ଭାରତରେ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ’ର ଶୁଭାରମ୍ଭ


ଭୁବନେଶ୍ୱର: ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂତନ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଭାବେ ବିଏମଡବ୍ଲୁ ପ୍ଲାଂଟ୍ ଚେନ୍ନାଇଠାରେ ଉତ୍ପାଦିତ ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’ ଦେଶବ୍ୟାପୀ ସମସ୍ତ ବିଏମଡବ୍ଲୁ ଡିଲରସିପ୍‌ଗୁଡିକରେ ପେଟ୍ରୋଲ ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି । ଏହି ନୂତନ ବିଏମଡବ୍ଲୁ ୩୩୦ଆଇ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’ ୪୨,୫୦,୦୦ଟଙ୍କାର ଏକ୍ସ-ଶୋ’ରୁମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଏମସ୍ପୋର୍ଟ ସହିତ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’ନିଜର ସ୍ପୋର୍ଟି ଓ ଆକର୍ଷଣୀୟ ଡିଜାଇନ୍ ସହିତ ପ୍ରଭାବିତ କରୁଛି । ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’୍‌ର ଏକ୍ସଟେରିୟର ଏବଂ ଇଂଟେରିୟର୍‌କୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି । ଏହାର ପାନୋରମା ଗ୍ଲାସ୍‌ରୁଫ୍ କ୍ୟାବିନ୍‌କୁ ପ୍ରାକୃତିକ ଆଲୋକରେ ଭରିଦେଇଥାଏ ଏବଂ ପ୍ରଶସ୍ତତାର ଏକ ଅନୁଭବ ଆଣିଥାଏ । ଏହାଛଡ଼ା ଏହି ମଡେଲ ଏକ କମ୍ପ୍ଲିମେଂଟାରି ଆକେସେସୋରି ଭାବେ ୟୁନିଭର୍ସାଲ ୱାୟାରଲେସ ଚାର୍ଜିଙ୍ଗ ସହିତ ବ୍ୟବସ୍ଥିତ ହୋଇ ଆସିଛି ।
ବିଏମଡବ୍ଲୁ ୩୩୦ଆଇ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’୍‌ର ଟୁ-ଲିଟର୍ ଫୋର୍ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ୧୮୫ କେଡବ୍ଲୁ/ ୨୫୨ଏଚପିର ଆଉଟ୍‌ପୁଟ୍ ସହିତ ୧୪୫୦-୪୮୦୦ ଆରପିଏମ୍‌ରେ ୩୫୦ଏନଏମର ସର୍ବାଧିକ ଟର୍କ ଉତ୍ପନ୍ନ କରୁଛି । ଏହି କାର୍ ମାତ୍ର ୬.୧ ସେକେଣ୍ଡରେ ୦-୧୦୦କିମି/ ଘଂଟା ଆକ୍‌ସିଲରେଟ୍ କରିପାରେ । ଏହାର ଏଇଟ୍‌-ସ୍ପିଡ୍ ଷ୍ଟେପ୍‌ଟ୍ରୋନିକ୍ ସ୍ପୋର୍ଟ ଅଟୋମାଟିକ୍ ଟ୍ରାନ୍ସମିଶନ ସୁଗମ ଗିରୟରସିଫ୍ଟ ପ୍ରଦର୍ଶନ କରିଥାଏ । ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’ ୬ଟି ଏୟାରବ୍ୟାଗ୍‌, ବ୍ରେକ୍ ଆସିଷ୍ଟ ସହିତ ଆଂଟି-ଲକ୍ ବ୍ରେକିଙ୍ଗ୍ ସିଷ୍ଟମ(ଏବିଏସ), ଡାଇନାମିକ୍ ଟ୍ରାକ୍ସନ କଂଟ୍ରୋଲ(ଡିଟିସି), କର୍ଣ୍ଣରିଙ୍ଗ୍ ବ୍ରେକ୍ କଂଟ୍ରୋଲ(ସିବିସି), ସହିତ ଡାଇନାମିକ୍ ଷ୍ଟାବିଲିଟି କଂଟ୍ରୋଲ(ଡିଏସସି), ସାଇଡ୍ ଇମ୍ପାକ୍ଟ ପ୍ରୋଟେକ୍ସନ, ଭଳି ଆହୁରି ଅନେକ ଅତ୍ୟାଧୁନିକ ସୁରକ୍ଷା ଟେକ୍ନୋଲୋଜିଗୁଡିକରେ ସୁସଜ୍ଜିତ ହୋଇଛି ।
ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱା କହିଛନ୍ତି ଯେ, “ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ଏହି ବର୍ଗରେ ଏକ ସ୍ୱତନ୍ତ୍ର ଯାନ କନ୍‌ସେପ୍ଟ ଅଟେ ଏବଂ ଯାହାକି ଏହାର ସ୍ୱତନ୍ତ୍ର ଓ ଆଧୁନିକ ଚରିତ୍ର ସହିତ ଏକ ଟ୍ରାଇବ୍ଲେଜର୍‌ରେ ପରିଣତ ହୋଇଛି । ଏହି ନୂତନ‘ସ୍ୟାଡୋ ଏଡିସନ୍‌’ ହେଉଛି ଅତ୍ୟଧିକ ଅତ୍ୟାଧୁନିକ ରୂପରେ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ, ସ୍ପୋର୍ଟିନେସ୍ ଓ ପ୍ରଶସ୍ତତାର ଏକ ସମ୍ମିଶ୍ରଣ ।” ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍‌ମୋ ‘ସ୍ୟାଡୋ ଏଡିସନ୍‌’କୁ ଗ୍ରାହକମାନେ ନିଜ ଘରୁ ସୁରକ୍ଷିତ ଭାବେ ଅନଲାଇନରେ ବୁକ କରିପାରିବେ । ଗ୍ରାହକମାନେ ଥରେ shop.bmw.inରେ ଲଗ୍‌ଇନ୍ କରିବା ପରେ ସେମାନେ ମାତ୍ର ଗୋଟିଏ ବଟନ କ୍ଲିକ୍ କରି ଯାନର ଏକ୍ସଟେରିୟର ଓ ଇଂଟେରିୟର ସହିତ ସମସ୍ତ ଫିଚର ଓ ପର୍ସନାଲାଇଜେସନ ବିକଳ୍ପଗୁଡିକର ଏକ ସମ୍ପୂର୍ଣ୍ଣ ଭ୍ୟୁ ପାଇପାରିବେ ।


Share It

Comments are closed.