ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ମନ୍‌ସୁନ ସର୍ଭିସ କ୍ୟାମ୍ପେନର ଶୁଭାରମ୍ଭ


ଭୁବନେଶ୍ୱର: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଏହାର ଡିଲର ନେଟ୍‌ୱର୍କଗୁଡିକରେ ମନ୍‌ସୁନ ସର୍ଭିସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନକୁ ଦେଶବ୍ୟାପୀ ଆୟୋଜନ କରାଯିବ ଏବଂ ଏହା ଆଗାମୀ ମୌସୁମୀ ଋତୁ ପାଇଁ ସମ୍ପୂର୍ଣ୍ଣ କାର୍ ପ୍ରସ୍ତୁତି ସୁନିଶ୍ଚିତ କରିବ । ମନସୁନ ସର୍ଭିସ କ୍ୟାମ୍ପେନକୁ ପ୍ରଭାବୀ ଯାନ ପରିଚାଳନା, ସଠିକ ସମୟରେ ରକ୍ଷଣାବେକ୍ଷଣ ଏବଂ ବିଏମ୍‌ଡବ୍ଲ୍ୟୁ ଓ ମିନି କାର୍‌ଗୁଡିକର ସାମଗ୍ରିକ ତଥ୍ୟ ଉପରେ ଉପଯୋଗୀ ସୂଚନା ଓ ପରାମର୍ଶ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହି ପ୍ରୋଗ୍ରାମ ଯାନର ଏକ ବିସ୍ତୃତ ଯାଂଚ ପ୍ରଦାନ କରୁଛି ଏବଂ ଆବଶ୍ୟକ ହେଲେ ଏକ ମୌଳିକ କଣ୍ଡିସନ-ବେସ୍‌ଡ ସର୍ଭିସ୍ ମଧ୍ୟ ଦେଉଛି, ଯାହା କାର୍ ଉନ୍ନତ ସ୍ଥିତିରେ ରହିଛି ବୋଲି ସୁନିଶ୍ଚିତ କରୁଛି । ଏହି ସେବାକୁ ସାର୍ଟିଫାଏଡ ବିଏମ୍‌ଡବ୍ଲ୍ୟୁ ଓ ମିନି ଟେକ୍ନିକାଲ ଏକ୍ସପର୍ଟଙ୍କ ଦ୍ୱାରା ପରିଚାଳନା କରାଯିବ । ଗ୍ରାହକମାନେ ୱର୍କସପ୍‌ରେ କାର୍ ସର୍ଭିସିଙ୍ଗ୍ ପାଇଁ ପୂର୍ବରୁ ଆପଏଂଟମେଂଟ୍ ବୁକ୍ କରିପାରିବେ ଏବଂ ସେମାନଙ୍କର ଡିଲରଙ୍କଠାରୁ ସ୍ୱତନ୍ତ୍ର ପ୍ରମୋଶନ ଓ ଅଫର୍ ହାସଲ କରିବା ପାଇଁ ନିଜର ବ୍ୟକ୍ତିଗତ ବିବରଣୀ ଯାଂଚ ଓ ଅପ୍‌ଡେଟ କରିବାକୁ ସକ୍ଷମ ହେବେ ।
ଏସମ୍ପର୍କରେ ଏସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍‌, ବିକ୍ରମ ପାୱା କହିଛନ୍ତିଯେ, “ଆମର ମନ୍‌ସୁନ ସର୍ଭିସ କ୍ୟାମ୍ପେନକୁ ବିଏମ୍‌ଡବ୍ଲ୍ୟୁ ଓ ମିନି କାର୍‌ଗୁଡିକର ସୁରକ୍ଷା ଓ ପ୍ରଦର୍ଶନ ବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ଯାଂଚ, ରକ୍ଷଣାବେକ୍ଷର ଓ ଆବଶ୍ୟକୀୟ ଅପ୍‌ଗ୍ରେଡ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରଶିକ୍ଷିତ ଟେକ୍ନିସିଆନଙ୍କର ଏକ ସମର୍ପିତ ଟିମ୍‌, ସ୍ପେଶିଆଲାଇଜ୍‌ଡ ୱର୍କଶପ ଟେକ୍ନୋଲୋଜି ଓ ଓରିଜିନାଲ ବିଏମ୍‌ଡବ୍ଲ୍ୟୁ ପାର୍ଟ ସହିତ ଆପଣ ଯେପରି ଆରାମଦାୟକ ଯାତ୍ରା ଉପଭୋଗ କରିପାରିବେ ଆମେ ତାହା ସୁନିଶ୍ଚିତ କରିବୁ ।” ଈଗଡ ଗ୍ରୁପ୍ ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଅତ୍ୟଧିକ ବର୍ଷା ସମୟରେ ଓ ଜଳମଗ୍ନ ଅଂଚଳରେ ଗାଡି ଚଳାଇବା ସମୟରେ ସତର୍କ ରହିବା ପାଇଁ ଆବେଦନ କରିଛି । ଗ୍ରାହକମାନଙ୍କୁ ଇଞ୍ଜିନକୁ କ୍ଷତି ପହଂଚାଇବାରୁ ଦୂରେଇ ରହିବା ପାଇଁ ଏକ ଅଟକି ରହିଥିବା ଯାନର ଇଞ୍ଜିନକୁ ରି-ଷ୍ଟାର୍ଟ କରିବାକୁ ପ୍ରୟାସ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ଗ୍ରାହକମାନେ ସହଯୋଗ ପାଇଁ ୧୮୦୦୧୦୩୨୨୧୧ରେ ବିଏମ୍‌ଡବ୍ଲ୍ୟୁ/ମିନି ରୋଡ୍‌ସାଇଡ ଆସିଷ୍ଟାନ୍ସରେ କିମ୍ବା ୧୮୦୦୧୦୨୨୨୬୯ରେ କଷ୍ଟମର ଇଂଟରାକ୍ସନ ସେଂଟର୍‌କୁ କଲ୍ କରିପାରିବେ ।”


Share It

Comments are closed.