ବିଏଲ୍‌ଏସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଇଜିପ୍ଟ ସରକାରଙ୍କ ସଂସ୍ଥା ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣା


ଭୁବନେଶ୍ୱର : ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ଥିବା ବିଏଲ୍‌ଏସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍ ଲିିମିଟେଡ୍ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଇଜିପ୍ଟର ଅଲ୍ ୱାଫି ଗଭର୍ଣ୍ଣମେଂଟ୍ ସର୍ଭିସେସ୍ କର୍ପୋରେସନ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରାଯାଇଛି । ବିଦେଶରେ ରହୁଥିବା ଇଜିପ୍ଟ ନାଗରିକଙ୍କୁ ବିଭିନ୍ନ କର୍ତୃପକ୍ଷଙ୍କ ଜରିଆରେ ନିଜ କାଗଜପତ୍ର ସବୁ ଆଟେଷ୍ଟେଡ୍ କରାଇ ନେବାକୁ ହେବ । ବିଏଲ୍‌ଏଲସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଏହି ଚୁକ୍ତି ଅଧୀନରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦିଆଯିବ । ବିଭିନ୍ନ ସରକାର ଓ କୂଟନୈତିକ ମିସନ ପାଇଁ ଭିସା, ପାସପୋର୍ଟ, ଆଟେଷ୍ଟେସନ ଓ ନାଗରିକ ସେବା ପ୍ରଦାନ କରୁଥିବା ବିଏଲ୍‌ଏସ୍ ଇଟଂରନ୍ୟାସନାଲ୍ ୨୦୨୦ ଜୁନ୍ ୩୦ରେ ଶେଷ ହୋଇଥିବା ତ୍ରୟମାସରେ ଉଲ୍ଲେଖନୀୟ ବ୍ୟାବସାୟିକ ସଫଳତା ହାସଲ କରିଛି ।
କଂପାନିର ଭବିଷ୍ୟତ ଯୋଜନା ସଂପର୍କରେ ଯୁଗ୍ମ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଶିଖର ଅଗ୍ରୱାଲ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ଲକଡାଉନ୍ ହଟୁଥିବାରୁ କଂପାନି ଏହାର କାର୍ଯ୍ୟାଳୟଗୁଡ଼ିକୁ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ପର୍ଯ୍ୟାୟକ୍ରମେ ଖୋଲୁଛି ଏବଂ ସାମାଜିକ ଦୂରତ୍ୱ ଓ ସରକାର ଓ ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଥିବା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରୁଛି ।’’
ସରକାରଙ୍କଠୁ ନାଗରିକ (ଜିଟୁସି) ସେବା ପ୍ରଦାନ କରିବାରେ ବିଏଲ୍‌ଏସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍‌ର ଗଭୀର ଅଭିଜ୍ଞତା ରହିଛି । ବିଗତ ୧୨ ବର୍ଷ ଭିତରେ କଂପାନିର ଆର୍ଥିକ ଫଳାଫଳରେ ଏହା ପ୍ରତିଫଳିତ ହୋଇଛି । ସାରା ବିଶ୍ୱରେ କଂପାନି ଏହି କ୍ଷେତ୍ରରେ ଆଗାମୀ ଦିନରେ ବୈପ୍ଳବିକ ବିକାଶ ଆଣିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.