏମଡବ୍ଲୁ ବ୍ରାଣ୍ଡର ନୂଆ ଲୁକ୍ ଡିଜିଟାଲାଇଜେସନ୍‌ର ଆହ୍ୱାନ ଓ ସୁଯୋଗଗୁଡିକ ପ୍ରତି ପ୍ରସ୍ତୁତ ହୋଇଛି । ଏହି ପୁନଃନିର୍ମିତ ଲୋଗୋଟାଇପ୍ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଏକ ସମସାମୟିକ, ଭବିଷ୍ୟତ-ପ୍ରମାଣିତ ଉପସ୍ଥିତିକୁ ନିଶ୍ଚିତ କରିବା ପାଇଁ ଚରିତ୍ରର ଉନ୍ମୁକ୍ତତା ଓ ଦୃଢତାକୁ ପ୍ରକାଶ କରିଥାଏ ।


Share It

Comments are closed.